ବେଜିଙ୍ଗ: ଚୀନର ଉହାନ ସହର କୋରୋନା ମହାମାରୀର ଉତ୍ପତ୍ତି ସ୍ଥଳ ବୋଲି ପୂର୍ବରୁ କୁହାଯାଇ ଆସୁଛି। ଏଠାରେ ବିକ୍ରି କରାଯାଉଥିବା କୌଣସି ପଶୁର ଶରୀରରୁ ଦେଶକୁ ମହାମାରୀ ବ୍ୟାପିଛି ବୋଲି ମଧ୍ୟ କୁହାଯାଉଥିଲା । ଉହାନର ବଜାରରେ ବିଭିନ୍ନ ପ୍ରଜାତିର ପଶୁଙ୍କୁ ବିକ୍ରି କରାଯାଉଥିବା ବେଳେ କୋରୋନା ମହାମାରୀ ପୂର୍ବରୁ 1 ହଜାରରୁ ଅଧିକ ପଶୁଙ୍କୁ ବିକ୍ରି କରାଯାଇଥିବା ଏକ ନୂତନ ରିପୋର୍ଟରେ ଦର୍ଶାଯାଇଛି ।
ଚୀନର ଉହାନ ସହରରେ କୋରୋନା ମହାମାରୀର ପ୍ରଥମ ମାମଲା ଦେଖିବାକୁ ମିଳିଥିଲା । ଏହି ସହରର ବଜାରରେ ବିଭିନ୍ନ ପ୍ରଜାତିର ପଶୁ ବିକ୍ରି କରାଯାଉଥିବାକୁ ନେଇ ଉହାନ ସହର ବିଶ୍ବରେ ପରିଚିତ । ବ୍ରିଟିଶ ଓ ଚୀନ ଗବେଷକଙ୍କ ମୁତାବକ ଗତ ଅଢେଇ ବର୍ଷ ପୂର୍ବରୁ ଉହାନ ବଜାରରେ 47 ହଜାରରୁ ଅଧିକ ବନ୍ୟ ଜନ୍ତୁଙ୍କୁ ବିକ୍ରି କରାଯାଇଛି ବୋଲି ସେମାନେ କହିଛନ୍ତି । ଉହାନ ବଜାରରେ ସ୍ତନ୍ୟପାୟୀ ପଶୁଙ୍କୁ ମଧ୍ୟ ବିକ୍ରି କରାଯାଉଛି । କୋରୋନା ଭାଇରସ ଥିବା ସନ୍ଦିଗ୍ଧ ପଶୁ ମଧ୍ୟ ସେଠାରେ ବିକ୍ରି ହେଉଥିବା ଗବେଷକମାନେ କହିଛନ୍ତି ।