ଓଡିଶା

odisha

ETV Bharat / bharat

Punjab: କଂଗ୍ରେସ ସହ ସମ୍ପର୍କ ଛିନ୍ନ କଲା AAP, ସବୁ ଆସନରେ ଏକାକୀ ଲଢିବ - ଆମ ଆଦମୀ ପାର୍ଟି

ପଞ୍ଜାବରେ ଆମ ଆଦମୀ ପାର୍ଟି ଓ କଂଗ୍ରେସ ମୁହାଁମୁହିଁ । କଂଗ୍ରେସ ସହ ନାହିଁ କୌଣସି ସମ୍ପର୍କ, ସବୁ ଆସନରେ ଏକାକୀ AAP ଦେବ ପ୍ରାର୍ଥୀ । କଂଗ୍ରେସ ମଧ୍ୟ ଏକା ଲଢିବାକୁ ପ୍ରସ୍ତୁତ । ଅଧିକ ପଢନ୍ତୁ

Punjab: କଂଗ୍ରେସ ସହ ସମ୍ପର୍କ ଛିନ୍ନ କଲା AAP, ସବୁ ଆସନରେ ଏକାକୀ ଲଢିବ
Punjab: କଂଗ୍ରେସ ସହ ସମ୍ପର୍କ ଛିନ୍ନ କଲା AAP, ସବୁ ଆସନରେ ଏକାକୀ ଲଢିବ

By ETV Bharat Odisha Team

Published : Sep 6, 2023, 8:29 PM IST

ଚଣ୍ଡିଗଡ:ବିଜେପି ବିରୋଧରେ ସାଧାରଣ ନିର୍ବାଚନ ଲଢିବାକୁ ଏକାଠି ହୋଇଥିବା ‘ଇଣ୍ଡିଆ’ ମେଣ୍ଟରେ ଆରମ୍ଭରୁ ଫାଟ । ପଞ୍ଜାବରେ ଶାସନରେ ଥିବା ଆମ ଆଦମୀ ପାର୍ଟି (AAP) କଂଗ୍ରେସ ସହ କୌଣସି ସମ୍ପର୍କ ନଥିବା ଘୋଷଣା କରିଛି । ଏହା ସହ ଆମ ଆଦମୀ ପାର୍ଟି ଆସନ୍ତା ସାଧାରଣ ନିର୍ବାଚନ (2024) ରାଜ୍ୟରେ କଂଗ୍ରେସ ସହ ମେଣ୍ଟରେ ନୁହେଁ ବରଂ ଏକାକୀ ଲଢିବା ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଅନମୁଲ ଗଗନ ମାନ ।

ଏ ସମ୍ପର୍କରେ ମନ୍ତ୍ରୀ ଅନମୁଲ ଗଗନ ମାନ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି । ଉଭୟ ଦଳ ବିଜେପି ବିରୋଧରେ ଏକାଠି ଲଢିବା ପାଇଁ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟର ସକ୍ରିୟ ସଦସ୍ୟ ରହିଛନ୍ତି । କିନ୍ତୁ ଗଗନ କହିଛନ୍ତି ଜାତୀୟ ସ୍ତରରେ ଇଣ୍ଡିଆ ମେଣ୍ଟ ଓ ପଞ୍ଜାବର ପ୍ରଦେଶ ରାଜନୀତି ପରସ୍ପରଠାରୁ ଭିନ୍ନ । ରାଜ୍ୟରେ ଦଳ କଂଗ୍ରେସ ସହ ଆସନ ବୁଝାମଣାରେ ନିର୍ବାଚନ ଲଢିବ ନାହିଁ । ଦଳ ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଆସନ ବୁଝାମଣାରେ କଂଗ୍ରେସ ସହ କୌଣସି ସମ୍ପର୍କ ନାହିଁ । ରାଜ୍ୟରେ ସମସ୍ତ 13 ସଂସଦୀୟ ଆସନରେ ଆମ ଆଦମୀ ପାର୍ଟି ଏକାକୀ ପ୍ରାର୍ଥୀ ଲଢାଇବ ।

ଅନ୍ୟପଟେ ପଞ୍ଜାବ ପ୍ରଦେଶ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂ ରାଜା ଓ୍ବାରିଂ ମଧ୍ୟ ଏହି ପ୍ରସଙ୍ଗରେ ଦଳର ଆଭମୁଖ୍ୟ ସ୍ପଷ୍ଟ କରିଛନ୍ତି । କହିଛନ୍ତି, ରାଜ୍ୟରେ ଆମ ଆଦମୀ ସହ କଂଗ୍ରେସର ନିର୍ବାଚନୀ ମେଣ୍ଟ ନାହିଁ । କଂଗ୍ରେସ ମଧ୍ୟ ସମସ୍ତ 13 ଆସନରେ ଏକାକୀ ପ୍ରାର୍ଥୀ ଦେବ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜାରି ରହିଛି । ତେବେ ଉଭୟ ଦଳ ପକ୍ଷରୁ ଏପରି ଆଭିମୁଖ୍ୟ ସାମ୍ନାକୁ ଆସିବା ପରେ ଏହା ସ୍ପଷ୍ଟ ହୋଇଛି ଯେ, 2024 ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଜାତୀୟ ସ୍ତରରେ ଏକାଠି ହୋଇଥିବା ମେଣ୍ଟ ‘ଇଣ୍ଡିଆ’ରେ ଆଗକୁ ଅନ୍ୟ ଦଳଙ୍କ ମଧ୍ୟରେ ସାମାନ ଆସନ ଆବଣ୍ଟନ ବିବାଦ ଦେଖିବାକୁ ମିଳିପାରେ । ଏବେ ପଞ୍ଜାବରେ ଆମ ଆଦମୀ ପାର୍ଟି ଓ ପୂର୍ବରୁ ଶାସନରେ ଥିବା କଂଗ୍ରେସ ମଧ୍ୟରେ ସିଧା ଲଢେଇ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ:-Parliament Special Session: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ, 9ଟି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି

ପୂର୍ବରୁ ମଧ୍ୟ ମେଣ୍ଟର ଉଭୟ ସଦସ୍ୟ କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ ଦୀର୍ଘକାଳୀନ ଅସହମତି ରହିଆସିଛି । ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଆପକୁ କଂଗ୍ରେସ ସମର୍ଥନ ଦେବାକୁ ବିଳମ୍ବ କରିବାରୁ କେଜ୍ରିଓ୍ବାଲ ବିରୋଧୀ ମେଣ୍ଟ ବର୍ଜନ କରିବା ପର୍ଯ୍ୟନ୍ତ ଚେତାବନୀ ଦେବାକୁ ପଛଘୁଞ୍ଚା ଦେଇନଥିଲେ । ପରେ ଅବଶ୍ୟ ବେଙ୍ଗାଲୁରୁ ବୈଠକର ମାତ୍ର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଆପ ପ୍ରସ୍ତାବରେ ସହମତ ହେବା ସହ ସଂସଦରେ କେନ୍ଦ୍ରୀୟ ଅଧ୍ୟାଦେଶକୁ ବିରୋଧ କରିବା ନେଇ ଘୋଷଣା କରିଥିଲା । ଏହା ପରେ କେଜ୍ରିଓ୍ବାଲ ବେଙ୍ଗାଲୁରୁ ଗସ୍ତ କରିଥିଲେ । ଏବେ ଦୁଇ ପାର୍ଟି ମଧ୍ୟରେ ପଞ୍ଜାବରେ ବିବାଦ ଦେଖାଗଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details