ଓଡିଶା

odisha

Aditya L1: ଆଜି ଇସ୍ରୋର ସୌର ମିଶନ, ପୂର୍ବାହ୍ନ ୧୧ଟା ୫୦ରେ ଶ୍ରୀହରିକୋଟାରୁ ଉତକ୍ଷେପଣ

ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ସୌର ମିଶନ ଆଦିତ୍ୟ L1 । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 2, 2023, 7:40 AM IST

Published : Sep 2, 2023, 7:40 AM IST

ଆଜି ଇସ୍ରୋର ସୌର ମିଶନ
ଆଜି ଇସ୍ରୋର ସୌର ମିଶନ

ଅମରାବତୀ:ଆଜି ଭାରତର ବହୁ ପ୍ରତୀକ୍ଷିତ ସୌର ମିଶନ । ପୂର୍ବାହ୍ନ ୧୧ଟା ୫୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ କରାଯିବ ଆଦିତ୍ୟ L1 । ପିଏସ୍‌ଏଲଭି-ସି୫୭ ରକେଟ ଜରିଆରେ ଆଦିତ୍ୟ L1କୁ ମହାକାଶକୁ ପ୍ରକ୍ଷେପଣ କରାଯିବ । ଏଥିପାଇଁ ପୂର୍ବରୁ ସମସ୍ତ ପ୍ରସ୍ତୁତି ତଥା ରିହର୍ସଲ ଶେଷ ହୋଇଛି । ପୃଥିବୀ ଏବଂ ସୂର୍ଯ୍ୟର ଦୂରତା ପ୍ରାୟ ୧୫ କୋଟି କିଲୋମିଟର ହୋଇଥିବା ବେଳେ ଆଦିତ୍ୟ L1 ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ପଠାଯିବ । ଏହି ଯାନ ପ୍ରାୟ ୪ ମାସ ପରେ ମହାକାଶର L1 ବା ଲାଗ୍ରାଞ୍ଜ ପଏଣ୍ଟ-1ରେ ପହଞ୍ଚିବ । L1 କକ୍ଷପଥରୁ ସୂର୍ଯ୍ୟଙ୍କ ବାହ୍ୟସ୍ତର (କରୋନା) ଓ କ୍ରୋମୋସଫିର ଉପରେ ଅଧ୍ୟୟନ କରାଯିବ ବୋଲି ଇସ୍ରୋ ସୂଚନା ଦେଇଛି ।

ସୂର୍ଯ୍ୟ ଉପରେ ଗବେଷଣା କରିବାରେ ଆଦିତ୍ୟ L1 ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ISRO) ପ୍ରଥମ ମିଶନ । ଏଥିପାଇଁ ରିହର୍ସଲ ଏବଂ ଆଦିତ୍ୟ L1କୁ ପରିବହନ କରି ନେବାକୁ ଥିବା ପିଏସ୍‌ଏଲଭି-ସି୫୭ ରକେଟର ଆଭ୍ୟନ୍ତରୀଣ ଯାଞ୍ଚ କରାଯାଇଛି । କେବଳ ଅପେକ୍ଷା ଉତକ୍ଷେପଣକୁ । ସୂର୍ଯ୍ୟଙ୍କର ଫଟୋସ୍ପିୟର, କ୍ରୋମସ୍ପିଅର ଓ ବାହ୍ୟସ୍ତର କରୋନାର ଅନୁଧ୍ୟାନ ପାଇଁ ଆଦିତ୍ୟ L1ରେ ୭ଟି ଭିନ୍ନ ପେଲୋଡ ଲାଗିଛି । ଏହାକୁ ସୂର୍ଯ୍ୟ ଓ ପୃଥିବୀ ମଧ୍ୟପରେ ଲାଗ୍ରାଞ୍ଜିଆନ ପଏଣ୍ଟ-୧ ଚାରିପାଖରେ ଥିବା ହେଲୋ ଅର୍ବିଟରେ ସ୍ଥାପନ କରାଯିବ । ଲାଗ୍ରାଞ୍ଜିଆନ ପଏଣ୍ଟ-୧ରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ପ୍ରାୟତଃ ସମାନ । ତେଣୁ ସେଠାରେ କୌଣସି ବସ୍ତୁ ଅବସ୍ଥାପତି ହେଲେ ସେହି ସ୍ଥାନରେ କାର୍ଯ୍ୟକ୍ଷମ ହେବ । ସେହି ସ୍ଥାନରେ ଗ୍ରହଣର ପ୍ରଭାବ ପଡୁନଥିବାରୁ ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟ ଉପରେ ଗବେଷଣା କରାଯାଇ ପାରିବ ।

ଆଦିତ୍ୟ L1ରେ ଲାଗିଥିବା ୭ଟି ପେଲୋଡ ଭିତରୁ ୪ଟି ରିମୋଟ ସେନ୍ସି ପେଲୋଡ ଏବଂ ୩ଟି ଇନସିଟୁ ପେଲୋଡ ରହିଛି । ୪ଟି ପେଲୋଡ ସୂର୍ଯ୍ୟର ଆଲୋକ ଉପରେ ଅନୁଧ୍ୟାନ କରିବାକୁ ଥିବାବେଳେ ଆଉ ୩ଟି ମ୍ୟାଗ୍ନେଟିକ ଫିଲ୍ଡ ଓ ପ୍ଲାଜାର ଇନ-ସିଟୁ ପାରାମିଟର ଉପରେ ପରୀକ୍ଷା ନିରୀକ୍ଷା କରିବ ।

ଏହାମଧ୍ୟ ପଢନ୍ତୁ: Aditya-L1: ଭଗବାନଙ୍କ ଶରଣରେ ଇସ୍ରୋ ବୈଜ୍ଞାନିକ, ତିରୁମାଳା ମନ୍ଦିରରେ କଲେ ପୂଜାର୍ଚ୍ଚନା

ଇସ୍ରୋ ସୌରପୃଷ୍ଠରେ ହେଉଥିବା ପରିବର୍ତ୍ତନ, ସୌରଝଡ, ବିକିରଣ ଓ ମହାକାଶର ପାଣିପାଗ ଉପରେ ଅଧ୍ୟୟନ କରିବା ଲକ୍ଷ୍ୟରେ ସୌର ଅଭିଯାନ ଲଞ୍ଚ କରୁଛି । ସୌର ମିଶନ ନେଇ ଶୁକ୍ରବାର ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ''ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୧୧ଟା ୫୦ରେ ଆଦିତ୍ୟ L1ର ପ୍ରକ୍ଷେପଣ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । '' ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି ଯେ, ଆଦିତ୍ୟ L1 ସାଟେଲାଇଟ ଲଞ୍ଚ ପାଇଁ ଆମେ ପ୍ରସ୍ତୁତ । ଉତକ୍ଷେପଣ ପୂର୍ବରୁ ରିହର୍ସଲ ଶେଷ ହୋଇଛି ।

ABOUT THE AUTHOR

...view details