ଓଡିଶା

odisha

ETV Bharat / bharat

Monsoon session: ବିଶୃଙ୍ଖଳିତ ଆଚରଣ ପାଇଁ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ନିଲମ୍ବିତ - ସାଂସଦ ସଞ୍ଜୟ ସିଂହ ନିଲମ୍ବିତ

ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହେଲେ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ । ଅଧିକ ପଢନ୍ତୁ

ସଂସଦରେ ବିଶୃଙ୍ଖଳା: ନିଲମ୍ବିତ ହେଲେ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ
ସଂସଦରେ ବିଶୃଙ୍ଖଳା: ନିଲମ୍ବିତ ହେଲେ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ

By

Published : Jul 27, 2022, 1:36 PM IST

Updated : Jul 27, 2022, 2:39 PM IST

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ ଚାଲୁଥିବା ବେଳେ ଗୃହରେ ପ୍ରବଳ ହଟ୍ଟଗୋଳ ଜାରି ରହିଛି । ମଙ୍ଗଳବାର ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଆଜି ନିଲମ୍ବିତ ହୋଇଛନ୍ତି । ସଞ୍ଜୟ ସିଂହକୁ ଗୋଟିଏ ସପ୍ତାହ ପାଇଁ ରାଜ୍ୟସଭାରୁ ନିଲମ୍ବନ କରାଯାଇଛି । ଫଳରେ ଚଳିତ ସପ୍ତାହରେ ହେବାକୁ ଥିବା ଅଧିବେଶନର କୌଣସି କାର୍ଯ୍ୟ ଦିବସରେ ସେ ଅଂଶଗ୍ରହଣ କରିପାରିବେ ନାହିଁ । ମଙ୍ଗଳବାର ଗୃହରେ ବିଶୃଙ୍ଖଳ ଆଚରଣ ପାଇଁ ୧୯ ଜଣ ବିରୋଧି ଦଳ ସାଂସଦ ନିଲମ୍ବିତ ହୋଇଥିଲେ । ଟିଏମସିରୁ ୭ ଜଣ ସାଂସଦ, ଡିଏମକେରୁ ୬ ଏବଂ ଟିଆରଏସ, ସିପିଆଇ-ଏମ, ସିପିଆଇର ଏକାଧିକ ସାଂସଦଙ୍କୁ ନିଲମ୍ବିତ କରିଥିଲେ ଗୃହର ଅଧ୍ୟକ୍ଷ । ଏହାର ଦିନକ ପରେ ସାଂସଦ ସଞ୍ଜୟ ସିଂହଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଏହାମଧ୍ୟ ପଢନ୍ତୁ:Monsoon session: ବିଶୃଙ୍ଖଳିତ ଆଚରଣ ପାଇଁ 19 ରାଜ୍ୟସଭା ସାଂସଦ ନିଲମ୍ବିତ

ଗତକାଲି(ମଙ୍ଗଳବାର) ସଞ୍ଜୟ ସିଂହ ପ୍ରଶ୍ନକାଳରେ କାଗଜପତ୍ର ଚିରିବା ସହ ଏହାକୁ ରାଜ୍ୟସଭା ଉପବାଚସ୍ପତିଙ୍କ ଆଡକୁ ଫିଙ୍ଗିଥିଲେ । ଆଜି ରାଜ୍ୟସଭା ଉପବାଚସ୍ପତି ହରିବଂଶ ଆପ୍‌ ସାଂସଦଙ୍କୁ ସପ୍ତାହେ ପାଇଁ ରାଜ୍ୟସଭାରୁ ନିଲମ୍ବିତ କରିଛନ୍ତି । ସଂସଦରେ ମୌସୁମୀ ଅଧିବେଶନ ଚାଲୁଥିବା ବେଳେ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଦରଦାମ୍ ବୃଦ୍ଧି ଏବଂ ଜିଏସଟି ବୃଦ୍ଧିକୁ ବିରୋଧ କରି ବିରୋଧି ସାଂସଦମାନେ ଗୃହରେ ହଙ୍ଗାମା ଜାରି ରଖିଛନ୍ତି ।

Last Updated : Jul 27, 2022, 2:39 PM IST

ABOUT THE AUTHOR

...view details