ଓଡିଶା

odisha

ETV Bharat / bharat

Goa Polls: କେଜ୍ରିୱାଲଙ୍କ ୧୩ ଏଜେଣ୍ଡା, ୫ ବର୍ଷରେ ଗୋଆବାସୀଙ୍କୁ ମିଳିବ ୧୦ ଲକ୍ଷର ସୁବିଧା - ଗୋଆ ନିର୍ବାଚନ ପାଇଁ କେଜ୍ରିୱାଲଙ୍କ ୧୩ ଏଜେଣ୍ଡା

ଗୋଆ ବିଧାନସଭା ନିର୍ବାଚନ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି ଆମ ଆଦମୀ ପାର୍ଟି । ନିର୍ବାଚନ ବୈତରଣୀ ପାର୍‌ ହେବାପାଇଁ ୧୩ ଟିକିଆ ଏଜେଣ୍ଡା ଘୋଷଣା କରିଛି ଦଳ । ଅଧିକ ପଢ଼ନ୍ତୁ

aap government announced 13 point agenda for goa polls
କେଜ୍ରିୱାଲଙ୍କ 13 ପଏଣ୍ଟ ଏଜେଣ୍ଡା, 5 ବର୍ଷରେ 10ଲକ୍ଷର ସୁବିଧା ପାଇବେ ଗୋଆବାସୀ

By

Published : Jan 16, 2022, 5:22 PM IST

ନୂଆଦିଲ୍ଲୀ:ଗୋଆ ବିଧାନସଭା ନିର୍ବାଚନ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି ଆମ ଆଦମୀ ପାର୍ଟି । ନିର୍ବାଚନ ବୈତରଣୀ ପାର୍‌ ହେବାପାଇଁ ୧୩ ଟିକିଆ ଏଜେଣ୍ଡା ( 13 point agenda of Aap) ଘୋଷଣା କରିଛି ଦଳ । ଗୋଆରେ ଏକ ପ୍ରେସ୍‌ମିଟ୍‌ କରି ଏହାକୁ ନେଇ ସୂଚନା ଦେଇଛନ୍ତି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ।

୧୩ଟି ଏଜେଣ୍ଡା ମଧ୍ୟରେ ଅନେକ ବଡ଼ବଡ଼ ପ୍ରତିଶ୍ରୁତି ଦେଇଛି ଆମ୍‌ ଆଦମୀ ପାର୍ଟି । ଗୋଆରେ ଆପ୍‌ ସରକାର ଆସିଲେ ଗୋଆବାସୀଙ୍କୁ ୫ବର୍ଷରେ ୧୦ଲକ୍ଷ ଟଙ୍କାର ଲାଭ ମିଳିବ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।

ଗୋଆରେ ଆମ୍‌ ଆଦମୀ ପାର୍ଟିର ୧୩ଟିକିଆ ଏଜେଣ୍ଡା

ଗୋଆରେ ଆପ୍ ସରକାର ଆସିଲେ ବେକାରୀ ସମସ୍ୟା ଦୂର ହେବ । ଏବଂ ବେରୋଜଗାରମାନଙ୍କୁ ମିଳିବ ବେକାରୀ ଭତ୍ତା । ଏହି କ୍ରମରେ ବେକାର ଯୁବଗୋଷ୍ଠୀଙ୍କୁ ମାସିକ ୩ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି ଆପ୍‌ । ଯୁବଗୋଷ୍ଠୀମାନଙ୍କ ପାଇଁ ଚାକିରି ସୁବିଧା ମଧ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ଯେଉଁମାନେ ଚାକିରି କରିବାକୁ ସକ୍ଷମ ହୋଇପାରିବେ ନାହିଁ, ସେମାନଙ୍କୁ ବେକାରୀ ଭତ୍ତା ପ୍ରଦାନ କରାଯିବ । ଯେଉଁମାନେ ଘର ପାଇବାରୁ ବଞ୍ଚିତ, ସେମାନଙ୍କୁ ୬ମାସ ମଧ୍ୟରେ ଜମି ଅଧିକାର ପ୍ରଦାନ କରାଯିବ। ଆପ୍ ସରକାର ଆସିଲେ ଗୋଆ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ ହେବ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।

