ଚଣ୍ଡିଗଡ:ପଞ୍ଜାବରେ ଦୁଇ ପଦ୍ମଶ୍ରୀ ବିଜେତାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛି ଆମ ଆଦମି ପାର୍ଟି (AAP) । ପଦ୍ମଶ୍ରୀ ସନ୍ତ ବଲବୀର ସିଂ ସିଞ୍ଚେଓ୍ବାଲା ଓ ପଦ୍ମଶ୍ରୀ ବିକ୍ରମଜିତ ସିିଂ ସାହନିଙ୍କୁ ରାଜ୍ୟସଭା ପଠାଇବ ଦଳ । ବିଶିଷ୍ଟ ପରିବେଶବିତ ସନ୍ଥ ବଲବୀର ସିଂ ସେଞ୍ଚାୱାଲ ଦେଶରେ ନଦୀଗୁଡିକରେ ବଢୁଥିବା ପ୍ରଦୂଷଣକୁ ରୋକିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ସେହିପରି ସାମାଜିକ କର୍ମୀ ବିକ୍ରମଜିତ୍ ସିଂ ସାହନିଙ୍କର ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି ।
ପଞ୍ଜାବରେ ଦୁଇ ପଦ୍ମଶ୍ରୀଙ୍କୁ ରାଜ୍ୟସଭା ପ୍ରାର୍ଥୀ ମନୋନୀତ କଲା AAP - ପଞ୍ଜାବରେ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ଆପ
ପଞ୍ଜାବରେ ଦୁଇ ପଦ୍ମଶ୍ରୀ ବିଜେତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ମନୋନୀତ କଲା AAP । ଶୁଭେଚ୍ଛା ଜଣାଇଲେ ଦଳମୁଖ୍ୟ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ
ପଞ୍ଜାବରେ ଦୁଇ ପଦ୍ମଶ୍ରୀଙ୍କୁ ରାଜ୍ୟସଭା ପଠାଇବ AAP
ଆଜି ଉଭୟଙ୍କୁ ପ୍ରାର୍ଥୀ ଘୋଷଣା ନେଇ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉଭୟଙ୍କୁ ମନୋନୀତ କରାଯିବା ପରେ ଦଳମୁଖ୍ୟ କେଜ୍ରିଓ୍ବାଲ ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଭୟଙ୍କ ଦୀର୍ଘ ଅଭିଜ୍ଞତା ରାଜ୍ୟସଭା ଗୃହରେ ପ୍ରତିଫଳିତ ହେବା ନେଇ ଆଶା ପ୍ରକଟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