ଓଡିଶା

odisha

ETV Bharat / bharat

WhatsApp: ଗ୍ରୁପରୁ ତଡ଼ିବା ପଡ଼ିଲା ମହଙ୍ଗା, ଗ୍ରୁପ ଆଡମିନଙ୍କ ଜିଭ କାଟିଲେ - ଗ୍ରୁପ ଆଡମିନଙ୍କ ଜିଭ କାଟିଲେ ଦୁର୍ବୃତ୍ତ

ହ୍ବାଟ୍ସଆପ ଗ୍ରୁପରୁ ଜଣେ ସଦସ୍ୟକୁ ବାହାର କରିବା ଗ୍ରୁପ ଆଡମିନଙ୍କୁ ମହଙ୍ଗା ପଡ଼ିଛି । ଅଭିଯୁକ୍ତ ଜଣକ ଆଡମିନଙ୍କ ଜିଭ କାଟି ଦେଇଥିବା ଅଭିଯୋଗ ହୋଇଛି (Accused cut off tongue of group admin ) । ଏଭଳି ଘଟଣା ମହାରାଷ୍ଟ୍ରର ପୁଣେ ସହରରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jan 3, 2023, 11:01 PM IST

ମୁମ୍ବାଇ:ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ କଲା ବାୟା । ହ୍ବାଟ୍ସଆପ୍‌ ଗ୍ରୁପରୁ ଆଉଟ୍‌ ହେବା ପରେ ପ୍ରତିଶୋଧପରାୟଣ ହେଲେ କିଛି ଯୁବକ (Accused cut off tongue of group admin after removed from WhatsApp Group) । ଆଉ ଏହି ଗ୍ରୁପର ଆଡମିନଙ୍କ ଜିଭ କାଟିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି (Five people brutally beat up the group admin ) । ଏଭଳି ଏକ ଘଟଣା ମହାରାଷ୍ଟ୍ର ପୁଣେ ସିଟିର ଫୁରସୁଙ୍ଗି ଅଞ୍ଚଳରେ ଦେଖିବାକୁ ମିଳିଛି । ଏ ନେଇ ହଦାପସାର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଗତ ଡିସେମ୍ବର ୨୮ ତାରିଖରେ ଏହି ଘଟଣା ଘଟିଛି । ପୀଡ଼ିତଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିବା ବେଳେ ୫ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅଭିଯୋଗକାରିଣୀଙ୍କ ସ୍ବାମୀ ଏକ ହ୍ବାଟ୍ସଆପ ଗ୍ରୁପ୍‌ ଖୋଲିଥିଲେ । ଏହାର ନାମ ରଖାଯାଇଥିଲା ଓମ ହାଇଟ୍ସ ଅପରେସନ (Om Heights Operation) । ଏଥିରୁ ସେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ବାହାର କରିଥିଲେ । ଏହାପରେ ଉକ୍ତ ଅଭିଯୁକ୍ତ ଜଣକ ରାଗରେ ଜର୍ଜରିତ ହୋଇ ଉଠି ପ୍ରତିଶୋଧ ପରାୟଣ ହୋଇଥିଲା । ଏହାପରେ ଗ୍ରୁପର ତାଙ୍କୁ କଣ ପାଇଁ ବାହାର କରାଯାଇଛି ବୋଲି ସେ ଆଡମିନଙ୍କୁ ପ୍ରଶ୍ନ କରିଥିଲେ । ମାତ୍ର ପୀଡ଼ିତ ଜଣକ ଏହାର ଉତ୍ତର ଦେଇନଥିଲେ । ଏହାପରେ ଅଭିଯୁକ୍ତ ଜଣକ ତାଙ୍କୁ ଭେଟିବା ଲାଗି ଡାକିଥିଲା ।

ଏହା ବି ପଢନ୍ତୁ- VIRAL VIDEO: ଚଳନ୍ତା ସ୍କୁଟିରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ, ମାମଲା ରୁଜୁ

ଏହାପରେ ଅଭିଯୁକ୍ତ ଜଣକ ପୀଡ଼ିତଙ୍କ ଅଫିସ ନିକଟରେ ପହଞ୍ଚିଥିଲା । ଏହାପରେ ସେ ଆଡମିନଙ୍କୁ ସେହି ସମାନ ପ୍ରଶ୍ନ ପଚାରିବା ସମୟରେ କିଛି ଲୋକ ପୀଡିତଙ୍କୁ ଆକ୍ରମଣ କରିଥିଲେ । ଏହି ସମୟରେ ତାଙ୍କ ଜିଭ କାଟି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏଥିରେ ପୀଡ଼ିତଙ୍କ ଜିଭ କଟି ଯାଇଥିବା ବେଳେ ତାଙ୍କୁ ଗଭୀର ଆଘାତ ଲାଗିଛି । ଏହାପରେ ଗୁରୁତର ଅବସ୍ଥାରେ ପୀଡ଼ିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଜିଭକୁ ଷ୍ଟିଚିଂ କରାଯାଇଛି । ଏ ନେଇ ପୀଡ଼ିତଙ୍କ ପତ୍ନୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ଲାଗି ପ୍ରୟାସ କରିଛି ।

ABOUT THE AUTHOR

...view details