ପାଟନା: କିଛିଦିନ ତଳେ ପାଠପଢାକୁ ନେଇ ଚର୍ଚ୍ଚାରେ ଥିବା ବିହାର ନାଳନ୍ଦାର ନାବାଳକ ସୋନୁ କୁମାରଙ୍କୁ ସହଯୋଗର ହାତ ବଢାଇଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ସୋନୁଙ୍କ ପାଠପାଢା ପାଇଁ ସ୍କୁଲରେ ନାମ ଲେଖାଇଛନ୍ତି ଅଭିନେତା ସୋନୁ । ଏଥିସହ ସୋନୁଙ୍କ ପାଠପଢା ପାଇଁ ହଷ୍ଟେଲର ମଧ୍ୟ ବନ୍ଦୋବସ୍ତ କରିଛନ୍ତି ।
ସୂଚନା ଅନୁଯାୟୀ, କିଛିଦିନ ତଳେ ବିହାର ମୁଖ୍ୟମନ୍ତ୍ରୀ ନୀତିନ କୁମାରଙ୍କୁ ପାଠପଢିବା ପାଇଁ ନିବେଦନ କରି ଚର୍ଚ୍ଚାରେ ଥିଲେ 11 ବର୍ଷୀୟ ସୋନୁ । ନୀତିନଙ୍କ ଏକ କାର୍ଯ୍ୟକ୍ରମରେ ପହଞ୍ଚି ସୋନୁ ତାଙ୍କ ସ୍କୁଲରେ ଚାଲିଥିବା ଅବ୍ୟବସ୍ଥା ଏବଂ ତାଙ୍କ ବାପାଙ୍କ ମଦ ପିଇବାକୁ ନେଇ ଜଣାଇଥିଲେ । ବାପା ମଦ ପିଉଥିବାରୁ ଘରେ ସମସ୍ୟା ସୃଷ୍ଟି ହେଉଛି ଏବଂ ସ୍କୁଲରେ ମଧ୍ୟ ଉଚିତ୍ ଶିକ୍ଷା ଦିଆଯାଉ ନାହିଁ ବୋଲି ସୋନୁ ଅଭିଯୋଗ କରିଥିଲେ । ସୋନୁଙ୍କ ଏହି ଅଭିଯୋଗ ଭରା ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ହୋଇଥିଲା ।