ନୂଆଦିଲ୍ଲୀ:ଆସନ୍ତା ନଭେମ୍ବର ମାସରେ ଦେଶରେ 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ କଂଗ୍ରେସ ବିଜେପ ପ୍ରାର୍ଥୀ ଘୋଷଣା ଆରମ୍ଭ କରି ଦେଇଛନ୍ତି । ଏହି କ୍ରମରେ ଆମ ଆଦମୀ ପାର୍ଟି ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି । ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ଆମ ଆଦମୀ ପାର୍ଟି । ପ୍ରଥମ ପର୍ଯ୍ୟାୟରେ 4ଜଣ ଯୋଦ୍ଧାଙ୍କ ନାମ ଘୋଷଣା କରିଛି ଆପ୍ । ନଭେମ୍ବର 7 ତାରିଖରେ ମିଜୋରାମ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।
ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ଆପ 4 ଜଣିଆ ପାର୍ଥୀ ତାରିକା ଜାରି କରିଛି । ଏଜୱାଲ ତୃତୀୟ ନର୍ଥ ପାଇଁ ଅନଡ୍ର୍ୟୁ ଲାଲରେମକିମା, ଏଜୱାଲ ପଶ୍ଚିମ ପାଇଁ ଭାନାଲାଲମାୱି ଭଚାୱଙ୍କ ଏଜୱାଲ ତୃତୀୟ ପଶ୍ଚିମ ପାଇଁ ଜୋସେଫ ବାଇଖିଲଘାଲିମା ଓ ଏଜୱାଲ ସାଉଥ ପାଇଁ ଲାଲଙ୍ଗଘାହାୱାନ ପାଚୁଆଙ୍କୁ ପ୍ରାର୍ଥୀ କରିଛି ଆପ । କଂଗ୍ରେସ ସୋମବାର ମିଜୋରାମ ବିଧାନସଭା ନିର୍ବାଚନ ପାଇଁ 39 ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଥିଲା । ମିଜୋରାମ ବିଧାନସଭା କାର୍ଯ୍ୟକାଳ 2023 ଡିସେମ୍ବର 17ରେ ଶେଷ ହେବ । ଗତ 2018 ବିଧାନସଭା ନିର୍ବାଚନରେ ରାଜ୍ୟରେ ମିଜୋ ନ୍ୟାସନାଲ ଫଣ୍ଟ ବାଜି ମାରି ସରକାର ଗଠନ କରିଥିଲା । ଜାରମଥାଙ୍ଗ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପୂର୍ବତ୍ତୋର ରାଜ୍ୟରେ ଏମଏନଏଫ କ୍ଷମତାରେ ରହିଛି ।