ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଜଣେ 17 ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଏସିଡ ମାଡ କରିଛନ୍ତି ଦୁର୍ବୃତ୍ତ । ଦ୍ବାରକା ଜିଲ୍ଲାର ତ୍ରିରଙ୍ଗା ଚୌକରେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀ ଉପରେ ଏସିଡ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ବାଇକରେ ଆସିଥିବା ଦୁଇଜଣ ଦୁର୍ବୃତ୍ତ (Acid attack on 12th class student in Delhi)। ସ୍ପଷ୍ଟ ଦିବାଲୋକରେ ଦିଲ୍ଲୀର ବ୍ୟସ୍ତବହୁଳ ଦ୍ବାରକା ମେଟ୍ରୋ ଷ୍ଟେସନ ନିକଟବର୍ତ୍ତୀ ତ୍ରିରଙ୍ଗା ଚୌକରେ ଏହି ଘଟଣା ଘଟିଛି ।
ଏସିଡ ଫିଙ୍ଗିବା ପରେ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି । ଛାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମ୍ପୂର୍ଣ୍ଣ ଘଟଣା ନିକଟରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଛି । ସ୍ଥାନୀୟ ଦ୍ବାରକା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ସହ ଗିରଫ କରିବା ନେଇ ପ୍ରକ୍ରିୟା ଜାରି ରହିଥିବା ପୋଲିସ କହିଛି (Acid attack on 12th class student in Delhi)।