ହାଇଦ୍ରାବାଦ:ତେଲେଙ୍ଗାନାରେ 12400 କୋଟି ଟଙ୍କାର ନିବେଶ କରିବ ଆଦାନୀ ଗ୍ରୁପ । ତେଲେଙ୍ଗାନା ସରକାର ଏବଂ ଆଦାନୀ ଗ୍ରୁପ ମଧ୍ୟରେ 4ଟି ଚୁକ୍ତିନାମା(MOU) ସ୍ବାକ୍ଷରିତ ହୋଇଛି । ଡାଭୋସରେ ଜାରି ରହିଥିବା ଓ୍ବାର୍ଲଡ ଇକୋନୋମି ଫେରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତି ରେଡ୍ଡୀ ଏବଂ ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ।
5000କୋଟି ନିବେଶରେ ତିଆରି ହେବ 100 ମେଗାଓ୍ବାଟର ଡାଟା ସେଣ୍ଟର: ଆଦାନୀ ଗ୍ରୁପ ଏବଂ ତେଲେଙ୍ଗାନା ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ରାଜ୍ୟର ଆର୍ଥିକ ପ୍ରଗତିରେ ବୃଦ୍ଧି କରିବା ନେଇ କୁହାଯାଉଛି । ଏହାସହ ତେଲେଙ୍ଗାନାରେ ଗ୍ରୀନ ଏନର୍ଜି ବିକାଶ ଦିଗରେ ଉତ୍ତମ କାର୍ଯ୍ୟ କରାଯାଇପାରିବ । 5000 କୋଟି ଟଙ୍କା ବିନିଯୋଗରେ ରାଜ୍ୟରେ 100 ମେଗାୱାଟ ଡାଟା କେନ୍ଦ୍ର ନିର୍ମାଣ କରିବାକୁ ରାଜି ହୋଇଛି ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ । ତେବେ ଏହି ଡାଟା ସେଣ୍ଟର ଆଗାମୀ 5 ବର୍ଷ ମଧ୍ୟରେ ତିଆରି କରାଯିବା ନେଇ ଯୋଜନା କରାଯାଇଛି । ଏହି ପ୍ରକଳ୍ପ ପାଇଁ ରାଜ୍ୟର କ୍ଷୁଦ୍ର ଲଘୁ ଶିଳ୍ପ ଏବଂ ରାଜ୍ୟର ଷ୍ଟାର୍ଟଅପ୍ ଗୁଡିକର ମଧ୍ୟ ସହାୟତା ନିଆଯିବ । ତେବେ ଏହା ଦ୍ବାରା 600 ଜଣ ରୋଜଗାର ପାଇବେ ବୋଲଇ ସୁତ୍ରରୁ ପ୍ରକାଶିତ ହୋଇଛି ।
ଏହା ମଧ୍ୟ ପଢନ୍ତୁ: ଆସନ୍ତା 5 ବର୍ଷରେ 2 ଲକ୍ଷ କୋଟିରୁ ଅଧିକ ନିବେଶ କରାଯିବ: ଗୌତମ ଆଦାନୀ