ଲକ୍ଷ୍ନୌ: ଦିନକୁ ଦିନ ମହିଳାଙ୍କ ପ୍ରତି ବଢିଚାଲିଛି ଅପରାଧ । କେଉଁଠି ମହିଳା ଅସଦାଚରଣର ଶିକାର ହେଉଛନ୍ତିତ ଆଉ କେଉଁଠି ଦୁଷ୍କର୍ମର ଶିକାର ହେଉଛନ୍ତି ମହିଳା । ଫଳରେ ମହିଳାଙ୍କ ସୁରକ୍ଷାକୁ ନେଇ ଏବେ ସବୁଠି ପ୍ରଶ୍ନବାଚୀ । ଦେଶରେ ସବୁଠାରୁ ଉତ୍ତରପ୍ରଦେଶରେ ମହିଳାଙ୍କ ବିରୋଧରେ ଅଧିକ ଅପରାଧ ହୋଉଛି । ଏଭଳି ତଥ୍ୟ National Commission for Women ରିପୋର୍ଟରେ ପ୍ରକାଶ ପାଇଛି ।
ୟୁପିରେ ମହିଳାଙ୍କ ସୁରକ୍ଷା ଅବସ୍ଥା ଏପରି ଯେ ଯଦି ମହିଳାମାନେ ପୋଲିସ ଷ୍ଟେସନକୁ ଅଭିଯୋଗ କରିବାକୁ ଗଲେ ଅଭିଯୋଗ ଶୁଣିବା ପରିବର୍ତ୍ତେ ପୋଲିସ ତାଙ୍କୁ ଭୟଭୀତ କରାଇ ଫେରାଇ ଦେଉଛି । ଏଥି ସହ ଅପରାଧକୁ ମଧ୍ୟ ପଞ୍ଜିକୃତ କରିନଥାଏ । ଜାତୀୟ ମହିଳା ଆୟୋଗର 2021 ରିପୋର୍ଟରେ ଏହା ପ୍ରକାଶ ପାଇଛି। ପୋଲିସ ମହିଳାଙ୍କ ଅଭିଯୋଗକୁ ଶୁଣୁନଥିବାରୁ ମହିଳା ଆୟୋଗରେ ଅଭିଯୋଗ ସଂଖ୍ୟା ବୃଦ୍ଧି ହେଉଛି । ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ଅଭିଯୋଗ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।