ମୁମ୍ବାଇ:ଜଣାଶୁଣା ତଥା ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଏବଂ ଆଦିଲ ଖାନ ଦୁରାନୀଙ୍କ ବିବାହକୁ ନେଇ ହାଇ ଭୋଲଟେଜ ଡ୍ରାମା ପ୍ରତିଦିନ ନୂଆ ମୋଡ ନେଉଛି । ବିବାହ ପରେ ଆଦିଲ ରାକ୍ଷୀଙ୍କୁ ତାଙ୍କ ପତ୍ନୀ ଭାବରେ ଗ୍ରହଣ କରୁନାହାଁନ୍ତି । ରାକ୍ଷୀ ଆଦିଲ ଖାନଙ୍କୁ ଅପମାନିତ କରୁଛନ୍ତି । ଯାହା ଗଣମାଧ୍ୟମରେ ଚର୍ଚ୍ଚା ହେବାରେ ଲାଗିଥିଲା । ଅନ୍ୟପକ୍ଷରେ, ଆଦିଲଙ୍କ ଗର୍ଲଫ୍ରେଣ୍ଡ ସହିତ ଏକାଧିକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହାରି ମଧ୍ୟରେ ରାକ୍ଷୀଙ୍କ ସ୍ବାମୀ ଆଦିଲ ଖାନ ଦୁରାନିଙ୍କୁ ଓସିୱାରା ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।
ରାକ୍ଷୀ ନିଜେ ସ୍ୱାମୀ ଆଦିଲ ଖାନଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାକ୍ଷୀ ତାଙ୍କ ସ୍ବାମୀଙ୍କ ନାମରେ ଏତଲା ଦେଇଥିଲେ । ପୋଲିସ ତାଙ୍କୁ ଗିରଫ କରିଛି ବୋଲି ରାକ୍ଷୀ ନିଜେ ଗଣମାଧ୍ୟକୁ ସୂଚନା ଦେଇଥିଲେ । ସ୍ବାମୀଙ୍କ ବିରୋଧରେ ମାଡ ମାରିବା ଓ ତାଙ୍କ ଗହଣା ଚୋରି କରି ନେଇଯିବା ଅଭିଯୋଗ କରିଥିଲେ ରାକ୍ଷୀ । ସ୍ବାମୀ ତାଙ୍କୁ ନିର୍ଯାତନା ଦେବା ସହ ତାଙ୍କ ଜୀବନକୁ ନଷ୍ଟ କରିଦେଇଥିବା ସାକ୍ଷୀ ଅଭିଯୋଗରେ ଦର୍ଶାଇଥିଲେ । ଆଜି ସ୍ବାମୀ ଆଦିଲକୁ ଗିରଫ କରାଯିବା ଖବର ସେ ନିଜେ ହିଁ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।