ଓଡିଶା

odisha

ETV Bharat / bharat

Acid Attack In Gopalganj: ୫ କିଲୋ ଆମ୍ବ ପାଇଁ ଭାଇ ଉପରେ ଏସିଡ ଫିଙ୍ଗିଲା ଭାଇ

ପାଞ୍ଚ କିଲୋ ଆମ୍ବ ପାଇଁ ଭାଇ ଉପରେ ଏସିଡ ଫିଙ୍ଗିଲା ଭାଇ ! ଏଭଳି ଘଟଣା ଦେଖିବାକୁ ମିଳିଛି ବିହାର ଗୋପାଳଗଞ୍ଜ ଜିଲ୍ଲା(Gopalganj)ର ହିମିଦପୁର ଗାଁରେ । ଅଧିକ ପଢନ୍ତୁ

By

Published : Jul 2, 2022, 5:35 PM IST

Acid Attack In Gopalganj:ପାଞ୍ଚ କିଲୋ ଆମ୍ବ ପାଇଁ ଭାଇ ଉପରେ ଏସିଡ ଫିଙ୍ଗିଲା ଭାଇ
Acid Attack In Gopalganj:ପାଞ୍ଚ କିଲୋ ଆମ୍ବ ପାଇଁ ଭାଇ ଉପରେ ଏସିଡ ଫିଙ୍ଗିଲା ଭାଇ

ପାଟନା : ଆମ୍ବ ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ । ପାଞ୍ଚ କିଲୋ ଆମ୍ବ ପାଇଁ ଭାଇ ଉପରେ ଏସିଡ ଫିଙ୍ଗିଲା ଭାଇ ! ଏଭଳି ଘଟଣା ଦେଖିବାକୁ ମିଳିଛି ବିହାର ଗୋପାଳଗଞ୍ଜ ଜିଲ୍ଲା(Gopalganj)ର ହିମିଦପୁର ଗାଁରେ (Hamidpur village of Baikunthpur police station area) । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ହିମିଦପୁର ଗାଁରେ ରୁହନ୍ତି ଦ୍ବିଜେନ୍ଦ୍ର ତିଓ୍ବାରୀ ଓ ତାଙ୍କ ଭାଇ ରେଜେସ ତିଓ୍ବାରୀ । ହେଲେ ଗତ କିଛି ଦିନ ହେବ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପଡୁ ନଥିଲା । ହେଲେ ଗୁରୁବାର ରାତିରେ ଆମ୍ବ ବଗିଚାରୁ ଆମ୍ବ ତୋଳା ଯାଉଥିଲା ।

ଏକ ଗଛରୁ ଅଧିକ ୫ କିଲୋ ଆମ୍ବ ତୋଳା ଯାଇଥିବାରୁ ଏଥିରେ ରାଗି ଯାଇଥିଲେ ବଡ ଭାଇ ରାଜେସ । ପରେ ଉତକ୍ଷିପ୍ତ ହୋଇ ଦ୍ବିଜେନ୍ଦ୍ରଙ୍କ ଉପରେ ଏସିଡ ଫିଙ୍ଗି ଦେଇଥିଲେ ରାଜେସ । ଏଥିରେ ଦ୍ବିଜେନ୍ଦ୍ର ଗୁରୁତର ହୋଇପଡିଥିଲେ ।

ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଗୋପାଳଗଞ୍ଜ ସଦର ହସପିଟାଲରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ତେବେ, ଏସିଡ ଆକ୍ରମଣରେ ତାଙ୍କୁ ମୁହଁ ପୁରା ଜଳିଯାଇଥିବା କହିଛନ୍ତି ଡାକ୍ତର । ସେପଟେ ଏସିଡ ଫିଙ୍ଗା ଘଟଣାରେ ରାଜେସଙ୍କ ସହ ତାଙ୍କ ପୁଅ ଓ ଅନ୍ୟ ଜଣେ ସାମିଲ ଥିଲା ବୋଲି ଅଭିଯୋଗ କରିଛନ୍ତି ଦ୍ବିଜେନ୍ଦ୍ର । ପୋଲିସ ତିନି ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ, ଏସିଡ ଆକ୍ରମଣର ଶିକାର ହୋଇଥିବା ଦ୍ବିଜେନ୍ଦ୍ର ପେଶାରେ ଜଣେ ଡାକ୍ତର ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details