ଓଡିଶା

odisha

By

Published : Jul 24, 2023, 4:31 PM IST

ETV Bharat / bharat

Monsoon session: କାଲି ଯାଏଁ ରାଜ୍ୟସଭା ମୁଲତବୀ, ସଞ୍ଜୟ ସିଂଙ୍କ ନିଲମ୍ବନ ପରେ ଗୃହରେ ହଙ୍ଗାମା

ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କ ନିଲମ୍ବନ ପରେ ଗୃହରେ ହଙ୍ଗାମା କଲେ ବିରୋଧୀ ଦଳ କାଲି ଯାଏଁ ରାଜ୍ୟସଭା ମୁଲତବୀ । ଅଧିକ ପଢନ୍ତୁ

Monsoon session: AAP ସାଂସଦ ସଞ୍ଜୟ ସିଂ ଅଧିବେଶନରୁ ନିଲମ୍ବିତ, କାଲି ଯାଏ ରାଜ୍ୟସଭା ମୁଲତବୀ
Monsoon session: AAP ସାଂସଦ ସଞ୍ଜୟ ସିଂ ଅଧିବେଶନରୁ ନିଲମ୍ବିତ, କାଲି ଯାଏ ରାଜ୍ୟସଭା ମୁଲତବୀ

ନୂଆଦିଲ୍ଲୀ:ମଣିପୁର ପ୍ରସଙ୍ଗକୁ ନେଇ ଗୃହ ସରଗରମ ଥିବା ବେଳେ ମୌସୁମୀ ଅଧିବେଶନରୁ ନିଲମ୍ବିତ ହେଲେ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ । ହେଲେ ସଞ୍ଜୟଙ୍କ ନିଲମ୍ବନ ପରେ ବିରୋଧୀ ସଦସ୍ୟଙ୍କ ନାରାବାଜୀ ମଧ୍ୟରେ ଆଜି ପାଇଁ ଗୃହ କାର୍ଯ୍ୟ ମୁଲତବୀ ରଖାଯାଇଛି । ସଭାପତିଙ୍କ ନିର୍ଦ୍ଦେଶକୁ ବାରମ୍ବାର ଅବମାନନା କରିବା ଅଭିଯୋଗରେ ତାଙ୍କୁ ଗୃହର ସଭାପତି ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡ ଚଳିତ ଅଧିବେଶନରୁ ନିଲମ୍ବିତ କରିଛନ୍ତି । ଏହା ସହ ଆଜି ଗୃହକାର୍ଯ୍ୟ ସମ୍ଭବ ହୋଇନପାରିବା ଫଳରେ ବାରମ୍ବାର ରାଜ୍ୟସଭା ମୁଲତବୀ ହୋଇଥିଲା । ସାଂସଦ ସିଂଙ୍କ ନିଲମ୍ବନ ପରେ ବିରୋଧୀ ସଦସ୍ୟାମାନେ ଗୃହରେ ହଟ୍ଟଗୋଳ କରିଥିଲେ । ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ସାଂସଦ ସଞ୍ଜୟ ସିଂଙ୍କୁ ଗୃହରୁ ବାହାରକୁ ଯିବା ପାଇଁ ବାରମ୍ବାର କହିବା ସହ ଅନୁରୋଧ କରିଥିଲେ । ପରେ ଆଜି ପାଇଁ ରାଜ୍ୟସଭାକୁ ମୁଲତବୀ ରଖାଯାଇଛି ।

