ଓଡିଶା

odisha

ETV Bharat / bharat

ACB Raid in Karnataka: ଡ୍ରେନ ପାଇପରୁ ଜବତ ହେଲା ବିପୁଳ ଟଙ୍କା

କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଦୁର୍ନୀତି ନିବାରଣ ବ୍ୟୁରୋ Anti-Corruption Bureau (ACB)ର ଚଢାଉ । କୋଟିକୋଟି ଟଙ୍କା ଆୟବର୍ହିଭୂତ ସମ୍ପତ୍ତି ଜବତ । ଡ୍ରେନରୁ ଜବତ ହେଲା ନଗଦ ଟଙ୍କା । ସ୍କାନରରେ ସରକାରୀ ଅଧିକାରୀ । ଅଧିକ ପଢନ୍ତୁ

ACB Raid in Karnataka: ଡ୍ରେନ ପାଇପରୁ ଜବତ ହେଲା ବିପୁଳ ଟଙ୍କା
ACB Raid in Karnataka: ଡ୍ରେନ ପାଇପରୁ ଜବତ ହେଲା ବିପୁଳ ଟଙ୍କା

By

Published : Nov 24, 2021, 10:40 PM IST

ବେଙ୍ଗାଲୁରୁ: ଦୁର୍ନୀତି ନିବାରଣ ବ୍ୟୁରୋ Anti-Corruption Bureau (ACB) ପକ୍ଷରୁ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଜାରି ରହିଥିବା ଚଢାଉରେ ବିପୁଳ ପରିମାଣରେ ସୁନା, କୋଟିକୋଟି ନଗଦ ଟଙ୍କା ସମେତ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଜବତ ହୋଇଛି । ଏହା ମଧ୍ୟରେ କିଛି ରାଜକୀୟ ଘର, ଜମି ପ୍ଲଟ, ଦାମୀ କାର ସମେତ କୋଟିକୋଟି ଟଙ୍କା ଜବତ ହୋଇଥିବା ବିଭାଗର ଜଣେ ଅଧିକାରୀ କହିଛନ୍ତି । ସେହିପରି ବିଭାଗର ଚଢାଉ ସମ୍ପର୍କରେ ଖବର ପାଇ ଡ୍ରେନ ପାଇପର ଲୁଚାଯାଇଥିବା ଟଙ୍କା ଜବତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଚଢାଉରେ ରାଜ୍ୟବ୍ୟାପୀ ଦୁର୍ନୀତିଖୋର ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ସେହିପରି ରାଜ୍ୟର ଜଣେ PWD JE ଙ୍କ ବାସଭବନରେ ଚଢାଉ ସମୟରେ ଆଶ୍ଚର୍ଯ୍ୟଜନକ ଚିତ୍ର ଦେଖିବାକୁ ମିଳିଥିଲା । କାଲାବୁରାଗିର କନିଷ୍ଠ ଯନ୍ତ୍ରୀ ଶାନ୍ତାଗୌଡାଙ୍କ ଘରେ ଏସିବି ଅଧିକାରୀଙ୍କ ଦ୍ବାରା ଚଢାଉ ପୂର୍ବରୁ କୌଣସି କାରଣବଶତଃ ଏହି ଚଢାଉ ସମ୍ପର୍କରେ ପୂର୍ବ ସୂଚନା ପାଇ ଏକ ଡ୍ରେନେଜ ପାଇପ୍‌ରେ ନଗଦ ଟଙ୍କା ଲୁଚାଇ ରଖିଥିବା ଦେଖିବାକୁ ମିଳିଥି୍ଲା । ତେବେ କୌଶଳ କ୍ରମେ ଉକ୍ତ ଟଙ୍କା ସମେତ ଯନ୍ତ୍ରୀଙ୍କ ଘରୁ ବିପୁଳ ପରିମାଣର ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଥିବା ବିଭାଗର ଜଣେ ଅଧିକାରୀ ସୂଚନା ଦେଇଚନ୍ତି ।

ଆଜି ରାଜ୍ୟର ମୋଟ ୬୦ ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା । ଗଡା ଜିଲ୍ଲା କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଟି.ଏସ ରୁଦ୍ରଶାପ୍ପା ଶିବାମୋଗା ଘରେ ଚଢାଉରେ ମୋଟ ମୋଟ ୩.୫ କୋଟି ମୂଲ୍ଯର ସାଢେ ୭ କେଜିର ସୁନା, ନଗଦ 15 ଲକ୍ଷ ଟଙ୍କା,100 ଗ୍ରାମର 60 ଟି ସୁନା ବିସ୍କୁଟ, 50 ଗ୍ରାମର 8 ଟି ସୁନା ବିସ୍କୁଟ ଏବଂ ଅନ୍ୟାନ୍ୟ ଅଳଙ୍କାର ପ୍ରାୟ ଦେଢ କୋଟି ଟଙ୍କା ମୂଲ୍ୟର ଜବତ ହୋଇଛି । ସେହିପରି ସମ୍ପୃକ୍ତ ଅଧିକାରୀଙ୍କର ଶିବମୋଗାରେ ଥିବା ଦୁଇଟି ଘର, ଦୁଇଟି ଦାମୀ କାର ମଧ୍ୟ ଜବତ କରିଛି ଦୁର୍ନୀତି ନିବାରଣ ବିଭାଗ । ଆଜି ରାଜ୍ୟରେ ଚାଲିଥିବା ଚଢାଉରେ ମୋଟ ୧୫ ଅଧିକାରୀଙ୍କ ସମେତ ବହୁ କର୍ମଚାରୀ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details