ନୂଆଦିଲ୍ଲୀ: ନୌସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଆର ହରି କୁମାର( New Navy Chief R Hari Kumar) । ଆଡମିରାଲ କେ.ବି ସିଂଙ୍କ ଠାରୁ ସେ ଆଜି(ମଙ୍ଗଳବାର) ଏହି ଦାୟିତ୍ବ ଗ୍ରହଣ କରିଛନ୍ତି ।
ଏହି ଅବସରରେ ଆର ହରି କୁମାର କହିଛନ୍ତି ଯେ, 'ନୌସେନାର କର୍ମଚାରୀଙ୍କ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବା ମୋ ପାଇଁ ଗୌରବର ବିଷୟ । ଜାତୀୟ ସାମୁଦ୍ରିକ ସ୍ବାର୍ଥ ଏବଂ ବିଭିନ୍ନ ଆହ୍ବାନ ଉପରେ ଧ୍ୟାନ ଭାରତୀୟ ନୌସେନାର ମୁଖ୍ୟ ଲକ୍ଷ୍ୟ । ମୁଁ ମୋର ସମସ୍ତ ଶକ୍ତି ଓ ସାମର୍ଥ୍ୟ ଏହା ଉପରେ ଲଗାଇବି ଏବଂ ନୌସେନାକୁ ଏକ ବିରାଟ ଉପଲବ୍ଧି ଦେବା ପାଇଁ ସମସ୍ତ ଚେଷ୍ଟା କରିବି ।'
ସେହିପରି ଆଜି କାର୍ଯ୍ୟକାଳ ସରୁଥିବା ଆଡମିରାଲ କେ.ବି ସିଂ କହିଛନ୍ତି ଯେ, ଦୀର୍ଘ ଅଢେଇ ବର୍ଷ କୋଭିଡ ସଙ୍କଟ ମଧ୍ୟରେ ନୌସେନା ତା'ର ସର୍ବୋତ୍ତମ ପ୍ରଦର୍ଶନ କରିଛି । ନୌସେନା ସର୍ବଦା ଜାତି ଏବଂ ଦେଶବାସୀଙ୍କ ସାହାଯ୍ୟ ପାଇଁ ସହଯୋଗ କରିଛି ।