ଓଡିଶା

odisha

ETV Bharat / bharat

Dharavi Redevelopment project: 5 ହଜାର କୋଟିର ଟେଣ୍ଡର ପାଇଲା ଆଦାନୀ ଗ୍ରୁପ - ମହାରାଷ୍ଟ୍ର ସରକାର

ପୁନରୁଦ୍ଧାର ହେବ ଏସିଆ ମହାଦେଶର ସର୍ବବୃହତ ବସ୍ତି ଧରାବି (Dharavi Redevelopment Project)। ଉନ୍ନୟନ ପାଇଁ ଆଦାନୀ ଗ୍ରୁପକୁ 5 ହଜାର କୋଟିର ଟେଣ୍ଡର । ଅଧିକ ପଢନ୍ତୁ

Dharavi Redevelopment project: 5 ହଜାର କୋଟିର ଟେଣ୍ଡର ପାଇଲା ଆଦାନୀ ଗ୍ରୁପ
Dharavi Redevelopment project: 5 ହଜାର କୋଟିର ଟେଣ୍ଡର ପାଇଲା ଆଦାନୀ ଗ୍ରୁପ

By

Published : Nov 30, 2022, 10:06 PM IST

ହାଇଦ୍ରାବାଦ:ମୁମ୍ବାଇରେ ଥିବା ଏସିଆ ମହାଦେଶର ସର୍ବବୃହତ ବସ୍ତି (ସ୍ଲମ ଭିଲେଜ) ଧରାବିର ପୁନରୁଦ୍ଧାର କରିବ ଆଦାନୀ ଗ୍ରୁପ । ଏଥିପାଇଁ ସରକାରଙ୍କ ଠାରୁ 5ହଜାର କୋଟି ଟଙ୍କାର ଟେଣ୍ଡର ପାଇଛି କମ୍ପାନୀ (Adani Group Wins BID of Dharavi)। ତେବେ ସରକାର ଜାରି କରିଥିବା ଟେଣ୍ଡର ପ୍ରକ୍ରିୟାରେ 3କମ୍ପାନୀ ଅଂଶଗ୍ରହଣ କରିଥିଲେ । ଆଦାନୀ ଗ୍ରୁପ ସର୍ବାଧିକ 5ହଜାର କୋଟି ରାଶିରେ ଏହି ଟେଣ୍ଡରକୁ ହାତେଇବାରେ ସଫଳ ହୋଇଛି । ଖୁବଶୀଘ୍ର କମ୍ପାନୀ ସରକାରଙ୍କ ଠାରୁ ଏହି ଟେଣ୍ଡର ଗ୍ରହଣ କରିବା ସହ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବା ନେଇ ସୂଚନା ମିଳିଛି ।

ତେବେ ମୁମ୍ବାଇରେ ଥିବା ବୃହତ୍ତମ ବସ୍ତି ଧରାବିର ପୁନରୁଦ୍ଧାର ପାଇଁ ଏହା ସରକାରଙ୍କ ପ୍ରଥମ ପ୍ରୟାସ ନୁହେଁ ବରଂ ଏହା ପୂର୍ବରୁ ମଧ୍ୟ ଏକାଧିକ ଥର ଟେଣ୍ଡର ପ୍ରକ୍ରିୟା ଆହୁତ କରାଯାଇଥିଲା । 2004, 2009, 2014 ଓ 2016 ରେ ସରକାର ଟେଣ୍ଡର ପାଇଁ ଅହ୍ବାନ କରିଥିଲେ ସୁଦ୍ଧା କୌଣସି ବଡ କମ୍ପାନୀ ଏଥିପ୍ରତି ଆଗ୍ରହ ପ୍ରକାଶ କରିନଥିବା ଦେଖିବାକୁ ମିଳିଥିଲା । 2018ରେ ସରକାର ପୁଣି ଥରେ ପ୍ରକ୍ରିୟା ଆରମ୍ଭ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ କମ୍ପାନୀଗୁଡିକୁ ଆହ୍ବାନ କରିଥିଲେ । ଏଥିରେ ଦୁବାଇର ଏକ କମ୍ପାନୀ ସର୍ବାଧିକ ରାଶିରେ ଏଥିପ୍ରତି ଆଗ୍ରହ ପ୍ରକାଶ କରିଥିବା ବେଳେ 2020ରେ କୌଣସି କାରଣବଶତଃ ଏହି ପ୍ରକ୍ରିୟାକୁ ସରକାରଙ୍କୁ ବନ୍ଦ କରିବାକୁ ପଡିଥିଲା ।

ଚଳିତଥର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବା ପରେ 3 ପ୍ରମୁଖ କମ୍ପାନୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା । ଦୁଇ କମ୍ପାନୀ ଯଥାକ୍ରମେ 1,700 ଓ 2,025 କୋଟି ଟଙ୍କା ବିଡ ଲଗାଇଥିବା ବେଳେ ଆଦାନୀ ଗ୍ରୁପ ଏଥିପାଇଁ ସର୍ବାଧିକ 5ହଜାର କୋଟି ଟଙ୍କା ଘୋଷଣା କରିଥିଲା (5 thousand crore for Dharavi Redevelopment) । ତେବେ ଏହି ରାଶି ସହ ପୁନରୁଦ୍ଧାର ପ୍ରକଳ୍ପ ଟେଣ୍ଡର ହେତେଇଛି ଆଦାନୀ ଗ୍ରୁପ । ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇରେ ପ୍ରାୟ ସାଢେ 5ଶହ ​ଏକର ​(557 acres) ପିରମିତ ଏହି ବସ୍ତି ଅଞ୍ଚଳ ଧରାବି ହେଉଛି ଏସିଆ ମହାଦେଶର ସର୍ବବୃହତ୍ତ ସ୍ଲମ ଭିଲେଜ । ଏଥିରେ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଲକ୍ଷାଧିକ ଲୋକ ବସବାସ କରିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details