ନୂଆଦିଲ୍ଲୀ: ପୂର୍ବତନ ମନ୍ତ୍ରୀ ତଥା ଆମ ଆଦମି ପାର୍ଟିର ବିଧାୟକ ସୋମନାଥ ଭାରତୀଙ୍କୁ ଦୁଇ ବର୍ଷ ଜେଲ ଏବଂ 1 ଲକ୍ଷ ଟଙ୍କା ଜୋରିମାନା ଶୁଣାଇଲେ ଦିଲ୍ଲୀର ରାଉସ୍ ଏଭେନ୍ୟୁ କୋର୍ଟ । 2016 ମସିହାରେ AIIMS ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ତାଙ୍କୁ ଏହି ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ ନକଲେ ଏକ ମାସର ଦଣ୍ଡ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣା ପଡିଛି ।
ଜାନୁଆରୀ 22 ରେ, କୋର୍ଟ ସୋମନାଥ ଭାରତୀଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ଶୁଣାଇଛନ୍ତି । ସେପ୍ଟେମ୍ବର 2016 କୋର୍ଟ ଅନ୍ୟ ଅଭିଯୁକ୍ତ ମାନେ ଜଗତ ସାଇନି, ଦିଲୀପ, ସନ୍ଦୀପ ସୋନୁ ଏବଂ ରାକେଶ ପାଣ୍ଡେଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ଦଣ୍ଡବିଧି ଆଇନର ଧାରା 323, 353, 147 ଏବଂ 149 ଏବଂ ଜନ ସମ୍ପତ୍ତିର କ୍ଷତି ନିବାରଣ ଧାରା 3 ଅନୁଯାୟୀ କୋର୍ଟ ସୋମନାଥ ଭାରତୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ସୂଚନା ରହିଛି ।