ନୂଆଦିଲ୍ଲୀ: କୋଭିଡ ଟୀକାକରଣ ଏହାର ଗମ୍ଭୀର ପାର୍ଶ୍ବ ପ୍ରତିକ୍ରିୟାର ଯାଞ୍ଚ କରୁଥିବା ବିଶେଷଜ୍ଞ ଜମାଟ ବାନ୍ଧିବାର ଆଶଙ୍କା ଉପରୁ ହଟାଇଛନ୍ତି ପରଦା । ଟୀକାକରଣ ପରେ କ୍ଲଟିଂ ତଥା ଜମାଟ ବାନ୍ଧିବାର ଆଶଙ୍କା ବହୁତ କମ ଥିବା କେନ୍ଦ୍ର ସରକାରଙ୍କ ପ୍ୟାନେଲ କହିଛି ।
କେନ୍ଦ୍ର କମିଟିର ରିପୋର୍ଟ, ଟୀକାକରଣ ପରେ ରକ୍ତ ଜମାଟର ରହିଛି କମ ଆଶଙ୍କା - ଟୀକାକରଣ ରକ୍ତ ଜମାଟ
ଟୀକାକରଣ ପରେ କ୍ଲଟିଂ ତଥା ଜମାଟ ବାନ୍ଧିବାର ଆଶଙ୍କା ବହୁତ କମ ଥିବା କେନ୍ଦ୍ର ସରକାରଙ୍କ ପ୍ୟାନେଲ କହିଛି । ଅଧିକ ପଢନ୍ତୁ...
ଏଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ଭ୍ୟାକ୍ସିନ କୋଭିସିଲ୍ଡ ଟୀକାକରଣ ପରେ ଏମ୍ବୋଲିକ ଓ ଥ୍ରମ୍ବୋଟିକ ମାମଲାକୁ ନେଇ କିଛି ଦେଶ ଆଲର୍ଟ ଜାରି କରିଥିଲେ । ଏହାପରେ ଭାରତରେ ପାର୍ଶ୍ବ ପ୍ରତିକ୍ରିୟାର ତତ୍କାଳ ବିଶ୍ଳେଷଣ କରିବାର ନିଷ୍ପତ୍ତି ନିଆଯାଇଥିଲା । ଭ୍ୟାକ୍ସିନର ସାଇଡ ଇଫେକ୍ଟର ଯାଞ୍ଚ ପାଇଁ AEFI ପ୍ୟାନେଲର ଗଠନ କରାଯାଇଥିଲା । ତେବେ ଏହି ପ୍ୟାନେଲ ଟୀକାକରଣ ପରେ ରକ୍ତସ୍ରାବ ଓ ଜମାଟ ବାନ୍ଧିବାର ଉପରେ ନିଜର ରିପୋର୍ଟ ହସ୍ତାନ୍ତର କରିଛି ।
ପ୍ୟାନେଲ ପକ୍ଷରୁ କୁହାଯାଇଛି ଯେ ପ୍ରତି 10 ଲକ୍ଷ ମାମଲାରେ 0.61 ପ୍ରତିଶତ ରେୟାର ବ୍ଲଡ କ୍ଲଟିଙ୍ଗ୍ ମାମଲା ସାମ୍ନାକୁ ଆସିଛି । ସେପଟେ ଭାରତ ବାୟୋଟେକ ଓ ଆଇସିଏମଆର ଦ୍ବାରା ବିକଶିତ କୋଭାକ୍ସିନରେ ରକ୍ତ ଜମାଟ ଭଳି ମାମଲା ସାମ୍ନାକୁ ଆସିନାହିଁ ।