ଓଡିଶା

odisha

ETV Bharat / bharat

ଆଫଗାନ ସଙ୍କଟ; ଆମେରିକା ସେନା ଯିବା ପରେ କଣ ହେବ ସ୍ଥିତି ?

ଆଫଗାନିସ୍ତାନରୁ ହଜାର ହଜାର ଲୋକଙ୍କ ପଳାୟନ ଜାରି ରହିଛି । ଖାଲି ବିଦେଶୀ ନୁହଁନ୍ତି, ଆଫଗାନବାସୀ ମଧ୍ୟ ଜୀବନ ବଞ୍ଚାଇବା ପାଇଁ ଦେଶ ଛାଡିବାରେ ଲାଗିଛନ୍ତି । ଏପରି ସ୍ଥଳେ ଆମେରିକା ସେନାର ଉପସ୍ଥିତି ସରି ସରି ଆସୁଛି । ଅଧିକ ପଢନ୍ତୁ...

By

Published : Aug 26, 2021, 12:58 PM IST

Kabul AirPort
Kabul AirPort

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ହଜାର ହଜାର ଲୋକଙ୍କ ପଳାୟନ ଜାରି ରହିଛି । ଖାଲି ବିଦେଶୀ ନୁହଁନ୍ତି, ଆଫଗାନ ବାସୀ ମଧ୍ୟ ଜୀବନ ବଞ୍ଚାଇବା ପାଇଁ ଦେଶ ଛାଡିବାରେ ଲାଗିଛନ୍ତି । ଏପରି ସ୍ଥଳେ ଆମେରିକା ସେନାର ଉପସ୍ଥିତି ସରି ସରି ଆସୁଛି । ୩୧ ଅଗଷ୍ଟ ସୁଦ୍ଧା ସମ୍ପୂର୍ଣ୍ଣ ସେନାକୁ ପ୍ରତ୍ୟାହାର କରିନେବ ୟୁଏସ । ନାଟୋ ଦେଶ ମଧ୍ୟ ଆଫଗାନ ଛାଡିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏପରି ସ୍ଥଳେ ଏବେ ବଡ ପ୍ରଶ୍ନ, କାହା ନିୟନ୍ତ୍ରଣରେ ରହିବ କାବୁଲ ବିମାନ ବନ୍ଦର ?

ଆମେରିକା ଓ ନାଟୋ ଦେଶ ଅଗଷ୍ଟ ୩୧ ସୁଦ୍ଧା ଆଫଗାନ ଛାଡିବେ । ଯଦି ଏହା ହୁଏ ଆଫଗାନରେ ଫସିଥିବା ହଜାର ହଜାର ବିଦେଶୀ ନାଗରିକଙ୍କ ଉଦ୍ଧାର କେମିତି ହେବ ? ସେପଟେ ତାଲିବାନ ସମ୍ପୂର୍ଣ୍ଣ ବିମାନ ବନ୍ଦରକୁ ନିଜ କବଜାକୁ ନେବା ପାଇଁ ଅପେକ୍ଷାରେ ରହିଛି । କିନ୍ତୁ ତୁର୍କୀ ଏବେ ବିମାନବନ୍ଦରକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ ଆରମ୍ଭ କରିଛି । ତୁର୍କୀର ଉଦ୍ଦେଶ୍ୟ ହେଲା ଆମେରିକା ଓ ନାଟୋ ସେନା ଆଫଗାନ ଛାଡିଲେ ନିଜେ ବିମାନ ବନ୍ଦରକୁ କବଜା କରିବ । କାରଣ ୨୦୦୨ ରୁ ତୁର୍କୀ ବିମାନ ବନ୍ଦରର କିଛି କାର୍ଯ୍ୟ କରିଛି । ୩୧ ଅଗଷ୍ଟ ପରେ ତୁର୍କୀ ବିମାନ ବନ୍ଦରକୁ ନିଜ ହେପାଜତକୁ ନେଇ ଲୋକଙ୍କ ସାହାଯ୍ୟ କରିବ ବୋଲି କହିଛି ।

ଚଳିତ ମାସ ୧୪ ରେ ତାଲିବାନ ଆଫଗାନକୁ ଅଧିକାର କରିବା ପରେ ସେହି ଦିନ ଠାରୁ ପ୍ରତିଦିନ ୩୦ ରୁ ୪୦ ଲୋକ ଦେଶ ଛାଡିବାରେ ଲାଗିଛନ୍ତି । ଆମେରିକା ଓ ନାଟୋ ସେନା ଉପସ୍ଥିତି ଥିବାରୁ ଲୋକେ ବିଦେଶ ପଳାଇବାକୁ ସମର୍ଥ ହେଉଛନ୍ତି । କିନ୍ତୁ ୩୧ ପରେ ଲୋକଙ୍କ ସ୍ଥିତି କଣ ହେବ, ତାହା ଅସ୍ପଷ୍ଟ । ଫଳରେ ଏବେ ବଡ ପ୍ରଶ୍ନ ୩୧ ଅଗଷ୍ଟ ପରେ କାବୁଲ ବିମାନ ବନ୍ଦରର କିଏ ହେବ ସର୍ବେସର୍ବା । କଣ ନେବ ନିଷ୍ପତି ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details