ଓଡିଶା

odisha

By ETV Bharat Odisha Team

Published : Jan 13, 2024, 2:10 PM IST

ETV Bharat / bharat

ଗର୍ଭବତୀ ମହିଳାଙ୍କ ପ୍ରସବ କରାଇଲେ ବିଧାୟକ

MLA conducted Delivery To Pregnant Lady: ପାଖରେ ଟଙ୍କା ନଥିବାରୁ ହସ୍ପିଟାଲ ଯାଇ ପାରିଲେନି ଗର୍ଭବତୀ ମହିଳା । ମହିଳାଙ୍କ ପ୍ରବସ କରାଇଲେ ଆଚ୍ଛାମପେଟ ବିଧାୟକ ବଂଶୀ କ୍ରିଷ୍ଣାଙ୍କ । ଅଧିକ ପଢନ୍ତୁ

MLA Delivery To Pregnant Lady
ମହିଳାଙ୍କ ପ୍ରସବ କରାଇଲେ ବିଧାୟକ

ହାଇଦ୍ରାବାଦ:ମହିଳାଙ୍କ ପ୍ରସବ କରାଇଲେ ଆଚ୍ଛାମପେଟ ବିଧାୟକ ବଂଶୀ କ୍ରିଷ୍ଣାଙ୍କ । ଯନ୍ତ୍ରଣା ପାଉଥିବା ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ କରାଇଛନ୍ତି ବିଧାୟକ । ଡାକ୍ତରଖାନାରେ ପହଞ୍ଚି ବିଧାୟକ ନିଜେ ମହିଳାଙ୍କ ପ୍ରସବ କରାଇଥିଲେ । ଗର୍ଭବତୀ ଥିବା ମହିଳା ଜଣଙ୍କ ହେଉଛନ୍ତି ତେଲେଙ୍ଗାନା ଆଚ୍ଛାମପେଟର ଲିଙ୍ଗାଲା ମଣ୍ଡଳ କେନ୍ଦ୍ରର ପ୍ରଶନ୍ନା । ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଆଚ୍ଛାମପେଟ ସରାକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସ୍କାନିଂ ସମୟରେ ଗର୍ଭରେ ଥିବା ଶିଶୁର ବେକରେ ଖାଦ୍ୟନଳୀ ଗୁଡାଇ ହୋଇଥିବା ଜଣାପଡିଥିଲା । ଏହାପରେ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ମହିଳାଙ୍କୁ ଅନ୍ୟ ଏକ ହସ୍ପିଟାଲ ନେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଅନ୍ୟ ଏକ ହସ୍ପିଟାଲ ନେବାକୁ ମହିଳାଙ୍କ ପରିବାର ନିକଟରେ ଟଙ୍କାର ଅଭାବ ରହିଥିଲା ।

ଏହା ମଧ୍ୟ ପଢନ୍ତୁ- ନାବାଳିକାକୁ ବେଆଇନ ପ୍ରସବ କରାଇବା ମାମଲାରେ ୪ ଗିରଫ

ଏନେଇ ଗର୍ଭବତୀ ମହିଳାଙ୍କ ପରିବାର ଲୋକେ ବିଧାୟକ ବଂଶୀ କ୍ରିଷ୍ଣାଙ୍କୁ ଫୋନ କରି ଟଙ୍କାର ଅଭାବ ଥିବା ଜଣାଇଥିଲେ । ଏଥି ସହ ଅନ୍ୟ ଏକ ହସ୍ପିଟାଲ ନେବାକୁ ମନରେ ଭୟ ରହିଥିବା ମଧ୍ୟ କହିଥିଲେ । ଏହାପରେ ବିଧାୟକ ଉପୁନମତାଲାରୁ ଫେରୁଥିବାରୁ ଚିନ୍ତା ନକରିବାକୁ ମହିଳାଙ୍କ ପରିବାର ସଦସ୍ୟଙ୍କୁ ଆଶ୍ୱାସନା ଦେଇଥିଲେ । ଏହାପରେ ଆଚ୍ଛାମପେଟ ହସ୍ପିଟାଲ ସୁପରିଟେଣ୍ଡେଣ୍ଟଙ୍କୁ ମହିଳାଙ୍କ ସିଜରିଆନ କରିବାକୁ ସମସ୍ତ ବ୍ୟବସ୍ଥା କରିବାରୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଧାୟକ ହସ୍ପିଟାଲରେ ପହଞ୍ଚି ଅନ୍ୟ ଜଣେ ଡାକ୍ତରଙ୍କ ସହ ମହିଳାଙ୍କ ସିଜରିଆନ କରିଥିଲେ । ମହିଳା ଜଣଙ୍କ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଉଭୟ ମାଆ ଓ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଭଲ ରହିଛି । ସରକାରୀ ଡାକ୍ତରଖାନାକୁ ଆସି ମହିଳାଙ୍କ ପ୍ରସବ କରିଥିବାରୁ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିଳାଙ୍କ ପରିବାର ଲୋକେ । ବିଧାୟକଙ୍କ ଏପରି କାର୍ଯ୍ୟକୁ ଚାରିଆଡେ ପ୍ରଶଂସା କରାଯାଉଛି ।

ଏହା ମଧ୍ୟ ପଢନ୍ତୁୃ- 4 ଶିଶୁ ପ୍ରସବ କଲେ ମହିଳା: 3 ମୃତ, ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଏହା ମଧ୍ୟ ପଢନ୍ତୁ-ସିଜରିଆନ୍ ଡେଲିଭରିରେ ଓଡିଶା ପ୍ରଥମ, 3 ବର୍ଷରେ ବୃଦ୍ଧି ପାଇଛି 10%

ଗତବର୍ଷ ତେଲେଙ୍ଗାନାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଚ୍ଛାମପେଟ ବିଧାନସଭା ଆସନରୁ କଂଗ୍ରେସ ତରଫରୁ ନିର୍ବାଚନ ଲଢିଥିଲେ ଚିକ୍କାଡୁ ବଂଶୀ କ୍ରିଷ୍ଣା । ବିପୁଳ ଭୋଟରେ ସେ ନିକଟତନ ପ୍ରତିଦ୍ବନ୍ଦିଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ । ସେ ମୋଟ 1 ଲକ୍ଷ 15 ହଜାର 337 ଖଣ୍ଡ ଭୋଟ ପାଇଥିଲେ ।

ABOUT THE AUTHOR

...view details