ଓଡିଶା

odisha

ଆସନ୍ତା 5 ବର୍ଷରେ 2 ଲକ୍ଷ କୋଟିରୁ ଅଧିକ ନିବେଶ କରାଯିବ: ଗୌତମ ଆଦାନୀ

By ETV Bharat Odisha Team

Published : Jan 10, 2024, 3:19 PM IST

Gautam Adani at Vibrant Gujarat Summit: ଆସନ୍ତା 5 ବର୍ଷରେ ଗୁଜୁରାଟରେ 2ଲକ୍ଷ କୋଟିରୁ ଅଧିକ ନିବେଶ କରାଯିବ ବୋଲି ଘୋଷଣା କରିଛନ୍ତି ଗୌତମ ଆଦାନୀ । ଅଧିକ ପଢନ୍ତୁ

ଗୌତମ ଆଦାନୀ
Gautam Adani

ଗାନ୍ଧୀନଗର:ଗୁଜରାଟରେ ବଡ ନିବେଶ ଘୋଷଣା କରିଲା ଆଦାନୀ ଗ୍ରୁପ । 2025 ସୁଦ୍ଧା ଗୁଜୁରାଟରେ 55000 କୋଟି ଟଙ୍କା ନିବେଶ କରିବା ନେଇ ଆଦାନୀ ଗ୍ରୁପ ପକ୍ଷରୁ ଘୋଷଣା କରାଯାଇଛି । ଗୁଜୁରାଟରେ ଆଗାମୀ 5 ବର୍ଷ ମଧ୍ୟରେ 2 ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ ଆଦାନୀ ଗ୍ରୁପ । ଏନେଇ ଆଜି(ବୁଧବାର) ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀରେ ଘୋଷଣା କରିଛନ୍ତି ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ।

ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଏବଂ ବିଶ୍ବର ଅନେକ ବ୍ୟବସାୟୀମାନେ ଯୋଗଦାନ କରିଥିଲେ । ତେବେ ଆଦାନୀ ଘୋଷଣା କରିଥିବା ଏହି ନିବେଶ ଗୁଜରାଟରେ ନୂଆ ଚାକିରି ସୃଷ୍ଟି କରିବା ନେଇ ଆଶା କରାଯାଉଛି । ଆଦାନୀ ଗ୍ରୁପର ଏହି ବିନିଯୋଗ ଗୁଜରାଟରେ 1 ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ ।

2047 ସୁଦ୍ଧା ହେବ ବିକଶିତ ଭାରତ:ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀରେ ଯୋଗଦେଇ ଗୌତମ ଆଦାନୀ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଭାରତର ଭବିଷ୍ୟକ ବିଷୟରେ ଚିନ୍ତା କରୁନାହାନ୍ତି ବରଂ ଏହାକୁ ଏକ ଆକାର ମଧ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଭାରତ 2047 ସୁଦ୍ଧା ସମ୍ପୂର୍ଣ୍ଣ ବିକଶିତ ହେବ । ବିଶ୍ବ ମାନଚିତ୍ରରେ ଭାରତ ଏକ ସଫଳତାର ସହିତ ପ୍ରମୁଖ ଶକ୍ତି ଭାବେ ସ୍ଥାନ ପାଇଛି ।"

2014 ପରଠାରୁ ଜିଡିପି 185 ପ୍ରତିଶତ ବୃଦ୍ଧି:ଗତ ଦଶନ୍ଧିରେ ସଂଖ୍ୟା ବହୁତ ଭଲ ରହିଛି । 2014 ପରଠାରୁ ଭାରତର ଜିଡିପି(ମୋଟ ଘରୋଇ ଉତ୍ପାଦ) 185 ପ୍ରତିଶତ ବୃଦ୍ଧି ପାଇଛି । ଏଥିସହିତ ମୁଣ୍ଡପିଛା ଆୟ ମଧ୍ୟ 165 ପ୍ରତିଶତ ବୃଦ୍ଧି ପାଇଛି । ଏହି ଉପଲବ୍ଧି ଅତୁଳନୀୟ । ମହାମାରୀ ଏବଂ ରାଜନୈତିକ ସଂଘର୍ଷ ଭଳି ଚ୍ୟାଲେଞ୍ଜ ଦେଖାଯାଇଥିଲେ ହେଁ ଭାରତର ଅଭିବୃଦ୍ଧି ହୋଇଛି ବୋଲି ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଗୌତମ ଆଦାନୀ ।

ଏହା ମଧ୍ୟ ପଢନ୍ତୁ: ନରେନ୍ଦ୍ର ମୋଦି ସବୁଠୁ ସଫଳ ପ୍ରଧାନମନ୍ତ୍ରୀ: ମୁକେଶ ଅମ୍ବାନୀ

ନିର୍ମାଣ ହେବ ଏନର୍ଜି ପାର୍କ:କଚ୍ଛର ଖାଓ୍ବଡାରେ ବିଶ୍ବର ସବୁଠାରୁ ବୃହତ୍ତମ ଶକ୍ତି ଉଦ୍ୟାମ ପାଇଁ ଘୋଷଣା କରିଛନ୍ତି ଆଦାନୀ। ଏହା ପାର୍କ 725 ବର୍ଗ କିଲୋମିଟର ପରିସରରେ ହେବାକୁ ଥିବା ବେଳେ ଏହାକୁ ଅନ୍ତରୀକ୍ଷରୁ ମଧ୍ୟ ଦେଖାଯାଇପାରିବେ ।

ଆମେ ଆତ୍ମନିର୍ଭଶୀଳ ଭାରତ ପାଇଁ ସବୁଜ ଯୋଗାଣ ଶୃଙ୍ଖଳାର ବିସ୍ତାର କରୁଛୁ । ଆମେ ସର୍ବବୃହତ ନବୀକରଣ ଯୋଗ୍ୟ ଶକ୍ତି ଇକୋସିଷ୍ଟମ୍ ପ୍ରସ୍ତୁତ କରୁଛୁ। ଏଥିରେ ସୋଲାର ପ୍ୟାନେଲ, ଓ୍ବିଣ୍ଟ ଟର୍ବାଇନ, ହାଇଡ୍ରୋଜେନ ଇଲେକ୍ଟ୍ରୋଲାଇଜର, ଗ୍ରୀନ ଆମୋନିଆ, ପଲିଭିନାଇଲ କ୍ଲୋରାଇଡ ଏବଂ ତମ୍ବା ଉତ୍ପାଦନ ଅନ୍ତର୍ଭୁକ୍ତ ରହିଛି ବୋଲି କହିଛନ୍ତି ଆଦାନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details