ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ବେଆଇନ ଉଚ୍ଛେଦ ପ୍ରକ୍ରିୟା: ବିକ୍ଷୋଭ ପ୍ରଦର୍ଶନ କରି ଆପ ବିଧାୟକ ଗିରଫ

ଦିଲ୍ଲୀ ବେଆଇନ ଉଚ୍ଛେଦକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆପ ବିଧାୟକଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ଦିଲ୍ଲୀରେ ବେଆଇନ ଉଚ୍ଛେଦ ପ୍ରକ୍ରିୟା: ବିକ୍ଷୋଭ ପ୍ରଦର୍ଶନ କରି ଆପ ବିଧାୟକ ଗିରଫ
ଦିଲ୍ଲୀରେ ବେଆଇନ ଉଚ୍ଛେଦ ପ୍ରକ୍ରିୟା: ବିକ୍ଷୋଭ ପ୍ରଦର୍ଶନ କରି ଆପ ବିଧାୟକ ଗିରଫ

By

Published : May 13, 2022, 5:39 PM IST

ଦିଲ୍ଲୀ:ବେଆଇନ ଉଚ୍ଛେଦକୁ ବିରୋଧ କରି ଗିରଫ ହେଲେ ଆମ ଆଦମୀ ପାର୍ଟି ବିଧାୟକ । ଗତକାଲି ଦିଲ୍ଲୀ ପୋଲିସ ବିଧାୟକ ଅମନତୁଲ୍ଲାହ ଖାନଙ୍କୁ ଗିରଫ କରିଛି । ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଜଣେ ସରକାରୀ କର୍ମଚାରୀଙ୍କୁ ଡ୍ୟୁଟି ଛାଡିବାରେ ବାଧା ସୃଷ୍ଟି କରିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ତେବେ ଆଜି ତାଙ୍କୁ ବେଲ ମିଳିଛି ।

ସୂଚନା ଅନୁଯାୟୀ, ଗତକାଲି ଦକ୍ଷିଣ ଦିଲ୍ଲୀର ମଦନପୁର ଖଦରରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବା ବେଳେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାକୁ ନେଇ ଗତକାଲି ରାତିରେ ଦିଲ୍ଲୀ ପୋଲିସ ଆପ ବିଧାୟକଙ୍କୁ ଗିରଫ କରିଥିଲା । ଏନେଇ ଅମନତୁଲ୍ଲାହ ଅଭିଯୋଗ କରିଛନ୍ତି ଯେ ସିଭିକ ବଡି ମାଧ୍ୟରେ ଭାରତୀୟ ଜନତା ପାର୍ଟି ଗରିବ ଲୋକଙ୍କ ଘର ଉପରେ ବୁଲଡୋଜର ଚଳାଉଛି ।ଏହାକୁ ବିରୋଧ କରୁଥିବା ଲୋକଙ୍କ ଉପରେ ପୋଲିସର ଅସହିଷ୍ଣୁତା ଆସାମ୍ବିଧାନିକ ଅଟେ । ମୋତେ ଜେଲବି ଯିବାକୁ ପଡୁନା କାହିଁକି ମୁଁ ସର୍ବଦା ଲୋକଙ୍କ ଅଧିକାର ପାଇଁ ସ୍ବର ଉଠାଇବି ବୋଲି କହିଛନ୍ତି ବିଧାୟକ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀ ପୋଲିସ ମୋତେ ଗିରଫ କରିଛି ସତ କିନ୍ତୁ ମୋ ଆତ୍ମାକୁ କାରଗାରରେ ବନ୍ଦି କରି ରଖିପାରିବ ନାହିଁ ।

ABOUT THE AUTHOR

...view details