ଦିଲ୍ଲୀ ଅଧ୍ୟାଦେଶ ବିଲ ଆସିବା ପୂର୍ବରୁ ନିଲମ୍ବିତ ହେଲେ ସଂଞ୍ଜୟ:-

ଗୋଟିଏ ପଟେ ମୋଦି ସରକାର ଜାରି କରିଥିବା ଦିଲ୍ଲୀ ପ୍ରଶାସନିକ ଅଧ୍ୟାଦେଶ ବିରୋଧରେ ଲଢେଇ ଜାରି ରଖିଛି ଆମ ଆଦମୀ ପାର୍ଟି । ଏହି ବିଲକୁ ଚଳିତ ଅଧିବେଶନରେ ସରକାର ଆଗତ କରିବାକୁ ଯାଉଛନ୍ତି । ଆମ ଆଦମୀ ପାର୍ଟି ଏହାକୁ ଉଚ୍ଚସଦନ ରାଜ୍ୟସଭାରେ ପାରିତ କରାଇନଦେବା ପାଇଁ କଂଗ୍ରେସ ସମେତ ତମାମ ବିରୋଧୀଙ୍କ ସମର୍ଥନ ମଧ୍ୟ ହାସଲ କରିସାରିଛନ୍ତି । ଏହିପରି ସମୟରେ ଦଳର ସାଂସଦ ସଞ୍ଜୟ ସିଂଙ୍କୁ ସମ୍ପୂର୍ଣ୍ଣ ଅଧିବେଶନରୁ ନିଲମ୍ବିତ କରାଯାଇଛି । ଏହାକୁ ଆମ ଆଦମୀ ପାର୍ଟି ପକ୍ଷରୁ ବିରୋଧ କରାଯାଇଛି ।

ମଣିପୁର ପ୍ରସଙ୍ଗ ଉଠାଇ ଗୃହରେ ନାରାବାଜୀ କରିଥିଲେ ସଞ୍ଜୟ । ଗୃହ ସଭାପତି ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ପୋଡିୟମର ନିକଟବର୍ତ୍ତୀ ହୋଇ ନାରାବାଜୀ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା ମଧ୍ୟ କରିଥିଲେ । ତାଙ୍କୁ ବାରମ୍ବାର ଚେତାବନୀ ଦିଆଯାଇଥିଲା । ସଞ୍ଜୟ ନାରାବାଜୀ ଜାରି ରଖିଥିବା ବେଳେ ଏହା ପୀଠ ପ୍ରତି ଅସମ୍ମାନ ବୋଲି କହିଥିଲେ ସଭାପତି ଧନଖଡ଼ । ପରେ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭାର ଲିଡର ପିୟୁସ ଗୋଏଲ ସଂଞ୍ଜୟଙ୍କ ନିଲମ୍ବନ ପ୍ରସ୍ତାବ ଆଗତ କରିଥିଲେ । ସଭାପତି ଧନଖଡ଼ ଏହାକୁ ଅନୁମୋଦନ ଦେଇ ସଞ୍ଜୟ ସିଂଙ୍କୁ ସମଗ୍ର ମୌସୁମୀ ଅଧିବେଶନରୁ ନିଲମ୍ବିତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :-Parliament Monsoon Session: ସଂସଦରେ ମଣିପୁର ଝଡ, ରାଜ୍ୟସଭାରୁ ଆପ୍ ସାଂସଦ ସଞ୍ଜୟ ସିଂହ ସସପେଣ୍ଡ

ସଞ୍ଜୟଙ୍କ ନିଲମ୍ବନ ପରେ ରାଜ୍ୟସଭାରେ ବିରୋଧୀ ଦଳମାନେ ନାରାବାଜୀ କରିଥିଲେ । ଗୃହ ପ୍ରଥମେ 2ଟା ଓ ପରେ 3ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ପରେ ରାଜ୍ୟସଭା ଉପାଧ୍ଯକ୍ଷ ହରିବଂଶ ନାରାୟଣଙ୍କ ସିଂଙ୍କ ଅଧ୍ୟକ୍ଷତାରେ ଗୃହକାର୍ଯ୍ୟ ଆରମ୍ଭ କରାଯାଇଥିଲେ ସୁଦ୍ଧା ପ୍ରକ୍ରିୟା ସ୍ବାଭାବିକ ହୋଇପାରିନଥିଲା । ସାଂସଦ ସଞ୍ଜୟଙ୍କୁ ଗୃହରୁ ବାହାରକୁ ଯିବା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ବାରମ୍ବାର ଅନୁରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପରେ ଆଜି ପାଇଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details