ଓଡିଶା

odisha

ETV Bharat / bharat

ଆଫଗାନ ସେନାର ଅପ୍ରତ୍ୟାଶିତ ପରାଜୟ ଆମେରିକା ପାଇଁ ଶିକ୍ଷା: USA - ଆଫଗାନିସ୍ତାନ ସ୍ଥିତି

ଗଣମାଧ୍ୟମକୁ ଆମେରିକୀୟ ସେନା ଯୁଗ୍ମ ଚିଫ ଅଫ ଷ୍ଟାଫଙ୍କ ପ୍ରତିକ୍ରିୟା। ତାଲିବାନ ଆତଙ୍କୀଙ୍କ ନିକଟରେ ଆଫଗାନିସ୍ତାନ ସେନାର ଶୋଚନୀୟ ଆତ୍ମସମପର୍ଣ ଆମେରିକା ପାଇଁ ଏକ ଶିକ୍ଷା । ଅଧିକ ପଢନ୍ତୁ...

ଆଫଗାନ ସେନାର ଅପ୍ରତ୍ୟାଶିତ ପରାଜୟ ଆମେରିକା ପାଇଁ ଶିକ୍ଷା: USA
ଆଫଗାନ ସେନାର ଅପ୍ରତ୍ୟାଶିତ ପରାଜୟ ଆମେରିକା ପାଇଁ ଶିକ୍ଷା: USA

By

Published : Sep 5, 2021, 8:24 PM IST

ଓ୍ବାଶିଂଟନ: ଆଫଗାନିସ୍ତାନକୁ ତାଲିବାନ କବ୍ଜାକୁ ନେବା ପରେ ପୂର୍ବଚୁକ୍ତି ଅନୁସାରେ ଦେଶ ଛାଡିଛି ମାର୍କିନ ସେନା । ତେବେ ତାଲିବାନ କେମିତି ଏତେ ଶୀଘ୍ର ଆମେରିକା ପ୍ରଶିକ୍ଷିତ ଆଫଗାନିସ୍ତାନ ସରକାରୀ ସେନାକୁ ପରାସ୍ତ କରି ସମଗ୍ର ଦେଶକୁ ନିଜ ନିୟନ୍ତ୍ରଣକୁ ନେବାରେ ସଫଳ ହେଲା ତାକୁ ନେଇ ପ୍ରତିକ୍ରିୟା ରଖିଛି ଆମେରିକା ସେନା। ମାର୍କିନ ସେନାର ଯୁଗ୍ମ ମୁଖ୍ୟ ଚିଫ ଅଫ ଷ୍ଟାଫ ଜେନେରାଲ୍ ମାର୍କ ମିଲି କହିଛନ୍ତି ଆକ୍ରମଣକାରୀ ତାଲିବାନ ନିକଟରେ ଆଫଗାନ ସେନାର ପତନ ଅତ୍ୟନ୍ତ ଅପ୍ରତ୍ୟାଶିତ ଥିଲା । ଯାହା ସହଜରେ ଗ୍ରହଣ କରାଯାଇ ନପାରେ। ଏହା ଆମେରିକା ପାଇଁ ଏକ ବଡ ଶିକ୍ଷା।

ତେବେ ଦେଶର ସେନା ଏପରି ଅସହାୟ ଭାବେ ଯୁଦ୍ଧକ୍ଷେତ୍ର ଛାଡିବା ବା ବିଦ୍ରୋହୀ ଆତଙ୍କୀ ଗୋଷ୍ଠୀ ନିକଟରେ ଶୌଚନୀୟ ଆତ୍ମସମର୍ପଣ କରିବା ମଧ୍ୟ ଆମେରିକାର ଭୂମିକାକୁ ନେଇ ବିଶ୍ବବ୍ୟାପୀ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଆମେରିକା ଆଫଗାନିସ୍ତାନ ସେନାକୁ ପ୍ରଶିକ୍ଷଣ ଦେବା ସହ ସମସ୍ତ ଆମେରିକା ନିର୍ମିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଯୋଗାଇଥିଲା ।

