ଓଡିଶା

odisha

ETV Bharat / bharat

President poll: ଯଶୋବନ୍ତ ସିହ୍ନାଙ୍କୁ ଭୋଟଦେବ AAP

ରାଷ୍ଟ୍ରପତି ନିର୍ବାଚନର ଦୁଇ ଦିନ ପୂର୍ବରୁ ଆଭିମୁଖ୍ୟ ସ୍ପଷ୍ଟ କଲା ଆମ୍‌ ଆଦମୀ ପାର୍ଟି(AAP) । ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ ଦେବ ଦଳ । ଅଧିକ ପଢନ୍ତୁ

By

Published : Jul 16, 2022, 3:53 PM IST

ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ ଘୋଷଣା କଲା AAP
ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ ଘୋଷଣା କଲା AAP

ନୂଆଦିଲ୍ଲୀ:ମିଳିତ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ ଦେବ ଆମ ଆଦମୀ ପାର୍ଟି(AAP) । ଆଜି ଏନେଇ ଦଳୀୟ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବରିଷ୍ଠ ନେତା ତଥା ରାଜ୍ୟସଭା ସଞ୍ଜୟ ସିଂ । ଆଉ ମାତ୍ର ଦୁଇ ଦିନ ପରେ (୧୮ ତାରିଖରେ) ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ।

ସଞ୍ଜୟ କହିଛନ୍ତି, "NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଦଳର ସମ୍ମାନ ରହିଛି । କିନ୍ତୁ ଦଳ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେବ । ନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ବାକି ଥିବାବେଳେ ଆଜି ଦଳ ନିଜର ନିଷ୍ପତ୍ତି ଗ୍ରହଣ କରିବା ପାଇଁ ପଲିଟିକାଲ ଆଡଭାଇଜରୀ କମିଟି (PAC) ବୈଠକ ଡକିଥିଲା । ବୈଠକରେ ବିଚାର ବିମର୍ଶ ପରେ ଦଳ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେବା ନେଇ ନିଷ୍ପତ୍ତି ନେଇଛି ।

ଆପ୍‌ ହେଉଛି ଏକମାତ୍ର ଅଣବିଜେପି ଓ ଅଣକଂଗ୍ରେସ ଦଳ ଯିଏ, ଦୁଇଟି ରାଜ୍ୟରେ କ୍ଷମତାରେ ରହିଛି । ଦଳ ନିକଟରେ ୧୦ ରାଜ୍ୟସଭା ସାଂସଦ ରହିଛନ୍ତି । ସେଥିମଧ୍ୟରୁ ଦିଲ୍ଲୀର ୩ ଓ ପଞ୍ଜାବରେ ୭ ସାସଂଦ ରହିଛନ୍ତି । ସେହିପରି ଦଳ ନିକଟରେ ୩ ରାଜ୍ୟରେ ମୋଟ ୧୫୬ ବିଧାୟକ ରହିଛନ୍ତି । ସେମାନଙ୍କ ମଧ୍ୟରେ ନୂଆ କରି ସରକାର ଗଠନ ହୋଇଥିବା ପଞ୍ଜାବରେ ସର୍ବାଧିକ ୯୨ ବିଧାୟକ, ଦିଲ୍ଲୀରେ ୬୨ ଓ ଗୋଆରେ ମଧ୍ୟ ୨ ବିଧାୟକ ରହିଛନ୍ତି ।

ମିଳିତ ବିରୋଧୀ ମଞ୍ଚ ପକ୍ଷରୁ ଯଶୋବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରାଯାଇଛି । ସେହିପରି ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ସଂଖ୍ୟା ଦୃଷ୍ଟିରୁ NDA ପ୍ରାର୍ଥୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଦେଶର ପ୍ରଥମ ଆଦିବାସୀ ଓ ଦ୍ବିତୀୟ ମହିଳା ରାଷ୍ଟ୍ରପତି ଭାବେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details