ଓଡିଶା

odisha

By

Published : Mar 8, 2021, 1:28 PM IST

Updated : Mar 8, 2021, 1:40 PM IST

ETV Bharat / bharat

ମହିଳା ଦିବସରେ ମହିଳାଙ୍କୁ ଏସିଡ୍‌ ମାଡ

ତେଲେଙ୍ଗାନାର ମେଡକ ଜିଲ୍ଲା ଆଲ୍ଲାଦୁରଗାମ ମଣ୍ଡଳ ଗାଡିପେଡାପୁର ଗାଁରେ ଅଘଟଣ । ଜଣେ ମହିଳାଙ୍କ ଉପରକୁ ଜଣେ ଅଜଣା ବ୍ୟକ୍ତି ଏସିଡ ମାଡ କରିଛନ୍ତି । ଅଧିକ ପଢନ୍ତୁ...

ମହିଳାଙ୍କୁ ଏସିଡ୍‌ ମାଡ
ମହିଳାଙ୍କୁ ଏସିଡ୍‌ ମାଡ

ହାଇଦ୍ରାବାଦ: ସାରା ଦେଶ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳୁଛି । ଆଜି ଭଳି ଦିନରେ ମହିଳାଙ୍କ ଉପରକୁ ଏସିଡ ମାଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏପରି ଘଟଣା ଘଟିଛି ତେଲେଙ୍ଗାନାର ମେଡକ ଜିଲ୍ଲା ଆଲ୍ଲାଦୁରଗାମ ମଣ୍ଡଳ ଗାଡିପେଡାପୁର ଗାଁରେ ।

ମହିଳାଙ୍କୁ ଏସିଡି ମାଡ

ଆଜି ସକାଳୁ ଜଣେ ଅଜଣା ବ୍ୟକ୍ତି ଜଣେ ମହିଳାଙ୍କ ଉପରକୁ ଏସିଡ ମାଡ କରିଛନ୍ତି । ଏସିଡ ଆକ୍ରମଣର ଶିକାର ହୋଇ ମହିଳାଜଣଙ୍କ ଗୁରୁତର ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଲୋକମାନ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ଆକ୍ରମଣର ଶିକାର ହୋଇଥିବା ପୀଡିତା ଜଣଙ୍କ ଟେକମାଳ ମଣ୍ଡଳର ଆନ୍ଥାଇପାଲୀ ଟାଣ୍ଡା ବାସିନ୍ଦା ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ଆକ୍ରମଣକାରୀକୁ ଗିରଫ କରିବାକୁ ତଦନ୍ତ ଆରମ୍ଭ କରିଛି । ସାରା ଦେଶ ମହିଳା ଦିବସ ପାଳନ କରୁଥିବା ବେଳେ ମହିଳାଙ୍କ ଉପରକୁ ଏପରି ଏସିଡ ଆକ୍ରମଣ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 8, 2021, 1:40 PM IST

ABOUT THE AUTHOR

...view details