ଓଡିଶା

odisha

ETV Bharat / bharat

Uniform Civil Code: ମୋଦିଙ୍କୁ ମିଳିଲା କେଜ୍ରିଓ୍ୱାଲଙ୍କ ସମର୍ଥନ ! - ୟୁନିଫର୍ମ ସିଭିଲ କୋଡ

ୟୁନିଫର୍ମ ସିଭିଲ କୋର୍ଡକୁ ସମର୍ଥନ ଦେବ AAP । ହେଲେ ଆଇନ ଆସିବା ପୂର୍ବରୁ ବିସ୍ତାରରେ ଚର୍ଚ୍ଚା ହେବାର ଆବଶ୍ୟକତା ଥିବା କହିଲା ଦଳ । ଅଧ୍ୟାଦେଶ ପ୍ରସଙ୍ଗରେ ବିରୋଧୀଙ୍କ ସମର୍ଥନ ନପାଇବାରୁ କେଜ୍ରିଓ୍ବାଲଙ୍କ ୟୁଟର୍ଣ୍ଣ ବୋଲି ଚର୍ଚ୍ଚା । ଅଧିକ ପଢନ୍ତୁ

Uniform Civil Code: କେନ୍ଦ୍ରକୁ ସମର୍ଥନ ଦେବ AAP
Uniform Civil Code: କେନ୍ଦ୍ରକୁ ସମର୍ଥନ ଦେବ AAP

By

Published : Jun 28, 2023, 7:37 PM IST

ନୂଆଦିଲ୍ଲୀ:ଦେଶରେ ୟୁନିଫର୍ମ ସିଭିଲ କୋର୍ଡର ଲାଗୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ଆସିବା ପରେ ଏବେ ଦେଶବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି । ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ଆଭିମୁଖ୍ୟ ମଧ୍ୟ କ୍ରମଶଃ ରଖିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ବିଜେପି ସରକାର ବିରୋଧରେ ଅଧ୍ୟାଦେଶ ବିରୋଧୀ ଲଢେଇ ଲଢୁଥିବା କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟି ୟୁନିଫର୍ମ ସିଭିଲ କୋର୍ଡକୁ ସମର୍ଥନ ଦେବା ନେଇ ଘୋଷଣା କରିଛି ।

ଆମ ଆଦମୀ ପାର୍ଟି ଏହାକୁ ସମର୍ଥନ ଘୋଷଣା କରିଥିବା ବେଳେ ଏହାକୁ ନେଇ କିଛି ପରାମର୍ଶ ମଧ୍ୟ ରଖିଛି । ଏବେ ଏହାକୁ ଲାଗୁ କରିବା ଆବଶ୍ୟକ କିନ୍ତୁ, ଏହାର କାର୍ଯ୍ୟକାରିତା ପୂର୍ବରୁ ବିସ୍ତୃତ ଚର୍ଚ୍ଚାର ଆବଶ୍ୟକତା ଥିବା ମଧ୍ୟ ଦଳ କହିଛି । ଦଳର ରାଜ୍ୟସଭା ସାଂସଦ ତଥା ମହାସଚିବ ସନ୍ଦୀପ ପାଠକ କହିଛନ୍ତି, ସମ୍ବିଧାନର ଅନୁଚ୍ଛେଦ-44 ଏକକ ନାଗରିକ ସଂହିତା (UCC) କୁ ବାଖ୍ୟା କରୁଛି । କିନ୍ତୁ ଏହାକୁ ଲାଗୁ କରିବା ପୂର୍ବରୁ ସବୁ ଦଳଙ୍କ ସହ ବିସ୍ତାରରେ ଚର୍ଚ୍ଚା ହେବାର ଆବଶ୍ୟକତା ରହିଛି । ଏହା ପରେ ଏହାକୁ ଆଇନରେ ପରିଣତ କରାଯାଇ ଲାଗୁ କରାଯାଉ ।

ଚଳିତମାସ 23 ତାରିଖରେ ପାଟନାରେ ହୋଇଥିବା ବିରୋଧୀ ଦଳ ବୈଠକରେ ଆମ ଆଦମୀ ପାର୍ଟି କେନ୍ଦ୍ରୀୟ ଅଧ୍ୟାଦେଶ ପ୍ରସଙ୍ଗରେ ବିରୋଧୀଙ୍କ ସମର୍ଥନ ନେଇ ଯେଉଁ ଆଶା ବାନ୍ଧିଥିଲା, ତାହା ସେପରି କିଛି ହେଲା ନାହିଁ । ଉକ୍ତ ପ୍ରସଙ୍ଗ କାରଣରୁ ଆପର ବିରୋଧୀ ମେଳିରେ ମଧ୍ୟ ଭଲ ସମ୍ପର୍କ ନାହିଁ । ବିରୋଧୀଙ୍କ ଠାରୁ ଏହି କନ୍ଦ୍ରୀୟ ଅଧ୍ୟାଦେଶ ବିରୋଧରେ ସମର୍ଥନ ଯୋଗାଡ କରିବାରେ ବିଫଳ ହେବା ପରେ ୟୁନିଫର୍ମ ସିଭିଲ କୋର୍ଡ ପ୍ରସଙ୍ଗରେ ଆମ ଆଦମୀ ପାର୍ଟି ଏହି ଆଭିମୁଖ୍ୟ ରଖିଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ:- Uniform Civil Code: ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଜରୁରୀ ବୈଠକ ଡାକିଲା ମୁସଲିମ ପର୍ସନାଲ ଲ’ ବୋର୍ଡ

ୟୁନିଫର୍ମ ସିଭିଲ କୋର୍ଡର କାର୍ଯ୍ୟକାରିତାକୁ ଗତକାଲି (ବୁଧବାର) ପ୍ରଧାନମନ୍ତ୍ରୀ ମୋଦି ସମର୍ଥନ କରିଥିଲେ । ଗୋଟିଏ ଦେଶରେ ଦୁଇଟା ଆଇନ ଚାଲିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତେଣୁ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିବା ପାଇଁ ଏକକ ନାଗରିକ ସଂହିତା ଲାଗୁ କରାଯିବା ନେଇ ପ୍ରଧାନମନ୍ତ୍ରୀ ଭୋପାଳରେ ମୋଦି ନିଜ ସମ୍ବୋଧନରେ କହିଥିଲେ । ଯାହା ପରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହାକୁ ସମାଲୋଚନା କରିଛି । କେବଳ ପ୍ରକୃତ ପ୍ରସଙ୍ଗରୁ ଧ୍ଯାନ ହଟାଇବା ପାଇଁ ସେମାନେ ଏପରି କରୁଥିବା କଂଗ୍ରେସ ଅଭିଯୋଗ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details