ଓଡିଶା

odisha

ETV Bharat / bharat

One Nation One Election Panel: ଅଧୀର ଚୌଧୁରୀଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ରାଘବ - ଏକକ ନିର୍ବାଚନ କମିଟିରେ ଅଧୀର ରଞ୍ଜନ ଚୌଧୁରୀ

ଏକକ ନିର୍ବାଚନ ପ୍ରସ୍ତାବ ଅନୁଧ୍ୟାନ କମିଟିରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ଆପ୍‌ ସାଂସଦ ରାଘବ ଚଢା। ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Sep 3, 2023, 3:55 PM IST

ନୂଆଦିଲ୍ଲୀ: 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ପ୍ରସ୍ତାବ ଅନୁଧ୍ୟାନ ଲାଗି ସରକାର ଗଠନ କରିଛନ୍ତି ଏକ 8 ଜଣିଆ ଟିମ । ଏଥିରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ନାମ ମଧ୍ୟ ସାମଲି କରାଯାଇଛି । ଯାହାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢା । କମିଟିରେ ଅଧୀରଙ୍କୁ ସାମିଲ କରିବା ପୂର୍ବରୁ କେନ୍ଦ୍ର ସରକାର ତାଙ୍କ ଅନୁମତି ନେଇନଥିବା ସେ ଅଭିଯୋଗ କରିଛନ୍ତି । ଏ ନେଇ ସେ ଟ୍ବିଟ କରି କେନ୍ଦ୍ର ଉପରେ ବର୍ଷିଥିବା ଦେଖିବାକୁ ମିଳିଛି ।

ଆପ୍‌ ସାଂସଦ ରାଘବ ଚଢା X ସାଇଟରେ ଏକ ପୋଷ୍ଟ କରି ଲେଖିଛନ୍ତି, "ବୋଧହୁଏ ଏକ ଉଚ୍ଚ ସ୍ତରୀୟ କମିଟିରେ ନିଯୁକ୍ତ ହେବା ପୂର୍ବରୁ ଜଣେ ସାଂସଦଙ୍କ ଅନୁମତି ଲୋଡ଼ିବା ଏବେ ବିକଳ୍ପ ହୋଇଗଲାଣି ? " ଅଧୀର ରଞ୍ଜନ ଚୌଧୁରୀ ଏକକ ନିର୍ବାଚନ କମିଟିରେ ସାମିଲ ହେବେ ନାହିଁ ବୋଲି ମନା କରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ସାଂସଦ ରାଘବ । ଏହି ପୋଷ୍ଟ ସହିତ ଅଧୀର ରଞ୍ଜନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଲେଖିଥିବା ଚିଠିକୁ ମଧ୍ୟ ସେ ସେୟାର କରିଛନ୍ତି ।

ଏହା ବି ପଢନ୍ତୁ-One Nation, One Election: ଏକକ ନିର୍ବାଚନ କମିଟିରେ ରହିବାକୁ ମନା କଲେ ଅଧୀର ରଞ୍ଜନ

ଏକକ ନିର୍ବାଚନ ପ୍ରସ୍ତାବ ଅନୁଧ୍ୟାନ କମିଟିରେ ରହିବାକୁ ମନା କରି କେନ୍ଦ୍ରକୁ କଂଗ୍ରେସ ସାଂସଦ ଅଧୀର ଏହି ଚିଠି ଲେଖି କହିଛନ୍ତି, " କମିଟିରେ ସାମିଲ ହେବାକୁ ମନା କରିବା ଦ୍ବାରା ମୋ ମନରେ କୌଣସି ଦ୍ବିଧା ବା ସଙ୍କୋଚ ନାହିଁ । ସାଧାରଣ ନିର୍ବାଚନର ମାସକ ପୂର୍ବରୁ କେନ୍ଦ୍ର ସରକାର ଏହି ପ୍ରସ୍ତାବ ଆଣିଛନ୍ତି । ଯାହାକି ସରକାରଙ୍କ ଭିନ୍ନ ଉଦ୍ଦେଶ୍ୟକୁ ଦର୍ଶାଉଛି । ଅନ୍ୟପଟେ ଏହି କମିଟିରେ ବର୍ତ୍ତମାନର ରାଜ୍ୟସଭା ବିରୋଧୀ ଦଳର ନେତାଙ୍କୁ ମଧ୍ୟ ସାମିଲ କରାଯାଇନାହିଁ । ଯାହାକି ସମ୍ପୂର୍ଣ୍ଣ ଭାବେ ସଂସଦୀୟ ଗଣତନ୍ତ୍ର ପ୍ରତି ଅପମାନ ।"

ଏହା ବି ପଢନ୍ତୁ- One nation, One Election: 8ଜଣିଆ କମିଟିରେ ଶାହ, ଆଜାଦ ଓ ଅଧୀର

ସୂଚନା ଥାଉ କି ଏକକ ନିର୍ବାଚନ ପ୍ରସ୍ତାବ ଅନୁଧ୍ୟାନ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାର ଏକ 8 ଜଣିଆ କମିଟି ଗଠନ କରିଛନ୍ତି । ଏହି କମିଟିରେ ରହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ସହ ପୂର୍ବତନ ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମ ନବୀ ଆଜଦ । ଏନେଇ ଗତକାଲି(ଶନିବାର) କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ସୂଚନା ପ୍ରଦାନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details