ଓଡିଶା

odisha

ETV Bharat / bharat

Gujarat poll: ଆପ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ! - ନାଟକୀୟ ଢଙ୍ଗରେ ନାମାଙ୍କନ ପ୍ରତ୍ୟାହାର କଲେ AAP ପ୍ରାର୍ଥୀ

ଗୁଜୁରାଟ AAPରେ ନାଟକୀୟ ସ୍ଥିତି । ଆପ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର । ହଠାତ ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପ୍ରତ୍ୟାହାର କଲେ ଦଳୀୟ ପ୍ରାର୍ଥୀ କଞ୍ଚନ ଜରିଓ୍ବାଲା । ଗତକାଲି ଠାରୁ ଥିଲେ ନିରୁଦ୍ଦିଷ୍ଟ । ବିଜେପି ଅପହରଣ ଅଭିଯୋଗ ଆଣିଥିଲା ଆମ ଆଦମୀ ପାର୍ଟି । ଅଧିକ ପଢନ୍ତୁ

ନାମାଙ୍କନ ପ୍ରତ୍ୟାହାର କଲେ ଦଳୀୟ ପ୍ରାର୍ଥୀ, ଗତକାଲି ଠାରୁ ଅପହରଣ ଅଭିଯୋଗ ଆଣିଥିଲା ଦଳ
ନାମାଙ୍କନ ପ୍ରତ୍ୟାହାର କଲେ ଦଳୀୟ ପ୍ରାର୍ଥୀ, ଗତକାଲି ଠାରୁ ଅପହରଣ ଅଭିଯୋଗ ଆଣିଥିଲା ଦଳ

By

Published : Nov 16, 2022, 8:15 PM IST

ଗାନ୍ଧୀନଗର:ଗୁଜୁରାଟ ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିରେ ଦେଖିବାକୁ ମିଳିଛି ନାଟକୀୟ ଘଟଣା । ଆପ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର । ସୁରଟ-ପୂର୍ବ ବିଧାନସଭା ଆସନରୁ ଆମ ଆଦମୀ ପାର୍ଟିରୁ ପ୍ରାର୍ଥୀ ହୋଇଥିବା କଞ୍ଚନ ଜରିଓ୍ବାଲା ଆଜି ନାଟକୀୟ ଢଙ୍ଗରେ ନିଜ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ଗତକାଲି ସଂଧ୍ୟାରୁ ଠାରୁ ସେ ନିରୁଦ୍ଦିଷ୍ଟ ଥିଲେ । ତାଙ୍କୁ ଭାରତୀୟ ଜନତା ପାର୍ଟି ଦ୍ବାରା ଅପହରଣ କରାଯାଇଥିବା ଦଳ ପକ୍ଷରୁ ସଙ୍ଗୀନ ଅଭିଯୋଗ କରାଯାଇଥିଲା ।

ଆଜି ଅପରାହ୍ନରେ ପ୍ରାର୍ଥୀ କଞ୍ଚନ ଜରିଓ୍ବାଲା ପୋଲିସ ସୁରକ୍ଷା ବଳୟରେ ହଠାତ ସ୍ଥାନୀୟ ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ସେହିପରି ଦଳ କରିଥିବା ଅପହରଣ ଅଭିଯୋଗକୁ ସେ ଖଣ୍ଡନ କରିବା ସହ ସେ ତାଙ୍କ ବିବେକ ଅନୁସାରେ ପ୍ରତ୍ୟାହାର ନିଷ୍ପତ୍ତି ନେଇଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ସେ ହଠାତ ଆବିର୍ଭାବ ହୋଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପ୍ରତ୍ୟାହାର କରିବା ପରେ ଆମ ଆଦମୀ ପାର୍ଟି ପୁଣି ପୂର୍ବ ଅଭିଯୋଗକୁ ଦୋହରାଇଛି । ତାଙ୍କ ପ୍ରାର୍ଥୀଙ୍କୁ ବନ୍ଧୁକ ମୁନରେ ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରାଯାଇଛି ।

ପୋଲିସ ଫୋର୍ସ ଲଗାଇ ତାଙ୍କୁ ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଣାଯାଇ ଏପରି କରିବାକୁ ବାଧ୍ୟ କରାଯାଇଥିବା ଦଳର ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଏକ ଟ୍ବିଟରେ କହିଛନ୍ତି । ସେହିପରି ଦଳ ମଧ୍ୟ ତାଙ୍କ ନାମାଙ୍କନ ପ୍ରତ୍ୟାହାରକୁ ଗ୍ରହଣ ନକରିବା ପାଇଁ ନିର୍ବାଚନ ଆୟୋଗଙ୍କୁ ନିବେଦନ କରିଛି । ତାଙ୍କୁ ଚାପ ପ୍ରୟୋଗ କରି ଏପରି କରିବାକୁ ବାଧ୍ୟ କରାଯାଇଛି । ତେଣୁ ପ୍ରତ୍ୟାହାର ଆବେଦନ ଗ୍ରହଣ ନକରିବା ଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ଦଳ ନିର୍ବାଚନ ଆୟୋଗଙ୍କୁ ନିବେଦନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details