ନୂଆଦିଲ୍ଲୀ: ମେକ୍ ଇନ୍ ଇଣ୍ଡିଆରେ ଅଭିଯାନରେ ଭାରତ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛି । ଗୁରୁବାର ଆଣ୍ଡାମାନ ନିକୋବର କମାଣ୍ଡରେ ଥିବା ପୋର୍ଟ ବ୍ଲେୟାରର INS ଉତ୍କର୍ଷରେ ସାମିଲ ହେଲା ଆଡଭାନ୍ସଡ୍ ଲାଇଟ ହେଲିକପ୍ଟର (ALH) MK III । ଲେଫ୍ଟନେଣ୍ଟ ଜେନେରାଲ ଅଜୟ ସିଂହ ଆଣ୍ଡାମାନ ନିକୋବର କମାଣ୍ଡରେ ଏହି ଲାଇଟ୍ ହେଲିକପ୍ଟର ସାମିଲ କରାଇଛନ୍ତି ।
ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ ଲାଇଟ ହେଲିକପ୍ଟର MK IIIକୁ ବିକଶିତ କରିଛି । ଏଭଳି ହେଲିକପ୍ଟର ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଶକ୍ତିଶାଳୀ କରିବା ସହ ଆତ୍ମନିର୍ଭର ଭାରତ ଅଭିଯାନର ଏକ ବଡ ସଫଳତା । ଏଭଳି ସଫଳତା ଅନ୍ୟ ବିଭାଗକୁ ଆତ୍ମନିର୍ଭର ହେବାକୁ ନିଶ୍ଚିତ ଭାବରେ ପ୍ରେରିତ କରିବ ।