ଓଡିଶା

odisha

ETV Bharat / bharat

CM Yogi Meets Bhagwat: ଜନସଂଖ୍ୟା ପ୍ରସଙ୍ଗ ଆଲୋଚନା ହୋଇଥିବା ଚର୍ଚ୍ଚା - ସଂଘ ମୁଖ୍ୟଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ

ସଂଘ ପ୍ରମୁଖ ମୋହନ ଭାଗବତଙ୍କୁ ଭେଟିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂତ୍ରରୁ ସୂଚନା (Uttar Pradesh Chief Minister Yogi Adityanath )। କିଛି ଦିନ ତଳେ ଜନସଂଖ୍ୟା ପ୍ରସଙ୍ଗ ଉଠାଇଥିଲେ ସଂଘ ମୁଖ୍ୟ ମୋହନ ଭାଗବତ । ଅଧିକ ପଢନ୍ତୁ

Adityanath meets Bhagwat: ଭାଗବତଙ୍କୁ ଭେଟିଲେ ଯୋଗୀ, ଜନସଂଖ୍ୟା ପ୍ରସଙ୍ଗ ଆଲୋଚନା ହୋଇଥିବା ଚର୍ଚ୍ଚା
Adityanath meets Bhagwat: ଭାଗବତଙ୍କୁ ଭେଟିଲେ ଯୋଗୀ, ଜନସଂଖ୍ୟା ପ୍ରସଙ୍ଗ ଆଲୋଚନା ହୋଇଥିବା ଚର୍ଚ୍ଚା

By

Published : Oct 21, 2022, 7:43 AM IST

ଲକ୍ଷ୍ନୌ:ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ପ୍ରମୁଖ ମୋହନ ଭାଗବତଙ୍କୁ ସାକ୍ଷାତ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତେବେ ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଛି (Uttar Pradesh Chief Minister Yogi Adityanath )। ଏହି ଆଲୋଚନରେ ଜନସଂଖ୍ୟା ସମ୍ପର୍କିତ ପ୍ରସଙ୍ଗ ସ୍ଥାନ ପାଇଥିବା ଚର୍ଚ୍ଚା ହେଉଛି ।

ଏହି ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ଯୋଗୀ ସଂଘ ପ୍ରମୁଖଙ୍କୁ 23 ତାରିଖରେ ଅଯୋଧ୍ୟା ଆସିବାକୁ ନିମନ୍ତ୍ରଣ ମଧ୍ୟ କରିଥିବା ସୂଚନା ରହିଛି । ଦିପାବଳୀ ଅବସରରେ ଅଯୋଧ୍ୟାରେ ଦୀପଉତ୍ସବ ଆୟୋଜନ କରାଯାଉଛି । ସଂଘର ଅନ୍ୟତମ ବରିଷ୍ଠ କାର୍ଯ୍ୟକର୍ତ୍ତା ଦତ୍ତାତ୍ରେୟ ହୋସବାଲେ ମଧ୍ୟ ଜନସଂଖ୍ୟା ପ୍ରସଙ୍ଗରେ ବଡ ବୟାନ ଦେଇଥିଲେ । ଧର୍ମାନ୍ତରୀକରଣ ଓ ବାଂଲାଦେଶୀ ଅନୁପ୍ରେବଶ ଜନସଂଖ୍ୟା ବୃଦ୍ଧିର ଏକ ପ୍ରମୁଖ କାରଣ ବୋଲି ସେ କହିବା ସହ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଛି ବୋଲି ମଧ୍ୟ ମନ୍ତବ୍ୟ ଦେଇଥିଲେ । ଏପରି ସମସ୍ୟା ଦେଶର ଜନସଂଖ୍ୟା ସନ୍ତୁଳନରେ ଅସ୍ଥିରତା ସୃଷ୍ଟି କରିବାରେ ଲାଗିଛି । ତେଣୁ ଏହି ପ୍ରସଙ୍ଗରେ ଗମ୍ଭୀରତାର ସହ ଚିନ୍ତା କରିବାର ସମୟ ଆସିଥିବା ସେ ମତ ରଖିଥିଲେ ।

ଚଳିତ ମାସ 16 ରୁ 19 ତାରିଖ ମଧ୍ୟରେ ସଂଘ ଦ୍ବାରା ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ସଂଘ ମୁଖ୍ୟ ମୋହନ ଭାଗବତ । ସେଥିରେ ମଧ୍ୟ ଜନସଂଖ୍ୟା ପ୍ରସଙ୍ଗ ଉଠାଇଥିଲେ । ସେପଟେ ଉତ୍ତର ପ୍ରଦେଶ ରାଜ୍ୟ ଆଇନ ଆୟୋଗ ଜନସଂଖ୍ୟା ନିୟନ୍ତ୍ରଣ ସଂକ୍ରାନ୍ତରେ ଏକ ଚିଠା ବିଲ ମଧ୍ୟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ସୁପାରିଶ କରିସାରିଛି । ସେହିପରି ଦୁଇ ସନ୍ତାନ ପାଇଁ ଥିବା ନିୟମାବଳୀରେ ଖିଲାପ କରୁଥିବା ବ୍ୟକ୍ତିଙ୍କୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାରୁ ବଞ୍ଚିତ କରିବା ଉପରେ ପ୍ରସ୍ତାବିତ ଚିଠା ବିଲ୍‌ରେ ସୁପାରିଶ ଆୟୋଗ ସୁପାରିଶ ମଧ୍ୟ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details