ଓଡିଶା

odisha

ETV Bharat / bharat

Aditya L1 Mission: ବୈଜ୍ଞାନିକଙ୍କ ତେନାକ୍ସି କନେକ୍ସନଙ୍କୁ ନେଇ ଚର୍ଚ୍ଚା - ଆଦିତ୍ୟ ମିଶନରେ ତେନାକ୍ସି କନେକ୍ସନ

Aditya L-1 ମିଶନରେ ବୈଜ୍ଞାନିକଙ୍କ ତେନାକ୍ସି କନେକ୍ସନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଇସ୍ରୋର ମିଶନ ଆଦିତ୍ୟରେ ଜଣେ ମହିଳା ବୈଜ୍ଞାନିକ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଗୁରୁ ଦାୟିତ୍ବ ବହନ କରିଛନ୍ତି । ଅଧିକ ପଢନ୍ତୁ

ବୈଜ୍ଞାନିକଙ୍କ ତେନାକ୍ସି କନେକ୍ସନଙ୍କୁ ନେଇ ଚର୍ଚ୍ଚା
Aditya L1 MissionTenkasi connection

By ETV Bharat Odisha Team

Published : Sep 2, 2023, 7:41 PM IST

ଚେନ୍ନାଇ: ଇସ୍ରୋର ମିଶନରେ ରହିଛି ତେନାକ୍ସି କନେକ୍ସନ। ନିକଟରେ ସଫଳତା ଲାଭ କରି ଚର୍ଚ୍ଚାରେ ରହିଥିବା Chandrayaan-3 ମିଶନ ହେଉ ଅବା Aditya L-1, ସବୁଥିରେ ଗୁରୁଦାୟିତ୍ବ ବହନ କରିଥିବା ଅଧିକାଂଶ ବୈଜ୍ଞାନିକ ତାମିଲନାଡୁର ତେନାକ୍ସିର ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ମାଇଲସାମୀ ଅନ୍ନାଦୁରାଇ, ଏମ ଭନିଥା, ପି ଭୀରାମୁଥୁବେଲ ଏବଂ ନିଗାର ସାଜି ହେଉଛନ୍ତି ତେନାକ୍ସି ବାସିନ୍ଦା।

ଇସ୍ରୋର ମିଶନ ଆଦିତ୍ୟରେ ଜଣେ ମହିଳା ବୈଜ୍ଞାନିକ ଭାବେ ନିଗାର ସାଜିଙ୍କର ରହିଛି ପ୍ରମୁଖ ଭୂମିକା । ସେ Aditya L-1 ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଗୁରୁ ଦାୟିତ୍ବ ବହନ କରିଛନ୍ତି। ତାଙ୍କ ନେତୃତ୍ବରେ ଅନେକ ବୈଜ୍ଞାନିକ କଠିନ ପରିଶ୍ରମ କରି ଏହି ମିଶନ ପାଇଁ କାର୍ଯ୍ୟ କରିଥିଲେ। ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗତ 35ବର୍ଷ ଧରି ସାଜି ଇସ୍ରୋ ସହ କାମ କରି ଆସୁଛନ୍ତି। ସେ ଭାରତୀୟ ରିମୋର୍ଟ ସେନସିଂ ସଞ୍ଚାର ଏବଂ ବିଭିନ୍ନ ଉପଗ୍ରହ କାର୍ଯ୍ୟକ୍ରମରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି।

ସୂଚନା ଅନୁସାରେ, 1987 ମସିହାରେ ଇସ୍ରୋର ଉପଗ୍ରହ କେନ୍ଦ୍ରରେ କାର୍ଯ୍ୟ ଆରମ୍ଭ କରିଥିଲେ ନିଗାର ସାଜି। ତାମିଲନାଡୁର ରାଜଧାନୀ ଚେନ୍ନାଇରୁ ପ୍ରାୟ 550କିଲୋମିଟର ଦୂରରେ ଅବସ୍ଥିତ ତେନାକ୍ସି ଗ୍ରାମରେ ସାଜିଙ୍କ ଘର। ଇସ୍ରୋର ଚନ୍ଦ୍ରଯାନ ମିଶନ-3ରେ ମଧ୍ୟ ନିଗାର ସାଜିଙ୍କର ଉଲ୍ଲେଖନୀୟ ଭୂମିକା ରହିଛି। ତେବେ Aditya L-1 ମିଶନରେ ବ୍ୟବହୃତ ଭିଜିବଲ ଲାଇନ ଏମିସନ କ୍ରୋନୋଗ୍ରାପ (VELC) ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଆଷ୍ଟ୍ରୋ ଫିଜିକ୍ସ ଦ୍ବାରା ବିକଶିତ ହୋଇଥିଲା। ଯାହାକି ବୈଜ୍ଞାନିକ ଏସ ସୋମନାଥଙ୍କ ସହ ସାଜିଙ୍କ ଉପସ୍ଥିତିରେ ୟୁ ଆର ରାଓ ସାଟେଲାଇଟ ସେଣ୍ଟରକୁ ହସ୍ତାନ୍ତର କରାଯାଇଥିଲା। ଏହିପରିଭାବେ Aditya L-1ମିଶନ ପାଇଁ କାର୍ଯ୍ୟ ଆରମ୍ଭରୁ ହିଁ ଟିକନିଖ ଅସୁସନ୍ଧାନ କରିବା ସହ ପୁରା ମିଶନର ତତ୍ତ୍ବାବଧାନ କରିଛନ୍ତି ସାଜି।

ଏହା ବି ପଢନ୍ତୁ...Aditya L1 Lunch: ଆଦିତ୍ୟ L1ର ସଫଳ ଉତକ୍ଷେପଣ, ଇସ୍ରୋକୁ ଶୁଭେଚ୍ଛାର ସୁଅ

ଇଟିଭି ଭାରତକୁ ଏକ ସାକ୍ଷାତକାରରେ ନିଗର ସାଜିଙ୍କ ଭାଇ କହିଛନ୍ତି, ଚନ୍ଦ୍ରଯାନ-3 ଚନ୍ଦ୍ରରେ ସଫଳତାର ସହ ଅବତରଣ କରିବା ଘଟଣା ସାରା ଦେଶ ପାଇଁ ଗୌରବ ଆଣିଛି। ଆଉ ବର୍ତ୍ତମାନ Aditya L-1 ସୂର୍ଯ୍ୟଙ୍କ ନିକଟକୁ ପଠାଯାଉଛି। ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବରେ ମୋ ଭଉଣୀ କାମ କରିବାକୁ ସୁଯୋଗ ପାଇବା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ। ସେ ଗତ 36 ବର୍ଷ ଧରି ଜଣେ ବୈଜ୍ଞାନିକ ଭାବରେ ISRO ରେ କାର୍ଯ୍ୟ କରିଆସୁଛନ୍ତି। ଗତ 5 ବର୍ଷ ମଧ୍ୟରେ ସେ ସୂର୍ଯ୍ୟଙ୍କ ବିଷୟରେ ଅଧ୍ୟୟନ ତଥା ଗବେଷଣା କରିବା ପାଇଁ ବହୁ ପରିଶ୍ରମ କରିଛନ୍ତି। ମୋ ଭଉଣୀ ଏଥିରେ କାମ କରିବାର ସୁଯୋଗ ପାଇଥିବାରୁ ଏହା ଆମ ଅଞ୍ଚଳ ପାଇଁ ଗର୍ବ ଆଣିଛି।"

ABOUT THE AUTHOR

...view details