ଓଡିଶା

odisha

ETV Bharat / bharat

MCD POLL RESULT: ଦିଲ୍ଲୀରେ ଜିତିଲେ ପ୍ରଥମ କିନ୍ନର କାଉନସିଲର, ଆପ୍ ଦେଇଥିଲା ଟିକେଟ - MCD POLL RESULT

ଦିଲ୍ଲୀ ନଗର ନିଗମ ନିର୍ବାଚନ(MCD POLL RESULT)ରେ ଜିତିଲେ AAPର ଚର୍ଚ୍ଚିତ ପ୍ରାର୍ଥୀ ବବି କନ୍ନର । ଦିଲ୍ଲୀ ରାଜନୀତିର ପ୍ରଥମ କିନ୍ନର ଭାବେ ଥିଲେ ଚର୍ଚ୍ଚାରେ । କହିଲେ ଲୋକଙ୍କ ଇଚ୍ଛାରେ ନିର୍ବାଚନ ଲଢିଥିଲି । ଅଧିକ ପଢନ୍ତୁ

MCD POLL RESULT: ଜିତିଲେ AAPର ଚର୍ଚ୍ଚିତ ପ୍ରାର୍ଥୀ ବବି କନ୍ନର
MCD POLL RESULT: ଜିତିଲେ AAPର ଚର୍ଚ୍ଚିତ ପ୍ରାର୍ଥୀ ବବି କନ୍ନର

By

Published : Dec 7, 2022, 8:40 PM IST

ହାଇଦ୍ରାବାଦ:ଦିଲ୍ଲୀ ନଗର ନିଗମ ନିର୍ବାଚନରେ (MCD POLL RESULT) ବିଜୟୀ ହୋଇଛନ୍ତି ଆପ ଆଦମୀ ପାର୍ଟିର ଚର୍ଚ୍ଚିତ କିନ୍ନର ପ୍ରାର୍ଥୀ ବବି କିନ୍ନର (Popular transgender candidate Bobby Kinnar won) । 38 ବର୍ଷୀୟା ବବି ସୁଲତାନପୁରୀର 43 ନମ୍ବର ଓ୍ବାର୍ଡରୁ ନିର୍ବାଚନ ଲଢି କାଉନସିଲର ଭାବେ ନିର୍ବାଚିତ ହୋଇଛନ୍ତି । ବବି 2017 ରେ ମଧ୍ୟ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ଚଳିତ ଥର ପ୍ରଥମ କିନ୍ନର ପ୍ରାର୍ଥୀ ଭାବେ ବବିଙ୍କୁ ଟିକେଟ ଦେଇ AAP ମଧ୍ୟ ଚର୍ଚ୍ଚାରେ ଥିଲା ।

ବବି ଦିଲ୍ଲୀ ରାଜନୀତିରେ ସକ୍ରିୟ ଭାବେ ପ୍ରବେଶ କରିବାରେ ପ୍ରଥମ କିନ୍ନର ବୋଲି କୁହାଯାଉଛି । ପୂର୍ବରୁ ସେ ‘‘ହିନ୍ଦୁ ଏକତା ସମାଜ ଆବାମ ଆତଙ୍କବାଦୀ ନିରୋଧୀ ସମିତି’’ ର କାର୍ଯ୍ୟକର୍ତ୍ତା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଚଳିତ ଥର ନିର୍ବାଚନରେ AAP ତାଙ୍କୁ ସୁଲତାନପୁରୀର 43 ନମ୍ବର ସଂରକ୍ଷିତ ଓ୍ବାର୍ଡରୁ ପ୍ରାର୍ଥୀ କରିଥିଲା । ଟିକେଟ ପାଇବା ପରେ ସେ ଚର୍ଚ୍ଚାର ପରିଧିରେ ରହି ଆସିଥିଲେ ।

ନିର୍ବାଚନରେ ଜିତିବା ପରେ ବବି କହିଛନ୍ତି, ସେ ଏକ ସାଧାରଣ ପରିବାରୁ ଆସିଛନ୍ତି । ତେଣୁ ତାଙ୍କ ପାଖରେ ନିର୍ବାଚନ ଲଢିବା ପାଇଁ ଅର୍ଥ ନଥିଲା । ଜନତାଙ୍କ ଇଚ୍ଛାରେ ସେ ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେଣୁ ତାଙ୍କ ପାଇଁ ଜନତା ହିଁ ନିର୍ବାଚନ ଲଢିଛନ୍ତି ଓ ତାଙ୍କୁ ବିଜୟୀ କରାଇଛନ୍ତି । ନିଜ ଓ୍ବାର୍ଡର ପରିଚ୍ଛନ୍ନତା ଉପରେ କାର୍ଯ୍ୟ କରିବା ତାଙ୍କର ପ୍ରାଥମିକତା ହେବା ନେଇ ମଧ୍ୟ ବବି କହିଛନ୍ତି ।

ଚଳିତ ନିର୍ବାଚନର ଫଳାଫଳରେ ଦୀର୍ଘ 15 ବର୍ଷ ଧରି କ୍ଷମତାରେ ଥିବା ବିଜେପିକୁ ବେଦଖଲ କରି କ୍ଷମତା ହାତେଇଛି ଆମ ଆଦମୀ ପାର୍ଟି । ଏହି ସଫଳତା ପାଇଁ ଦଳ ମୁଖ୍ୟ କେଜ୍ରିଓ୍ବାଲ ସମସ୍ତ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଫଳାଫଳ ସମଗ୍ର ଦେଶ ପାଇଁ ଏକ ବାର୍ତ୍ତା ବୋଲି ମଧ୍ୟ ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details