ଜୟପୁର:ରାଜସ୍ଥାନ ଦଙ୍ଗା ଓ ବୁଲଡୋଜରକୁ ନେଇ ଦେଶରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଏଥିରେ ବଲିଉଡ କୁଇନ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ନାମ ମଧ୍ୟ ଯୋଡି ହୋଇଛି । ରାଜସ୍ଥାନ ଯୋଦ୍ଧପୁରରେ ହୋଇଥିବା ଦଙ୍ଗାକୁ ନେଇ ଗେହଲଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଫିଲ୍ମ ଧାକଡର ପ୍ରମୋସନ ପାଇଁ ରାଜସ୍ଥାନ ଯାଇ ସରକାର ଦଙ୍ଗାକୁ ନିୟନ୍ତ୍ରଣ କରିବାରେ ବିଫଳ ବୋଲି କହିଛନ୍ତି କଙ୍ଗନା । ଏଠାରେ ଏମତି ସରକାର ଆଣ ଯିଏ ଦଙ୍ଗା ନିୟନ୍ତ୍ରଣ କରିବେ ବୋଲି କହିଛନ୍ତି କଙ୍ଗନା ।
ରାଜସ୍ଥାନରେ ହୋଇଥିବା ଦଙ୍ଗା ବିଷୟରେ କଙ୍ଗନା ସିଧାସଳଖ ରାଜ୍ୟର ଗେହଲଟ୍ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଏଠାରେ ପରିବର୍ତ୍ତନ ହେବା ଉଚିତ୍ ବୋଲି କହିଛନ୍ତି । ଏଭଳି ସରକାର ଆଣନ୍ତୁ ଯିଏ ଦଙ୍ଗାକୁ ନିୟନ୍ତ୍ରଣ କରିପାରିବ । ୟୁପିରୁ ଏକ ବୁଲଡୋଜର ପଠାନ୍ତୁ ।" ରାଜନୀତିରେ ପ୍ରବେଶ ବିଷୟରେ ଏକ ପ୍ରଶ୍ନୁ ଉତ୍ତରରେ କଙ୍ଗନା କହିଛନ୍ତି, "ରାଜନୀତିରେ ପ୍ରବେଶ କରିବାର କୌଣସି ଯୋଜନା ନାହିଁ । ଏହି ସ୍ଥିତିରେ ପହଞ୍ଚିବା ପାଇଁ ଅନେକ କାର୍ଯ୍ୟ କରାଯାଇଛି । ବର୍ତ୍ତମାନ ରାଜନୀତିର କୌଶଳ ଶିଖିବା ଏକ ଭିନ୍ନ ସଂଘର୍ଷ । ମୁଁ ଏକ ନୂତନ ସଂଘର୍ଷ ପାଇଁ ପ୍ରସ୍ତୁତ ନୁହେଁ ବୋଲି କହିଛନ୍ତି କଙ୍ଗନା ।"