ପାଟନା:ହଜିପୁର ଗସ୍ତ ସମୟର କ୍ଷୋଭ ବଖାଣିଲେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ । ନିଜ ନିର୍ବାଚନ ମଣ୍ଡଳିକୁ ଗସ୍ତ ସମୟରେ ତାଙ୍କ ଉପରକୁ ଏସିଡ୍ ମାଡ ହୋଇଥିବା ନେଇ 'ଇଟିଭି ଭାରତ'କୁ ସାକ୍ଷାତ ସମୟରେ କହିଛନ୍ତି ପାରସ । ଭଗବାନଙ୍କ ଆଶୀର୍ବାଦରୁ ବଞ୍ଚି ଯାଇଛି,କାରଣ ମୋ ଉପରକୁ ଫିଙ୍ଗା ଯାଇଥିବା ଏସିଡରେ ମୋ ସାର୍ଟ ଜଳି ଯାଇଥିବାସେ କହିଛନ୍ତି । ତେଣୁ Z + ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ ।
ତେବେ କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପଶୁପତି ପାରସ ମନ୍ତ୍ରୀ ହେବା ପରେ ପ୍ରଥମ କରି ଅଗଷ୍ଟ ୨୩ରେ ନିଜର ସଂସଦୀୟ କ୍ଷେତ୍ର ଗସ୍ତରେ ଯାଇଥିଲେ । ଏହି ସମୟରେ ସମର୍ଥକମାନେ ତାଙ୍କୁ ସ୍ବାଗତ କରିବା ପାଇଁ ବ୍ୟାପକ ଆୟୋଜନ କରିଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଉଭୟ ପଶୁପତିଙ୍କ ସମର୍ଥକ ଓ ଦିଂବଗତ ବଡ ଭାଇ ତଥା ଲୋକ ଜନଶକ୍ତି ପାର୍ଟି(LJP) ପ୍ରତିଷ୍ଠାତା ରାମ ବିଳାଶ ପାଶୱାନଙ୍କ ସମର୍ଥକ । କାରଣ ହଜିପୁର ହେଉଛି ଦିବଂଗତ ରାମବିଳାଶ ପାଶୱାନଙ୍କ ସଂସଦୀୟ କ୍ଷେତ୍ର । ତାଙ୍କ ଅବର୍ତ୍ତମାନରେ ପଶୁପତିଙ୍କୁ ସ୍ବାଗତ ପାଇଁ ହଜିପୁରରେ ଦଳୀୟ କର୍ମୀଙ୍କ ଭିଡ ହୋଇଥିଲା । ଯାହାକୁ ବିରୋଧୀ ଗ୍ରହଣ କରିପାରୁ ନାହାନ୍ତି ବୋଲି ପାରସ ଅଭିଯୋଗ କରିଛନ୍ତି । ବିରୋଧୀ ଷଡଯନ୍ତ୍ର କରି ଏସିଡ୍ ମାଡ କରିଥିବା କହିଛନ୍ତି ।