ନୂଆଦିଲ୍ଲୀ : ଗୁଜୁରାଟରେ ଆପ ନେତା ଇସୁଦାନ ଗଡଭୀଙ୍କ ଜନ ସମ୍ବାଦ ଯାତ୍ରା ରାଲିରେ ଆକ୍ରମଣ ଘଟଣା । ଏନେଇ ମୁହଁ ଖୋଲିଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ଏହି ଆକ୍ରମଣ ପଛରେ ବିଜେପିର ହାତ ଥିବା ଅଭିଯୋଗ ଆଣିଛନ୍ତି ଆପ ମୁଖ୍ୟ ।
ଗୁଜରାଟ ନିର୍ବାଚନରେ ଆପର ପ୍ରବେଶ ଏବଂ ଏହାର ସମର୍ଥନ ବଢୁ ଥିବାରୁ ବିଜେପି ଭୟ କରୁଛି । ତେବେ ଗୁଜୁରାଟରେ କେହି ସୁରକ୍ଷିତ ନୁହଁନ୍ତି। ଏହି ହିଂସା ହେଉଛି ବିଜେପି କ୍ରୋଧ ଓ ପରାଜୟ ଚିତ୍ର ବୋଲି ସେ କହିଛନ୍ତି । ଗୁଜୁରାଟବାସୀଙ୍କୁ ଭଲ ସୁବିଧା ଦେଇ ଲୋକଙ୍କ ହୃଦୟ ଜିତନ୍ତୁ । ବିରୋଧୀଙ୍କୁ ଆକ୍ରମଣ କରି ସେମାନଙ୍କୁ ଭୟଭିତ କରି ନୁହେଁ ।