ଓଡିଶା

odisha

ETV Bharat / bharat

ସଦସ୍ୟତା ଫେରିପାଇଲେ ରାଘବ, ସ୍ବାଧୀକାର ଭଙ୍ଗ ଅଭିଯୋଗରେ ହୋଇଥିଲେ ନିଲମ୍ବିତ - ରାଘବ ଚଢାଙ୍କ ସଂସଦ ପଦ ନିଲମ୍ବନ ମାମଲା

ରାଜ୍ୟସଭା ସଦସ୍ୟତା ଫେରିପାଇଲେ ଆମ ଆଦମୀ ପାର୍ଟିର ଯୁବ ସାଂସଦ ରାଘବ ଚଢା । ମୌସୁମୀ ଅଧିବେଶନରେ ସ୍ବାଧୀକାର ଭଙ୍ଗ ଅଭିଯୋଗରେ ହୋଇଥିଲେ ନିଲମ୍ବିତ । ଭିଡିଓ ଜାରି କରି ସୁପ୍ରିମକୋର୍ଟ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଦେଲେ ଧନ୍ୟବାଦ । ଅଧିକ ପଢ଼ନ୍ତୁ

ସଦସ୍ୟତା ଫେରିପାଇଲେ ରାଘବ, ସ୍ବାଧୀକାର ଭଙ୍ଗ ଅଭିଯୋଗରେ ହୋଇଥିଲେ ନିଲମ୍ବିତ
ସଦସ୍ୟତା ଫେରିପାଇଲେ ରାଘବ, ସ୍ବାଧୀକାର ଭଙ୍ଗ ଅଭିଯୋଗରେ ହୋଇଥିଲେ ନିଲମ୍ବିତ

By ETV Bharat Odisha Team

Published : Dec 4, 2023, 3:49 PM IST

ନୂଆଦିଲ୍ଲୀ:ମୌସୁମୀ ଅଧିବେଶନରେ ରାଜ୍ୟସଭାରେ ସ୍ବାଧୀକାର ଭଙ୍ଗ ଅଭିଯୋଗରେ ନିଲମ୍ବିତ ହୋଇଥିବା ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଛି । ଆଜି ଶୀତ ଅଧିବେଶନର ଉଦଘାଟନୀ କାର୍ଯ୍ୟଦିବସରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖଡ ଏହି ନିଲମ୍ବିତ ପ୍ରତ୍ୟାହାର କରିବା ପରେ ସଦସ୍ୟତା ଫେରି ପାଇଛନ୍ତି ଚଢା । ଏହାସହ ସେ ଗୃହରେ ଆଜି ଅଧିବେଶନରେ ଅଂଶଗ୍ରହଣ ମଧ୍ୟ କରିଛନ୍ତି । ଏହାପରେ ଚଢା ଏକ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରିଛନ୍ତି । ସେ ଏହି ମାମଲାରେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସେ ଆଜିର ନିଷ୍ପତ୍ତି ପାଇଁ ସର୍ବୋଚ୍ଚ କୋର୍ଟଙ୍କୁ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଆଜି ଅପରାହ୍ନରେ ଚଢାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ରାଜ୍ୟସଭା ସ୍ବାଧୀକାର କମିଟିର ବୈଠକ ବସିଥିଲା । ଏହାପରେ କମିଟିର ସୁପାରିଶ କ୍ରମେ ଏହି ପ୍ରତ୍ୟାହାର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଭିଡିଓ ବାର୍ତ୍ତାରେ ସେ ନିଲମ୍ବନ ଆଦେଶ ହଟିବା ପରେ ଖୁସି ଥିବା ଓ ଏଥିପାଇଁ ସର୍ବୋଚ୍ଚ କୋର୍ଟ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି ତାଙ୍କୁ ସଂସଦରୁ 115 ଦିନ ନିଲମ୍ବିତ କରାଗଲା । ସେ ଅବଧି ମଧ୍ୟରେ ଲୋକଙ୍କ ପ୍ରଶ୍ନ ସରକାରଙ୍କୁ ପଚାରିବାରୁ ବଞ୍ଚିତ ରହିଲେ ବୋଲି ଚଢା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଜେପିଏମ ଦଖଲରେ ମିଜୋରାମ, ସରକାର ଗଢିବ ଦଳ

ଅଗଷ୍ଟ 11 ତାରିଖରେ ମୌସୁମୀ ଅଧିବେଶନ ଜାରି ରହିଥିବା ବେଳେ ଚଢାଙ୍କୁ ରାଜ୍ୟସଭାରେ ଗୃହର ସ୍ବାଧୀକାର ଭଙ୍ଗ ଅଭିଯୋଗରେ ନିଲମ୍ବିତ କରାଯାଇଥିଲା । ଦିଲ୍ଲୀ ପ୍ରଶାସନିକ ସେବା ବିଲ ଆଗତ ହେବା ସମୟରେ ସେ ଏକ ସଂସଦୀୟ କମିଟି ମାଧ୍ୟମରେ ଏହାର ତର୍ଜମା କରିବାକୁ ଦାବି କରିଥିଲେ । ଚଢା ଏହି କମିଟି ପାଇଁ 5 ଜଣ ସାଂସଦଙ୍କ ନାମ ମଧ୍ୟ ସୁପାରିଶ କରିଥିଲେ । ମାତ୍ର ସେ ଏହି 5 ସାଂସଦଙ୍କ ବିନା ଅନୁମତିରେ ସେମାନଙ୍କ ହସ୍ତାକ୍ଷର ସଂଗ୍ରହ କରି କମିଟି ପାଇଁ ସେମାନଙ୍କ ନାମ ସୁପାରିଶ କରିଥିବା ଜଣାପଡ଼ିଥିଲା । ଏହା ପରେ ତାଙ୍କୁ ସ୍ବାଧୀକାର ଭଙ୍ଗ ଅଭିଯୋଗରେ ଗୃହରୁ ନିଲମ୍ବିତ କରାଯାଇଥିଲା । ଏହାକୁ ସେ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ୍‌ କରିଥିଲେ । ଏବେ 115 ଦିନ ପରେ ଗୃହକୁ ଫେରିଛନ୍ତି ଆମ ଆଦମୀ ପାର୍ଟିର ଏହି ଯୁବ ସାଂସଦ । ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏଥିପାଇଁ ଧନ୍ଯବାଦ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details