ଜେନେରାଲ ମାର୍କ ମିଲି ଏକ ଘରୋଇ ଟିଭି ଚାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ଆଫଗାନିସ୍ତାନ ସେନାର ଏପିର ଶୌଚନୀୟ ଆତ୍ମସମର୍ପଣ ଆଶା କରାଯାଉ ନ ଥିଲା । ଏହା ଆମେରିକା ପାଇଁ ଏକ ଶିକ୍ଷା। ଏବଂ ଆମେରିକାକୁ ଏହି ସମ୍ପର୍କରେ ଚିନ୍ତା କରିବାକୁ ପଡିବ। ଆମେରିକା ଆଫଗାନିସ୍ତାନରୁ ପ୍ରତ୍ୟାହାର ଶେଷ କରିବାବେଳେ ଜେନେରାଲ ମିଲି ଏହା ପୂର୍ବରୁ କହିଥିଲେ ଯେ ଗତ 20 ବର୍ଷ ମଧ୍ୟରେ ଯାହା ଘଟିଛି, ତାହା କେବଳ ଯନ୍ତ୍ରଣା ଓ କ୍ରୋଧ ବ୍ୟତୀତ ଆଉ କିଛି ନୁହେଁ ।

ତେବେ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବା ପରେ ସୃଷ୍ଟି ହୋଇଥିବା ପରସ୍ଥିତି ଆମେରିକା ପାଇଁ ଏକ ଶିକ୍ଷା ବୋଲି ମଧ୍ୟ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଆଫଗାନିସ୍ତାନ ସେନାକୁ ଆମେରିକା ପାଶ୍ଚ୍ୟାତ ଦେଶର ସେନା ବାହିନୀ ପରି ଆଧୁନିକ ରୂପ ଦେବା ସହ ପ୍ରଶିକ୍ଷିତ ମଧ୍ୟ କରିଥିଲା । ଏକ ଶକ୍ତିଶାଳୀ ସେନାରେ ପରିଣତ କରିବା ପାଇଁ ଆମେରିକା ଯଥା ସମ୍ଭବ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିବା ମଧ୍ୟ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ମାର୍କ । ତେବେ ବୋଧ ହୁଏ ପରବର୍ତ୍ତୀ ସ୍ଥିତିକୁ ଦୃଷ୍ଟିରେ ରଖି ସେନାକୁ ରୂପରେଖ ଦେବାରେ କିଛି ଟା ତ୍ରୁଟି ରହିଯାଇ ପାରିଥାଏ ବୋଲି ମଧ୍ୟ ସେ ପରୋକ୍ଷରେ ସ୍ବୀକାର କରିଥିବା ଦେଖିବାକୁ ମିଳିଛି ।

ସ୍ଥାନାନ୍ତରଣ ପ୍ରକ୍ରିୟା ଉପରେ ସୂଚନା ଦେଇ ଜେନେରାଲ ମାର୍କ ମିଲି କହିଛନ୍ତି, ଆଫଗାନିସ୍ତାନରୁ 25,000 ରୁ ଅଧିକ ଶରଣାର୍ଥୀଙ୍କୁ ଆମେରିକାକୁ ସ୍ଥାନାନ୍ତର ସାମରିକ ବେସରେ ରଖାଯାଇଛି । ସେମାନଙ୍କ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ସେହିପରି ଏହି ଉଦ୍ଧାର ଅପରେସନ ବେଳେ କାବୁଲ ବାହାରେ ହୋଇଥିବା ବୋମା ବିସ୍ଫୋରଣରେ ଆମେରିକାର 13 ସେନାଧିକାରୀ ପ୍ରାଣ ହରାଇଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ଆମେରିକାର ପ୍ରତ୍ୟାବର୍ତ୍ତନ ପରେ ଆଫଗାନିସ୍ତାନରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଏକ ଗୃହଯୁଦ୍ଧକୁ ଜନ୍ମ ଦେଇପାରେ ବୋଲି ମଧ୍ୟ ଆଶଙ୍କା କରିଛନ୍ତି ଜେନେରାଲ ମାର୍କ ।

(ANI)

ABOUT THE AUTHOR

...view details