ଓଡିଶା

odisha

ETV Bharat / bharat

କୋର୍ଟର ଦ୍ବାରସ୍ଥ ମିଥୁନ, ଏତଲା ପ୍ରତ୍ୟାହାର ପାଇଁ ଆବେଦନ

ନିଜ ବିରୋଧରେ ହୋଇଥିବା ଏତଲା ପ୍ରତ୍ୟାହାର ପାଇଁ କୋର୍ଟର ଦ୍ବାରସ୍ଥ ହେଲେ ବିଜେପି ନେତା ତଥା ବିଶିଷ୍ଟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ଅଧିକ ପଢନ୍ତୁ...

କୋର୍ଟର ଦ୍ବାରସ୍ତ ହେଲେ ମିଥୁନ, ନିଜ ବିରୋଧରେ ହୋଇଥିବା ଏତଲା ପ୍ରତ୍ୟାହାର ପାଇଁ ଆବେଦନ
କୋର୍ଟର ଦ୍ବାରସ୍ତ ହେଲେ ମିଥୁନ, ନିଜ ବିରୋଧରେ ହୋଇଥିବା ଏତଲା ପ୍ରତ୍ୟାହାର ପାଇଁ ଆବେଦନ

By

Published : Jun 8, 2021, 3:46 PM IST

କୋଲକାତା: ନିଜ ବିରୋଧରେ ହୋଇଥିବା ଏତଲା ପ୍ରତ୍ୟାହାର ପାଇଁ କୋର୍ଟର ଦ୍ବାରସ୍ଥ ହେଲେ ବିଜେପି ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ମିଥୁନ ଏନେଇ କୋଲକାତା ଉଚ୍ଚ ନ୍ୟାୟାଳୟରେ ଏକ ଆବେଦନ କରିଥିବା ଦେଖିବାକୁ ମିଳିଛି । ଏଥିରେ ସେ ଗତ ବିଧାନସଭା ନିର୍ବାଚନ ସମୟରେ ତାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରିଥିବା ନେଇ ମିନିକତାଲା ଥାନାରେ ହୋଇଥିବା ଏକ ଏତଲା ପ୍ରତ୍ୟାହାର କରିବା ପାଇଁ ଆବେଦନ କରିଛନ୍ତି ।

ଗତ ବିଧାନସଭା ନିର୍ବାଚନ ପ୍ରଚାରବେଳେ କିଛି ନିର୍ବାଚନୀ ଜନସଭାକୁ ସମ୍ବୋଧିତ କଲା ବେଳେ ମିଥୁନ ନିଜ ଅଭିନୀତ କେତେକ ଚଳଚ୍ଚିତ୍ରର ସଂଳାପ ଆବୃତି କରିଥିବା ଦେଖିବାକୁ ମିଳିଥିଲା । ତେବେ ଏହା ଆପତ୍ତି ଜନକ ମନ୍ତବ୍ୟ ଓ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ବୋଲି ଦର୍ଶାଇ ତାଙ୍କ ବିରୋଧରେ ସ୍ଥାନୀୟ ମନିକତାତାତା ଥାନାରେ ଏତଲା ହୋଇଥିଲା । ଏତଲା ଆଧାରରେ ମିଥୁନଙ୍କ ବିରୋଧରେ ଆଇପିସି 153(A), 504, 505 ରେ ମାମଲା ରଜୁ କରିଥିଲା ପୋଲିସ ।

ତେବେ ସେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ନିର୍ବାଚନ ସଭାରେ ତାଙ୍କ ଦ୍ବାରା କୌଣସି ଆଚରଣ ବିଧି ଉଲଙ୍ଘନ ହୋଇନଥିବା କହିଛନ୍ତି ମିଥୁନ । ସେ କେବଳ ନିଜ ପ୍ରଶଂସକଙ୍କ ପାଇଁ ନିଜ ଅଭିନୀତ କିଛି ଚଳଚ୍ଚିତ୍ରର ସଂଳାପ ଦୋହରାଇଥିଲେ ବୋଲି ନିଜ ପିଟିସନରେ ଦର୍ଶାଇବା ସହ ଏତଲା ପ୍ରତ୍ୟାହାର କରିବାକୁ କୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦର୍ଶାଇଛନ୍ତି । ତେବେ ଆସନ୍ତାକାଲି ମିଥୁନଙ୍କ ଆବେଦନର ଶୁଣାଣି କରିପାରନ୍ତି କୋର୍ଟ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details