ଓଡିଶା

odisha

ETV Bharat / bharat

ଭାରତ ଯୋଡ ଯାତ୍ରାରେ ସାମିଲ ହେବେ ଅଭିନେତା କମଲ ହାସନ

ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ହେଉଥିବା ଭାରତ ଯୋଡ ଯାତ୍ରାରେ ସାମିଲ ହେଲେ ଅଭିନେତା କମଲ ହାସନ । ଡିସେମ୍ବର 24ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରେ ଯୋଗ ଦେବେ କମଲ ହାସନ । ଅଧିକ ପଢନ୍ତୁ

By

Published : Dec 19, 2022, 9:44 AM IST

ଭାରତ ଯୋଡ ଯାତ୍ରାରେ ସାମିଲ ହେବେ ଅଭିନେତା କମଲ ହାସନ
ଭାରତ ଯୋଡ ଯାତ୍ରାରେ ସାମିଲ ହେବେ ଅଭିନେତା କମଲ ହାସନ

ନୂଆଦିଲ୍ଲୀ:ଗୋଟିଏ ପରେ ଗୋଟିଏ ରାଜ୍ୟରେ କଂଗ୍ରେସର ଭାରତ ଯୋଡ ଯାତ୍ରା ପହଞ୍ଚୁଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଶତାଧିକ ସମର୍ଥକଙ୍କୁ ନେଇ ଏହି ଭାରତ ଯୋଡ ଯାତ୍ରା ହେଉଛି । ଏଥିରେ ବହୁ ଲୋକପ୍ରିୟ ଚେହେରାଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । କଳା, ସିନେମା ଓ ଅର୍ଥନୀତି କ୍ଷେତ୍ରରେ ବହୁ ବିଶିଷ୍ଠ ବ୍ୟକ୍ତି ଏହି ଯାତ୍ରାରେ ରାହୁଲଙ୍କ ସହ ପଦଯାତ୍ରା କରୁଥିବା ଦେଖିବାକୁ ମିଳିଛି । ଗତ ସପ୍ତାହରେ ଆରବିଆଇ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ଭାରତ ଯୋଡ ଯାତ୍ରାରେ ଦେଖିବାକୁ ମିଳିଥିଲା । ଏହାରି ଭିତରେ ଅଭିନେତା ତଥା ରାଜନେତା କମଲ ହାସନ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଡିସେମ୍ବର 24ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରେ ଯୋଗ ଦେବେ କମଲ ହାସନ ।

କମଲ ହାସନଙ୍କ ଦଳ ମକ୍କାଲ ନିଧି ମୟମଙ୍କ ଅନୁଯାୟୀ, ଅଭିନେତା କମଲ ହାସନଙ୍କୁ ରାହୁଲ ଏହି ଯାତ୍ରାରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି । ଭାରତ ଯୋଡା ଯାତ୍ରା ଡିସେମ୍ବର ୨୪ରେ ଦିଲ୍ଲୀରେ ପ୍ରବେଶ କରିବ। ଆସନ୍ତା ମାସରେ ଜମ୍ମୁ କଶ୍ମୀରରେ ପ୍ରବେଶ କରିବା ପୂର୍ବରୁ ଭାଜପା ନେତୃତ୍ବାଧୀନ ଉତ୍ତରପ୍ରଦେଶ, ହରିୟାଣା ଏବଂ ପଞ୍ଜାବକୁ ଯିବ ଏହି ଯାତ୍ରା । ନିକଟରେ ଏହି ଯାତ୍ରା ୧୦୦ ଦିନ ପୂରଣ କରିଛି । କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର କରି 8ଟି ରାଜ୍ୟରେ ପହଞ୍ଚି ସାରିଛି । ମଧ୍ୟପ୍ରଦେଶର ଉଜୈନରେ ଅଭିନେତ୍ରୀ ସ୍ବରା ଭାସ୍କର ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ବକ୍ସର ତଥା ଅଲମ୍ପିକ୍ସ ପଦକ ବିଜେତା ବିଜେନ୍ଦ୍ର ସିଂ ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇଥିଲେ ।

ଏହା ବି ପଢନ୍ତୁ...ପରିବାର ଅନିଚ୍ଛାରେ ବିବାହ ପାଇଁ ଅନେକ ପ୍ରେମୀ ଯୁଗଳଙ୍କ ପ୍ରାଣ ଯାଉଛି: CJI

ଜାନୁଆରୀ 26ରୁ କଂଗ୍ରେସର ହାତ ସେ ହାତ ଯୋଡ ଅଭିଯାନ ଆରମ୍ଭ ହେବ । ସେପ୍ଟେମ୍ବର 7ରୁ କନ୍ୟାକୁମାରୀରୁ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଥିଲା କଂଗ୍ରେସ । 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ବହୁ ପ୍ରତୀକ୍ଷିତ 150 ଦିନିଆ ‘ଭାରତ ଯୋଡ଼ ଯାତ୍ରା’ ଆରମ୍ଭ କରିଛି । ଏଥିରେ ଦଳ 10 ରାଜ୍ୟ ଓ 2 କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରିବ ।

ABOUT THE AUTHOR

...view details