ସ୍ବାସ୍ଥ୍ୟ ବିକାଶ ନେଇ କେଜ୍ରିୱାଲ କହିଛନ୍ତି ଯେ, "ଗୋଆରେ ସ୍ବାସ୍ଥ୍ୟ ସୁବିଧାର ଉନ୍ନତିକରଣ କରାଯିବ । ଏଥିସହ ଦିଲ୍ଲୀରେ ତିଆରି ହୋଇଥିବା ମହୋଲ୍ଲା କ୍ଲିନିକ ଭଳି ଗୋଆର ପ୍ରତି ଗାଁରେ କ୍ଲିନିକ ତିଆରି ହେବ । ଯାହା ଫଳରେ ଗୋଆବାସୀ ମାଗଣାରେ ସ୍ବାସ୍ଥ୍ୟ ସୁବିଧା ପାଇପାରିବେ । ଚାଷୀଙ୍କ ପାଇଁ କୃଷି କ୍ଷେତ୍ରରେ ପୂର୍ଣ୍ଣ ବିକାଶ କରାଯିବ । ଏବଂ ଚାଷୀଙ୍କ ପାଇଁ ସମସ୍ତ ସୁବିଧା ଜନକ ଯୋଜନାମାନ ପ୍ରସ୍ତୁତ କରାଯିବ । "

ଗୋଆରେ ଆପ୍ ବିଜୟୀ ହେଲେ ୨୪ ଘଣ୍ଟିଆ ମାଗଣା ବିଦ୍ୟୁତ ଓ ପାଣି ଯୋଗାଇ ଦିଆଯିବ । ଏହାଦ୍ବାରା ଗୋଆବାସୀ ଲାଭବାନ ହୋଇପାରିବେ । 18ବର୍ଷରୁ ଊର୍ଦ୍ଧ୍ବ ପ୍ରତ୍ୟେକ ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ପ୍ରଦାନ କରାଯିବ । ଏଥିସହ ସରକାରୀ ବିଦ୍ୟାଳୟରେ ମାଗଣା ଶିକ୍ଷା ବ୍ୟବସ୍ଥା କରାଯିବ । ଗୋଆର ପ୍ରତି ରାସ୍ତାକୁ ମରାମତି କରାଯିବା ସହ ରାସ୍ତାର ଉନ୍ନତିକରଣ କରାଯିବ ବୋଲି ଆୟୋଜିତ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ।

୧. ଆପ୍ ସରକାର ଆସିଲେ ଦୂର ହେବ ବେକାରୀ ସମସ୍ୟା

୨. ବେରୋଜଗାରଙ୍କୁ ମିଳିବ ମାସିକ 3000ଟଙ୍କାର ବେକାରୀ ଭତ୍ତା

୩. ୬ ମାସ ମଧ୍ୟରେ ଗୋଆବାସୀଙ୍କୁ ଜମି ଅଧିକାର ପ୍ରଦାନ

୪. ଗୋଆରେ ଶିକ୍ଷା ବ୍ୟବସ୍ଥାର ହେବ ବିକାଶ

୫. ସ୍ବାସ୍ଥ୍ୟ ସୁବିଧାର ହେବ ଉନ୍ନତିକରଣ

୬. ଦିଲ୍ଲୀ ଭଳି ଗୋଆରେ ହେବ ମୋହଲ୍ଲା କ୍ଲିନିକ

୭. ଗୋଆରେ ଦିଲ୍ଲୀ ଭଳି ହେବ ଆଦର୍ଶ ସ୍କୁଲ ଓ ହସ୍ପିଟାଲ

୮. ଆପ୍ ସରକାର ଆସିଲେ ଗୋଆରେ ଦୂର ହେବ ଦୁର୍ନୀତି

୯. 18ବର୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ମିଳିବ 1000ଟଙ୍କା ଭତ୍ତା

୧୦. କୃଷି କ୍ଷେତ୍ର ସମସ୍ୟାର ହେବ ଦୂରୀକରଣ

୧୧. ଶିଳ୍ପ କ୍ଷେତ୍ରରେ ହେବ ବିକାଶ

୧୨.ଗୋଆର ପର୍ଯ୍ୟଟନ ସ୍ଥଳୀମାନଙ୍କର ପୁନଃ ବିକାଶ କରାଯିବ

୧୩. ଗୋଆରେ 24 ଘଣ୍ଟା ଜଳ ଓ ବିଦ୍ୟୁତ ସୁବିଧା ଯୋଗାଇ ଦିଆଯିବ।

୫ଟି ରାଜ୍ୟର ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ପ୍ରମୁଖ ରାଜନୈତିକ ଦଳ । ପ୍ରତ୍ୟେକ ପ୍ରଦେଶରେ ବିଜୟ ପତାକା ଉଡ଼ାଇବା ପାଇଁ ଭିନ୍ନଭିନ୍ନ ରଣନୀତି ଆପଣାଉଛନ୍ତି ରାଜନୈତିକ ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details