ଓଡିଶା

odisha

By

Published : Jan 11, 2023, 7:49 PM IST

ETV Bharat / bharat

ଓଡ଼ିଶା ଓ କେରଳ ନିର୍ବାଚନ ଉପରେ ଆପ୍‌ ନଜର, ନୂଆଦିଲ୍ଲୀରେ ଗୁରୁତ୍ବପୂର୍ଣ୍ଣ ବୈଠକ

ଓଡ଼ିଶା ଏବଂ କେରଳରେ ସଂଗଠନ ସୁଦୃଢ଼ କରିବ ଆପ । ଏହି ଦୁଇ ରାଜ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀସ୍ଥିତ ଆମ ଆଦମି ପାର୍ଟି ମୁଖ୍ୟାଳୟରେ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଦଳର ରାଷ୍ଟ୍ରୀୟ ସଂଗଠନ ସଚିବ ତଥା ଆପ ସାଂସଦ ସନ୍ଦୀପ ପାଠକ ଉଭୟ ରାଜ୍ୟର ନେତା ଓ କର୍ମୀଙ୍କୁ ସଂଗଠନ ସଜାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀରେ ଆପ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀରେ ଆପ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଓଡ଼ିଶା ଓ କେରଳ ନିର୍ବାଚନ ଉପରେ ଆପ୍‌ ନଜର । ଏହି ଦୁଇ ରାଜ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀସ୍ଥିତ ଆମ ଆଦମି ପାର୍ଟି ମୁଖ୍ୟାଳୟରେ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଓଡ଼ିଶା ଓ କେରଳର ବହୁ ସାଂଗଠନିକ ନେତା ଓ କର୍ମୀ ଯୋଗ ଦେଇଥିଲେ । ଦଳର ରାଷ୍ଟ୍ରୀୟ ସଂଗଠନ ସଚିବ ତଥା ଆପ ସାଂସଦ ସନ୍ଦୀପ ପାଠକ ଉଭୟ ରାଜ୍ୟର ନେତା ଓ କର୍ମୀଙ୍କୁ ସଂଗଠନ ସଜାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଂଗଠନକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବା ନେଇ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି ।

ବୈଠକରେ ଆମ୍‌ ଆଦମି ପାର୍ଟି ରାଷ୍ଟ୍ରୀୟ ସଂଗଠନ ସଚିବ ସନ୍ଦୀପ ପାଠକ କହିଛନ୍ତି, "ନିର୍ବାଚନ ଲଢ଼ିବା, ଜିତିବା କିମ୍ବା ହାରିବା ଗୁରୁତ୍ବପୂର୍ଣ୍ଣ ନୁହେଁ । ବରଂ ଉଭୟ ରାଜ୍ୟରେ ସଂଗଠନକୁ ସୁଦୃଢ଼ ତକରିବା ବର୍ତ୍ତମାନ ପାଇଁ ମହତ୍ବପୂର୍ଣ୍ଣ । କାରଣ ଏକ ମଜଭୁତ ସଂଗଠନ ହିଁ ରାଜ୍ୟରେ ତୃଣମୂଳସ୍ତରରୁ ଲୋକଙ୍କ ସମସ୍ୟା ସମ୍ପର୍କରେ ଜାଣିବାରେ ସହାୟକ ହୋଇଥାଏ । ସେଥିପାଇଁ ସମସ୍ତଙ୍କୁ ଏକଜୁଟ ହୋଇ ଚାଲିବା ଜରୁରୀ ।" ପ୍ରଥମେ ନିର୍ବାଚନରେ ପଦ ହାସଲ କରିବା ଲକ୍ଷ୍ୟ ନରଖି ସଂଗଠନ ପାଇଁ କାମ କରିବା ଭଳି କର୍ମୀଙ୍କୁ ଦଳରେ ଯୋଡ଼ିବା ପାଇଁ ଉଭୟ ରାଜ୍ୟର ନେତୃତ୍ବଙ୍କୁ ଅପିଲ କରିଛନ୍ତି ଆପ ରାଷ୍ଟ୍ରୀୟ ସାଂଗଠନିକ ସଚିବ ।

ଆମ୍‌ ଆଦମି ପାର୍ଟି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକର ମୁଖ୍ୟ ଲକ୍ଷ୍ୟ ହେଉଛି ଓଡ଼ିଶା ଏବଂ କେରଳରେ ଆପ ସଂଗଠନକୁ ମଜଭୁତ କରିବା । ପ୍ରକାଶ ଥାଉକି ଓଡ଼ିଶାରେ ଆଗୁଆ ନିର୍ବାଚନ ଅର୍ଥାତ ୨୦୨୪ ପୂର୍ବରୁ ନିର୍ବାଚନ ହେବାର ସମ୍ଭାବନା ରହିଛି । ଯଦି ଏହା ହୁଏ, ତେବେ ଚଳିତ ବର୍ଷ ହିଁ ନିର୍ବାଚନ ମୈଦାନକୁ ଓହ୍ଲାଇବେ ସମସ୍ତ ରାଜନୈତିକ ଦଳ । ସେପଟେ କେରଳ ରାଜ୍ୟରେ ୨୦୨୬ରେ ବିଧାନସଭା ନିର୍ବାଚନ ହେବା ନେଇ ସୂଚୀ ରହିଛି । ଅନୁଷ୍ଠିତ ଏହି ବୈଠକରେ ଆପ୍‌ର ଓଡ଼ିଶା ସଂଯୋଜକ ନିଶିକାନ୍ତ ମହାପାତ୍ର ଓ ନିର୍ବାଚନ ପ୍ରଭାରୀ ବୀରେନ୍ଦ୍ର କାଦ୍ୟାନଙ୍କ ସମେତ କେରଳ ଆପ୍‌ ନିର୍ବାଚନ ପ୍ରଭାରୀ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details