ହାଇଦ୍ରାବାଦ:ଆପ ଟିକେଟରେ ଗୁଜୁରାଟର ବିଶାଭଦର ବିଧାନସଭା ଆସନରୁ ବିଜୟୀ ହୋଇଥିବା ବଧାୟକ ଭୂପତ ଭାୟାନୀ ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟିରେ ଖୁବଶୀଘ୍ର ସାମିଲ ହେବା ଚର୍ଚ୍ଚାକୁ ଏକ ଗୁଜବ ବୋଲି ଦର୍ଶାଇଛନ୍ତି । ତେବେ ସେ ନିର୍ବାଚନ ଫଳାଫଳ ପରେ ରାଜଧାନୀ ଗାନ୍ଧୀନଗର ଗସ୍ତ କରିବା ପରେ ଏପରି ଚର୍ଚ୍ଚା ଆରମ୍ଭ ହୋଇଥିଲା । ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ନେଇ ଆଲୋଚନା ପାଇଁ ଗାନ୍ଧୀନଗର ଗସ୍ତ କରିଥିବା ଚର୍ଚ୍ଚା ହେଉଥିଲା । ଯାହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ବିଧାୟକ ଭୂପତ ।
ଭୂପତ କହିଛନ୍ତି, ‘‘ମୁଁ ଅନ୍ୟ କୌଣସି ଦଳରେ ଯୋଗ ଦେଉନାହିଁ । ଜାରି ରହିଥିବା ଚର୍ଚ୍ଚା କେବଳ ଏକ ଗୁଜବ । ମୁଁ ମୋର ବ୍ୟକ୍ତିଗତ କାମ ପାଇଁ ଗାନ୍ଧୀନଗର ଯାଇଥିଲି । ଭାରତୀୟ ଜନତା ପାର୍ଟିର ନେତାଙ୍କ ସହ ମୋର କୌଣସି ସାକ୍ଷାତ କିମ୍ବା ଆଲୋଚନା ହେବାର ପ୍ରଶ୍ନ ଉଠୁନାହିଁ ।’’