ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ(Air India Flight) ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା(Passenger Urinating Case in Air India New York-Delhi Flight) । ଗିରଫ ହେଲେ ପୁରୁଷ ଯାତ୍ରୀ ଶଙ୍କର ମିଶ୍ରା (Accused Shankar Mishra Arrested) । ଏନେଇ ଦିଲ୍ଲୀ ପୋଲିସ(Delhi Police) ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି(ଶୁକ୍ରବାର) ତାଙ୍କୁ ଚାକିରିରୁ ବିଦା କରାଯାଇଥିଲା । ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି, "ଶୁକ୍ରବାର ଦିନ ଶଙ୍କର ମିଶ୍ରାଙ୍କୁ ବେଙ୍ଗାଲୁରୁରୁ ଗିରଫ କରାଯିବା ପରେ ଦିଲ୍ଲୀ ଅଣାଯାଇଛି । ଆଜି(ଶୁକ୍ରବାର) କୋର୍ଟରେ ହାଜର କରାଯିବ । ବର୍ତ୍ତମାନ ଏହାର ତଦନ୍ତ ଜାରି ରହିଛି । "
ଏମିତି ଥିଲା ପୁରା ଘଟଣା:ଗତ ଡିସେମ୍ବର ୨୬ ତାରିଖରେ ଏୟାର ଇଣ୍ଡିଆର ବିମାନ AI-102 ନ୍ୟୁୟର୍କରୁ ଦିଲ୍ଲୀ ଯାଉଥିବା ବେଳେ ବିମାନର ବିଜନେସ କ୍ଲାସରେ ଥିବା ପୁରୁଶ ଯାତ୍ରୀ ଜଣକ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିବା ନେଇ ଅଭିଯୋଗ ହୋଇଛି । ଗତ ଜାନୁଆରୀ ୪ ତାରିଖରେ ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଏହି ଘଟଣାକୁ ନେଇ ମହିଳା ଯାତ୍ରୀ ଜଣକ ଟାଟା ଗ୍ରୁପର ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନଙ୍କୁ ଏକ ଚିଠି ଲେଖିଥିଲେ । ଏହି ଘଟଣା ପରେ କ୍ରୁ ସଦସ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ନେଇ ଏୟାର ଇଣ୍ଡିଆ ବିରୋଧରେ ଚିଠିରେ ଉଲ୍ଲେଖ କରିଛନ୍ତି ଉକ୍ତ ମହିଳା ଯାତ୍ରୀ । ଅଭିଯୁକ୍ତ ଜଣକ ନିଶାସକ୍ତ ଥିବା ବେଳେ ଏପରି ଆପତ୍ତିଜନକ କାର୍ଯ୍ୟ କରିଥିଲେ ।
କିଏ ଏହି ଶଙ୍କର ମିଶ୍ରା:ଅଭିଯୁକ୍ତ ଶଙ୍କର ମିଶ୍ରା ମୁମ୍ବାଇର ମୀରା ରୋଡ୍ର ଅଧିବାସୀ । ସେ ଆମେରିକୀୟ କମ୍ପାନୀରେ କାମ କରୁଥିଲେ । ଭାରତରେ ଥିବା ଏହି କମ୍ପାନୀରେ ସେ ଉପସଭାପତି ଦାୟିତ୍ବ ତୁଲାଉଥିଲେ । କାଲିଫର୍ଣ୍ଣିଆରେ ରହିଥିବା ଅଫିସରେ ସେ କାର୍ଯ୍ୟରତ ଥିଲେ । ତେବେ ଏହି ଘଟଣା ପରେ ତାଙ୍କୁ କମ୍ପାନୀ ପକ୍ଷରୁ କାର୍ଯ୍ୟରୁ ବିଦା କରାଯାଇଥିଲା ।