ଓଡିଶା

odisha

ETV Bharat / bharat

ସତ ହେଲା ଚର୍ଚ୍ଚା, AAP ଟିକେଟରେ ରାଜ୍ୟସଭା ଯିବେ ହରଭଜନ ଓ ରାଘବ - ରାଜ୍ୟସଭା ଯିବେ ହରଭଜନ ସିଂ

ପଞ୍ଜାବରେ ଆପ ସରକାର ଗଠନ କରିବା ପରେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ହରଭଜନ ସିଂଙ୍କୁ ଦଳ ପକ୍ଷରୁ ରାଜ୍ୟସଭାକୁ ପଠାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା ତାହା ଉପରେ ବ୍ରେକ ଲାଗିଛି । କ୍ରିକେଟର ହରଭଜନ ସିଂଙ୍କୁ ଦଳ ପକ୍ଷରୁ ରାଜ୍ୟସଭାକୁ ପଠାଇବାକୁ ନାମ ଘୋଷଣା କରିଛି ଆମ ଆଦମି ପାର୍ଟି । ଅଧିକ ପଢନ୍ତୁ

AAP ଟିକେଟରେ ରାଜ୍ୟସଭା ଯିବେ ହରଭଜନ ସିଂ ଓ ରାଘବ ଚନ୍ଦ୍ର
AAP ଟିକେଟରେ ରାଜ୍ୟସଭା ଯିବେ ହରଭଜନ ସିଂ ଓ ରାଘବ ଚନ୍ଦ୍ର

By

Published : Mar 21, 2022, 12:13 PM IST

Updated : Mar 21, 2022, 1:12 PM IST

ନୂଆଦିଲ୍ଲୀ: ଯାହା ଚର୍ଚ୍ଚା ହେଉଥିବା ସେଇଆ ହିଁ ହେଲା । ପଞ୍ଜାବରେ ଆପ ସରକାର ଗଠନ କରିବା ପରେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ହରଭଜନ ସିଂଙ୍କୁ ଦଳ ପକ୍ଷରୁ ରାଜ୍ୟସଭାକୁ ପଠାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା ତାହା ଉପରେ ବ୍ରେକ ଲାଗିଛି । କ୍ରିକେଟର ହରଭଜନ ସିଂଙ୍କୁ ଦଳ ପକ୍ଷରୁ ରାଜ୍ୟସଭାକୁ ପଠାଇବାକୁ ନାମ ଘୋଷଣା କରିଛି ଆମ ଆଦମି ପାର୍ଟି । ଭଜିଙ୍କ ସହ ଦିଲ୍ଲୀ ବିଧାୟକ ରାଘବ ଚଡ୍ଡାଙ୍କ ନାମ ମଧ୍ୟ ରହିଛି ।

କେବଳ ସେତିକି ନୁହେଁ ସୂତ୍ରରୁ ମିଳିଥିବା ଅନ୍ୟ ଏକ ସୂଚନା ଅନୁସାରେ, ନବ ନିର୍ବାଚିତ AAP ସରକାର ହରଭଜନ ସିଂଙ୍କୁ କ୍ରୀଡା ବିଶ୍ବବିଦ୍ୟାଳୟର କମାଣ୍ଡ ମଧ୍ୟ ଦେଇପାରନ୍ତି । ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ପଞ୍ଜାବର କ୍ରୀଡା ଭିତ୍ତିଭୂମିକୁ ସୁଧାରିବା ସହ ଜଳନ୍ଧରରେ ଏକ ସ୍ପୋର୍ଟ୍ସ ୟୁନିଭର୍ସିଟି ପ୍ରତିଷ୍ଠା କରିବା ନେଇ ମଧ୍ୟ ଘୋଷଣା କରିଥିଲେ ।

ସେହପରି ବିଧାୟକ ତଥା ପଞ୍ଜାପରେ ଆପ ଇନଚାର୍ଜ ରାଘବ ଚଡ୍ଡାଙ୍କ ନାମ ମଧ୍ୟ ଘୋଷଣା ହୋଇଛି । ଏକାଡେମିସିଆନ ସନ୍ଦୀପ ପାଠକଙ୍କ ନାମ ମଧ୍ୟ ରହିଛି । ସେମାନେ ଚଣ୍ଡିଗଡରେ ରାଜ୍ୟସଭା ପାଇଁ ତାଙ୍କ ନାମାଙ୍କନ ଦାଖଲ କରିଛନ୍ତି । ପାର୍ଲାମେଣ୍ଟରେ ପଞ୍ଜାବବାସୀଙ୍କ ସମସ୍ୟା ଉଠାଇବେ ବୋଲି କହିଛନ୍ତି ରାଘବ । ଆପ କ୍ରିଷ୍ଣା କ୍ୟାନସର କେୟାର ହସ୍ପିଟାଲର ପ୍ରତିଷ୍ଠାତା ସଞ୍ଜୀବ ଆରୋରାଙ୍କ ନାମ ମଧ୍ୟ ଘୋଷଣା କରିଛି । ସେହିପରି ଲଭଲି ୟୁନିଭର୍ସିଟି କୁଳପତି ଅଶୋକ ମିଠଲଙ୍କ ନାମ ମଧ୍ୟ ଘୋଷଣା କରିଛି ଆପ୍ ।

ପ୍ରକାଶ ଥାଉ କି, ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ୧୧୭ଟି ଆସନରୁ ୯୨ଟି ଆସନ ହାତେଇଛି ଆମ ଆଦମୀ ପାର୍ଟି । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଭଗୱନ୍ତ ମାନ ସିଂ ।

Last Updated : Mar 21, 2022, 1:12 PM IST

ABOUT THE AUTHOR

...view details