ଓଡିଶା

odisha

ETV Bharat / bharat

ଆପ୍‌ ନେତାଙ୍କ ଅଜବ ଅଭିଯୋଗ, କହିଲେ BJP ଚାହୁଁନି ଗରିବ ପିଲା ପଢନ୍ତୁ ଇଂରାଜୀ - ଆପ ଜାତୀୟ ମୁଖପାତ୍ର ସୌରଭ ଭରଦ୍ବାଜ

ଗରିବ ଘରର ପିଲା ଇଂରାଜୀ ପଡନ୍ତୁ ଓ କୁହନ୍ତୁ ବୋଲି ବିଜେପି ଚାହୁଁନଥିବା ଅଭିଯୋଗ ଆଣିଲେ ଆପ ଜାତୀୟ ମୁଖପାତ୍ର ସୌରଭ ଭରଦ୍ବାଜ । ଅଧିକ ପଢନ୍ତୁ

ବିଜେପି ଚାହୁଁନାହିଁ ଗରିବ ପିଲା ମାନେ ଇରଂଜୀ ପଢନ୍ତୁ, ଆପ ମୁଖପାତ୍ର
ବିଜେପି ଚାହୁଁନାହିଁ ଗରିବ ପିଲା ମାନେ ଇରଂଜୀ ପଢନ୍ତୁ, ଆପ ମୁଖପାତ୍ର

By

Published : Aug 16, 2022, 11:31 AM IST

ନୂଆଦିଲ୍ଲୀ: ବିଜେପି ବିରୋଧରେ ସାଙ୍ଗାତିକ ଅଭିଯୋଗ ଆଣିଲେ ଆପ(Aam Aadmi Party) ଜାତୀୟ ମୁଖପାତ୍ର ସୌରଭ ଭରଦ୍ବାଜ । ଗରିବ ଘରର ପିଲା ପ୍ରାଞ୍ଜଳ ଭାବେ ଇଂରାଜୀ ପଡନ୍ତୁ ଓ କୁହନ୍ତୁ ବୋଲି ବିଜେପି ଚାହୁଁନଥିବା ସେ ଅଭିଯୋଗ ଆଣିଛନ୍ତି । ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ସରକାର ଗରିବ ପିଲାଙ୍କ ପାଇଁ ମାଗଣା ଇଂରାଜୀ ଶିକ୍ଷାକୁ ନେଇ ଆରମ୍ଭ କରିଥିବା ଯୋଜନା ବିରୋଧରେ BJP ସମାଲୋଚନା କରିଥିବାରୁ ଏହାର ଜବାବ ଦେଛନ୍ତି ସୌରଭ ଭରଦ୍ବାଜ ।

ସୌରଭଙ୍କ ଅଭିଯୋଗ ହେଉଛି, ''ଦିଲ୍ଲୀରେ ଗରିବ ପିଲାଙ୍କ ପାଠପଢା ପାଇଁ ସରକାର ଏକ ଯୋଜନା ଆରମ୍ଭ କରିଛନ୍ତି, ଯେଉଁ ଯୋଜନା ଦ୍ବାରା ଏକ ଗରିବ ଘରର ପିଲା ଇଂରାଜୀ ପଡିପାରିବ, କିନ୍ତୁ ବିଜେପି କେବେ ବି ଚାହିଁ ନାହିଁ ଏକ କରିବ ଘରର ପିଲା ଇଂରାଜୀ ପଢୁ, ଲେଖୁ ଓ କଥା କହୁ । ବିଜେପିର ଜାତୀୟ ମୁଖପାତ୍ର ସୁଦର୍ଶନ ତ୍ରିବେଦୀଙ୍କ ପ୍ରତିକ୍ରିୟାରେ ଏପରି କହିଛନ୍ତି ସୌରଭ ।"

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ''ଆରଏସଏସର ତିନିଜଣ ନେତା ସବରକର, ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ଏଲ.କେ ଆଡଭାନୀ ଇଂରାଜୀ ବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି । ସେହିପରି ବିଜେପିର ସ୍ମୃତି ଇରାନୀ, ଜ୍ୟୋତିରଦିତ୍ୟ ସିନ୍ଧିଆ, ହରଦିପ ସିଂ ପୁରୀ, ପୀୟୁଷ ଗୋୟଲ ଏହି ସବୁ ନେତା ଇଂରାଜୀ ମିଡିୟମ ସ୍କୁଲରେ ଅଧ୍ୟୟନ କରିଛନ୍ତି । ଆଜିର ଦିନରେ ବିଜେପି ନେତାଙ୍କ ପିଲାମାନେ ମଧ୍ୟ ଇଂରାଜୀ ସ୍କୁଲରେ ପଢୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ବିଜେପି କାହିଁକି ଚାହୁଁ ନାହିଁ ଗରିବ ଘରର ପିଲାମାନେ ଇଂରାଜି ଅଧ୍ୟୟନ କରନ୍ତୁ । ବିଜେପି ନିଜ କର୍ମୀମାନଙ୍କୁ ବୋକାବନାଇ ସେମାନଙ୍କ ପିଲାଙ୍କୁ ବିଦ୍ୟାମନ୍ଦିରରେ ପଢ଼ିବା ପାଇଁ କହୁଛି ଏବଂ ସେମାନଙ୍କୁ ଦଙ୍ଗାକାରୀ ଭାବେ ଗଢ଼ୁଛି ବୋଲି କହିଛନ୍ତି ସୌରଭ ।

ଅନେକ ସମୟରେ ଗରିବ ଏବଂ ମଧ୍ୟବିତ୍ତ ଘରର ପିଲାମାନେ ଇଂରାଜୀ କହିବାର ସାମର୍ଥ ନଥିବାରୁ ଅସୁବିଧାର ସମ୍ମୁଖୀନ ହୁଅନ୍ତୁ । ଏହାକୁ ଦୃଷ୍ଟିରେ ରଖି କିଛିଦିନ ତଳେ ଦିଲ୍ଲୀରେ ମାଗଣା ସ୍ପୋକେନ ଇଂରାଜୀ ପାଠ୍ୟକ୍ରମ ଆରମ୍ଭ କରିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର, ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ଏକ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିଲେ ।

ABOUT THE AUTHOR

...view details