ଲକ୍ଷ୍ନୌ:ସୀମା ଲଙ୍ଘୁଛି ପାଶବିକତା । ଉତ୍ତରପ୍ରଦେଶର କାନପୁରରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଦୁଷ୍କର୍ମ ଉଦ୍ୟମକୁ ବିରୋଧ କରିବାକୁ ଜଣେ 13 ବର୍ଷୀୟା ନାବାଳିକାର ହାତର ଚାରୋଟି ଆଙ୍ଗୁଠି କାଟି ଦେଇଛି ଦୁଷ୍କର୍ମକାରୀ । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି ।
ଦୁଷ୍କର୍ମ ଉଦ୍ୟମକୁ ବିରୋଧ କରିବାରୁ ନାବାଳିକାଙ୍କ ଆଙ୍ଗୁଠି କାଟିଲା ଦୁଷ୍କର୍ମକାରୀ - uttarpradesh rape
ଉତ୍ତରପ୍ରଦେଶର କାନପୁର ସହରରେ ବର୍ବର କାଣ୍ଡ । ଦୁଷ୍କର୍ମ ଉଦ୍ୟମକୁ ବିରୋଧ କରିବାକରୁ ନାବାଳିକାର ଆଙ୍ଗୁଠି କାଟିଲେ ଦୁଷ୍କର୍ମକାରୀ । ଅଧିକ ପଢନ୍ତୁ...
ସୂଚନାଯୋଗ୍ୟ, କାନପୁରର ଆକବରପୁର କୋତବାଲୀ ଅଞ୍ଚଳରେ ସ୍ଥିତ ଏକ ଘରୋଇ ଫ୍ୟାକ୍ଟ୍ରିରେ ଜଣେ ମହିଳା କାର୍ଯ୍ୟ କରନ୍ତି । ସମ୍ପୃକ୍ତ ମହିଳାଙ୍କ ନାବାଳିକା ଝିଅ ଅଧିକାଂଶ ସମୟରେ ତାଙ୍କୁ ଖାଇବା ଦେବାକୁ ଫ୍ୟାକ୍ଟ୍ରିକୁ ଯାଇଥାଏ । ଫ୍ୟାକ୍ଟ୍ରି ମାଲିକଙ୍କ ଦୁଇ ପୁଅ ନାବାଳିକାକୁ ମଧ୍ୟ ସେଠାରେ କାମ କରିବାକୁ କହିଥିଲେ ଏବଂ ଝିଅଟି ମଧ୍ୟ ସେଠାରେ କାର୍ଯ୍ୟ କରିଥିଲା । ମାତ୍ର ସୁଯୋଗ ପାଇ ମାଲିକଙ୍କ ଦୁଇ ପୁଅ ଝିଅଟିକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଝିଅଟି ବିରୋଧ କରିବାରୁ ସେମାନେ ତାର ହାତର ଚାରୋଟି ଆଙ୍ଗୁଳି କାଟି ଦେଇଥିବା ପୀଡିତାଙ୍କ ମାଆ ଅଭିଯୋଗ କରିଛନ୍ତି । ଏହି ଘଟଣା ସମ୍ପର୍କରେ ଅଭିଯୋଗ ହେବା ପୋଲିସ ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