ଭୋପାଳ: ମଧ୍ୟପ୍ରଦେଶର ସିଙ୍ଗରୌଲି ନଗର ନିଗମ ନିର୍ବାଚନରେ ଚମକାଇଲା ଭଳି ଫଳାଫଳ ଆସିଛି । ସେଠାରେ ମେୟର ନିର୍ବାଚନରେ ଆମ ଆଦମୀ ପାର୍ଟିର ଜିତାପଟ ହୋଇଛି । ଆପର ରାନୀ ଅଗ୍ରଓ୍ବାଲ ବିଜେପିର ଚନ୍ଦ୍ର ପ୍ରତାପ ବିଶ୍ବକର୍ମାଙ୍କୁ ୯ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି । ଏହି ସିଟଟି ପ୍ରଥମେ ବିଜେପି କବ୍ଜାରେ ରହିଥିଲା । ଆପ, ବିଜେପି ଗଡକୁ ଦୋହୋଲାଇ ଦେଇଛି । ଏହା ସହିତ ଆମ ଆଦମୀ ପାର୍ଟି ମଧ୍ୟପ୍ରଦେଶରେ ପ୍ରଥମ ମେୟର ଭାବେ ଜିତିଛି ।
ପଦ୍ମଗଡରେ ବୁଲିଲା ଝାଡୁ, ମେୟର ପଦ ଜିତି ମଧ୍ୟପ୍ରଦେଶରେ ଏଣ୍ଟ୍ରି ମାରିଲା ଆପ୍ - ସିଙ୍ଗରୌଲି ନଗର ନିଗମ ନିର୍ବାଚନରେ ଆପ ମେୟର ନିର୍ବାଚିତ
ମଧ୍ୟପ୍ରଦେଶର ସିଙ୍ଗରୌଲି ନଗର ନିଗମ ନିର୍ବାଚନରେ ମେୟର ଭାବେ ନିର୍ବାଚିତ ହୋଇଛନ୍ତି ଆମ ଆଦମୀ ପାର୍ଟିର ରାନୀ ଅଗ୍ରଓ୍ବାଲ । ଅଧିକ ପଢନ୍ତୁ
ସିଙ୍ଗରୌଲିର ନବନିର୍ବାଚିତ ମେୟର ରାନୀ ଅଗ୍ରଓ୍ବାଲ ମାରଓ୍ବାଡି ପରିବାରର । ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ସମାଜ ସେବା ଏବଂ ରାଜନୀତି ସହିତ ଜଡିତ ଥିଲେ । ରାନୀ ପ୍ରଥମ ନିର୍ବାଚନ ୨୦୧୪ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚନ ଲଢି ଜିତିଥିଲେ । ରାନୀଙ୍କୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ପାଇଁ ଯଥେଷ୍ଟ ସଂଖ୍ୟାରେ ମତ ମିଳିଥିଲା । ହେଲେ ଟ୍ରାଇରେ ହାରିବାକୁ ପଡିଥିଲା ।
ଏହା ପରେ ୨୦୧୮ରେ ରାନୀ ଆପର ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଥିଲେ । ଆଉ ବହୁତ କମ ମତ ବ୍ୟବଧାନରେ ହାରିଥିଲେ । ସେବେଠାରୁ ସେ ଲଗାତାର ଭାବେ ରାଜନୀତିରେ ସକ୍ରିୟ ରହିଛନ୍ତି । ଏଥର ଆମ ଆଦମୀ ପାର୍ଟି ପୁନଶ୍ଚ ମେୟର ପ୍ରାର୍ଥୀ କଲେ ଏବଂ ପ୍ରଚଣ୍ଡ ମତରେ ସେ ଜିତ ହାସଲ କଲେ ।