ଶିମଲା:ଏବେ ଆଦାନୀ ଗ୍ରୁପର ଷ୍ଟକ କ୍ରାସକୁ ନେଇ ସାରା ଦେଶରେ ଚର୍ଚ୍ଚା । ହିମାଚଳ ପ୍ରଦେଶରେ ଥିବା ଆଦାନୀ ଗ୍ରୁପର ଏକ କମ୍ପାନୀ ‘ଆଦାନୀ ଓ୍ବିଲମାର ଲିମିଟେଡ’ରେ ଦ୍ରବ୍ୟ ଓ ସେବା କର ପ୍ରଦାନରେ ଅନିୟମିତତା ନେଇ ଜିଏସଟି ଚଢାଉ ହୋଇଥିବା ସୂଚନା ମିଳିଛି । ରାଜ୍ୟ ଜିଏସଟି ବିଭାଗର ଏକ ଟିମ ଏହି ଚଢାଉ କରି କମ୍ପାନୀର କାଗଜପତ୍ର ଯାଞ୍ଚ କରିଛି । କମ୍ପାନୀର କାରବାର ଓ ଅନ୍ୟ ସମସ୍ତ ନେଣଦେଣ ତଥ୍ୟ ସମ୍ପର୍କିତ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଇଛି । ଫଳାଫଳ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜିଏସଟି ବିଭାଗ ପକ୍ଷରୁ କୁହାଯାଇଛି ।
ଏହି ପ୍ରସଙ୍ଗକୁ ନେଇ ରାଜନୀତି କ୍ରମଶଃ ବ୍ୟାପକ ହେଉଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି ଓ ଆଦାନୀ ଗ୍ରୁପ ମଧ୍ୟରେ ସମ୍ପର୍କ ଥିବା ଅଭିଯୋଗ ଉଠାଇ ବିଜେପି ଉପରେ ବର୍ଷିଥିଲେ । ଏହା ପରେ କଂଗ୍ରେସ ଶାସିତ ରାଜ୍ୟ ହିମାଚଳ ପ୍ରଦେଶରେ ଆଦାନୀ ଗ୍ରୁପର କମ୍ପାନୀ ଉପରେ ରାଜ୍ୟ ଜିଏସଟି ବିଭାଗର ଚଢାଉ ସାମ୍ନାକୁ ଆସିଛି । କିଛି ଗଣମାଧ୍ୟରେ ପ୍ରକାଶିତ ସୂଚନା ଅନୁସାରେ ସମ୍ପାନୀ ଗତ 5ବର୍ଷ ମଧ୍ୟରେ କୋଣସି ଜିଏସଟି ଭରିନାହିଁ । ହେଲେ ଆଜିର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଆଜିର ଏହି ଚଢାଉ ସମ୍ପର୍କରେ ଆଦାନୀ କମ୍ପାନୀ କହିଛି, ଜିଏସଟି ଯାଞ୍ଚରେ କମ୍ପାନୀ ବିରୋଧରେ କୌଣସି ଅନିୟମିତତା ନେଇ ତଥ୍ୟ ମିଳିନାହିଁ ।
ଏହା ମଧ୍ୟ ପଢନ୍ତୁ:-ରାଜ୍ୟସଭାରେ ‘ମୋଦି-ଆଦାନୀ ଭାଇ ଭାଇ’ ନାରା: ପ୍ରଧାନମନ୍ତ୍ରୀ କହିଲେ କାଦୁଅ ଯେତେ ଫିଙ୍ଗିବ, ପଦ୍ମ ସେତେ ଫୁଟିବ