ଓଡିଶା

odisha

ETV Bharat / bharat

One Nation, One Election: ଏକକ ନିର୍ବାଚନ କମିଟିରେ ରହିବାକୁ ମନା କଲେ ଅଧୀର ରଞ୍ଜନ - ଅଧୀର ରଞ୍ଜନ ଚୌଧୁରୀ

ଏକକ ନିର୍ବାଚନ କମିଟିରେ ରହିବାକୁ ମନା କଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ଚିଠି ଲେଖି ଶାହଙ୍କୁ ଜଣାଇଲେ । ଅଧିକ ପଢନ୍ତୁ

One Nation, One Election
One Nation, One Election

By ETV Bharat Odisha Team

Published : Sep 3, 2023, 11:14 AM IST

ନୂଆଦିଲ୍ଲୀ: ଗୋଟିଏ ଦେଶ ଗୋଟିଏ ନିର୍ବାଚନର ସମୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଉଚ୍ଚ ସ୍ତରୀୟ କମିଟିରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ରହିବେ ନାହିଁ । ଗତକାଲି(ଶନିବାର) କମିଟିର ୮ ଜଣିଆ ସଦସ୍ୟଙ୍କ ନାମ ଘୋଷଣା ପରେ ରାତିରେ କଂଗ୍ରେସ ନେତା ଏକ ବିବୃତ୍ତି ଜାରି କରି ଏହାର ସଦସ୍ୟ ହେବାକୁ ମନା କରିଦେଇଛନ୍ତି । ଏନେଇ ସେ ଗୃହମନ୍ତ୍ରୀ ଅମିତ ଶାହକୁ ଚିଠି ଲେଖି ଜଣାଇଛନ୍ତି ।

ଚିଠିରେ ଅଧୀର ରଞ୍ଜନ ଚୌଧୁରୀ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ କମିଟିର ସଦସ୍ୟ ହେବାକୁ ମନା କରିବାରେ ମୋର କୌଣସି ଦ୍ବନ୍ଦ ନାହିଁ । କାରଣ ଏହା ଧୋକ୍କା ଅଟେ । ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ଏହି ବିଚାରକୁ ଦେଶ ଉପରେ ଲଦା ଯାଉଛି । ସରକାରଙ୍କ ଦ୍ବାରା ଅଚାନକ ନିଆଯାଇଥିବା ଏହି ନିଷ୍ପତ୍ତି ତାଙ୍କର ଗୁପ୍ତ ଉଦ୍ଦେଶ୍ୟ ସମ୍ପର୍କରେ ସନ୍ଦେହ ସୃଷ୍ଟି କରୁଛି । ଏହାସହିତ କମିଟିରେ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ସାମିଲ କରାନଯିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅଧୀର ରଞ୍ଜନ କହିଛନ୍ତି ଯେ, ଖଡ୍‌ଗେଙ୍କୁ ଏହି କମିଟିରେ ସ୍ଥାନ ନଦେଇ ତାଙ୍କ ସ୍ଥାନରେ ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ରଖାଯାଇଛି । ଏହାଦ୍ବାରା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଜାଣିଶୁଣି ଅପମାନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: One nation, One Election: 8ଜଣିଆ କମିଟିରେ ଶାହ, ଆଜାଦ ଓ ଅଧୀର

ପ୍ରକାଶ ଥାଉକି, ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସଙ୍ଗେ କରିବା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି । ଏକକ ନିର୍ବାଚନ ସମ୍ଭାବନା ନେଇ ସମସ୍ତ ଦିଗର ସମୀକ୍ଷା କରି ରିପୋର୍ଟ ଦାଖଲ କରିବାକୁ କମିଟି ଗଠନ ହୋଇଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହାର ଅଧ୍ୟକ୍ଷ ରଖାଯାଇଛି । ଗତକାଲି ଏହି କମିଟିର ୮ ଜଣିଆ ସଦସ୍ୟଙ୍କ ନାମ ଘୋଷଣା ହୋଇଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ, କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଗୁଲାମ ନବୀ ଆଜାଦ, ହରିଶ ସାଲଭେ, ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ଏନକେ ସିଂହ ପ୍ରମୁଖଙ୍କ ନାମ ସଦସ୍ୟ ରୂପେ ଘୋଷଣା ହୋଇଥିବା ବେଳେ ଏଥିରେ ନରହିବାକୁ ଅଧୀର ରଞ୍ଜନ ସଫା ମନା କରିଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: One Nation One Election: ଆଉ ପାଦେ ଆଗକୁ ବଢିଲା କେନ୍ଦ୍ର, କୋବିନ୍ଦଙ୍କ ନେତୃତ୍ବରେ ଗଠନ ହେଲା କମିଟି

ABOUT THE AUTHOR

...view details