ଓଡିଶା

odisha

Delhi Ordinance: କେନ୍ଦ୍ର ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ଦିଲ୍ଲୀ ସରକାର

By

Published : Jun 30, 2023, 6:07 PM IST

ଦିଲ୍ଲୀର ପ୍ରଶାସନକି କ୍ଷମତା ନିୟନ୍ତ୍ରଣ ଦେଇ କେନ୍ଦ୍ର ଆଣିଥିବା ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ଆପ୍‌ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ:ସୁପ୍ରିମକୋର୍ଟରେ କେନ୍ଦ୍ରର ଅଧ୍ୟାଦେଶକୁ ଚ୍ୟାଲେଞ୍ଜ କଲେ ଦିଲ୍ଲୀ ସରକାର । ଦିଲ୍ଲୀର ଆପ୍‌ ଅଧିକାରୀମାନଙ୍କ ଟ୍ରାନ୍ସଫର ପ୍ରସଙ୍ଗରେ ସେ ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିବା ଜଣାପଡ଼ିଛି । ଦିଲ୍ଲୀ ପ୍ରଶାସନିକ କ୍ଷମତା ହାତେଇବା ନେଇ କେନ୍ଦ୍ର ଆଣିଥିବା ଏହି ଅଧ୍ୟାଦେଶ ଅସମ୍ବିଧାନିକ । ଏଣୁ କେନ୍ଦ୍ର ସରକାର ଯଥାଶୀଘ୍ର ଏହି ଅଧ୍ୟାଦେଶ ଉପରେ ରୋକ ଲଗାନ୍ତୁ ବୋଲି ଆଜି ଶୁକ୍ରବାର ଦାବି କରିଛି ଆପ୍‌ । ଏହା ପୂର୍ବରୁ ଆପ୍‌ କହିଥିଲା ଯେ ଯଦି ଏହା ଉପରେ ରୋକ ନ ଲଗାଯାଏ ତେବେ ଆସନ୍ତା ଜୁଲାଇ ୩ ତାରିଖରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଅଧ୍ୟାଦେଶରେ ନିଆଁ ଲଗାଇ ପୋଡ଼ି ଦେବେ ।

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଚଳିତ ମାସ ୧୧ ତାରିଖରେ ଏକ ମହାରାଲିର ଆୟୋଜନ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲା ଦଳ । ଗତ ମେ ୧୯ ତାରିଖରେ କେନ୍ଦ୍ର ଏହି ଅଧ୍ୟାଦେଶ ଆଣିଥିଲା । ଦିଲ୍ଲୀରେ କାର୍ଯ୍ୟରତ IAS ଓ DANICS ଅଫିସରମାନଙ୍କ ଅଦଳବଦଳ ଓ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନର କ୍ଷମତା କେନ୍ଦ୍ର ହାତରେ ରହିବ । ଏହାକୁ ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବିରୋଧ କରିଛନ୍ତି । ଏନେଇ ସେ ଅନ୍ୟ ବିରୋଧୀ ଦଳର ସମର୍ଥନ ମଧ୍ୟ ଲୋଡ଼ିଥିଲେ । ଏବେ କେନ୍ଦ୍ର ଦିଲ୍ଲୀ ପାଇଁ ଏହି ଅଧ୍ୟାଦେଶ ଆଣିଛି, ଆଗକୁ ପ୍ରତିଟି ରାଜ୍ୟ ପାଇଁ ଏହି ଅଧ୍ୟାଦେଶ ଆଣିବ ବୋଲି ସେ କହିଥିଲେ ।

ଏହା ବି ପଢନ୍ତୁ- ଚେତାଇଲେ କେଜ୍ରିଓ୍ବାଲ, ଦିଲ୍ଲୀ ପରେ ଅନ୍ୟ ରାଜ୍ୟ ପାଇଁ ଅଧ୍ୟାଦେଶ ଆଣିବାକୁ କେନ୍ଦ୍ର କରୁଛି ଯୋଜନା !

ଏହି ଅଧ୍ୟାଦେଶ ଜାରି ହେବା ପୂର୍ବରୁ ସୁପ୍ରିମକୋର୍ଟ ଦିଲ୍ଲୀର ପୋଲିସ, ଆଇନ ବ୍ୟବସ୍ଥା ଭଳି ବିଭିନ୍ନ ସେବା ଓ ପ୍ରଶାସନିକ କ୍ଷମତା ଦିଲ୍ଲୀ ସରକାରଙ୍କ ନିକଟରେ ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ ଆସିବାର କିଛି ସମୟ ପରେ କେନ୍ଦ୍ର ଅଧ୍ୟାଦେଶ ଆଣିଥିଲା ଏବଂ ଦିଲ୍ଲୀ ସରକାରଙ୍କ ହାତରୁ କ୍ଷମତାକୁ ଛଡ଼ାଇ ନେଇଥିଲା । ଯାହାକୁ ବିରୋଧ କରିଛି ଆପ୍‌ । କେନ୍ଦ୍ର ସରକାର ଦେଶର ସର୍ବୋଚ୍ଚ ଅଦାଲତଙ୍କୁ ନିର୍ଦ୍ଦେଶ ମାନୁନାହାନ୍ତି ବୋଲି ଆପ୍‌ ଅଭିଯୋଗ କରିଥିଲା । ଏନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦେଶର ଅନ୍ୟ ବିରୋଧୀ ଦଳର ସୁପ୍ରିମୋଙ୍କୁ ଭେଟି ସମର୍ଥନ ଲୋଡ଼ିଥିଲେ ।

ଏହା ବି ପଢନ୍ତୁ- Ordinance Row: କେଜ୍ରିଓ୍ବାଲଙ୍କୁ ବଳ ଦେଲେ KCR, କହିଲେ ଅଧ୍ୟାଦେଶ ଜରୁରୀ ସ୍ଥିତିଠୁ ମଧ୍ୟ ଖରାପ

ଏହି ଅଧ୍ୟାଦେଶକୁ ନେଇ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ଦେଶର ଅଗ୍ରଗତି ସମ୍ପର୍କରେ ଚିନ୍ତା କରିବା ପରିବର୍ତ୍ତେ ଦିଲ୍ଲୀରେ ହେଉଥିବା ବିକାଶମୂଳକ କାର୍ଯ୍ୟରେ ବାଧ୍ୟା ସୃଷ୍ଟି କରୁଛନ୍ତି । କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ଦିଲ୍ଲୀବାସୀଙ୍କ ପ୍ରତି ଅପମାନ ବୋଲି କହିଥିଲେ କେଜ୍ରିୱାଲ । ଦିଲ୍ଲୀ ପରେ କେନ୍ଦ୍ର ଅନ୍ୟ ରାଜ୍ୟଗୁଡ଼ିକରେ ଏଭଳି ଅଧ୍ୟାଦେଶ ଆଣିବା ଲାଗି ଯୋଜନା କରୁଥିବା କହିଥିଲେ କେଜ୍ରିୱାଲ । ଅନେକ ବିରୋଧୀ ଦଳ ଏ ନେଇ ଆପ୍‌କୁ ସମର୍ଥନ କରିଥିବା ବେଳେ କଂଗ୍ରେସ ଏଯାବତ ସମର୍ଥନ କରିନାହିଁ ।

ABOUT THE AUTHOR

...view details